ମିଆଁମାରରେ ସାଇବର ମାଫିଆ ପାଖରେ ବନ୍ଧା ପଡ଼ିଛନ୍ତି ୧୧ ହଜାର ଆଇଟି ପ୍ରଫେସନାଲ

Above Post Content

ମିଆମାରରେ ଏକ ହଜାରରୁ ଅଧିକ ଭାରତୀୟ IT ପ୍ରଫେସନାଲ ବନ୍ଧକ ପଡିଛନ୍ତିମିଆଁମାର ଓ ଚୀନର ମାଫିଆ ଏହି ଭାରତୀୟ ଆଇଟି ପ୍ରଫେସନାଲ ମାନଙ୍କୁ ମୋଟା ଅଙ୍କର ଦରମା ଲୋଭ ଦେଖାଇ ଫସେଇଥିଲା । ଏବେ ସେଠାରେ ଏମାନଙ୍କୁ ସାଇବର କ୍ରାଇମ ଲାଗି ବ୍ୟବହାର କରାଯାଉଛିଦିନକୁ ୧୮ ଘଣ୍ଟାରୁ ଅଧିକ ଖଟାଯାଉଛି ଜେଲରେ କଏଦୀ ଭଳି ରହୁଥିବା ଏହି ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ସାଇବର କ୍ରାଇମ୍ ପାଇଁ ବ୍ୟବହାର କରାଯାଉଛି । ବନ୍ଧକ ଥିବା ଭାରତୀୟଙ୍କ ମଧ୍ୟରେ ୧୦ରୁ ୧୨ ଜଣ ଯୁବତୀ ମଧ୍ୟ ରହିଛନ୍ତି । ଭାରତୀୟଙ୍କୁ ବାଦଦଲେ ଆହୁରି ୧୦ ହଜାର ଯୁବକ ଯୁବତୀଙ୍କୁ ସାଇବର ମାଫିଆ ବନ୍ଧକ ରଖିଛି ପାକିସ୍ତାନ, ବାଂଲାଦେଶ, ଚୀନ, ନେପାଳ, ଶ୍ରୀଲଙ୍କା, ଏବଂ ମିଡିଲ ଇଷ୍ଟ ଦେଶର ଲୋକମାନେ ବନ୍ଧା ପଡିଛନ୍ତି ।

ମିଆଁମାର ସୀମାରେ ଯେଉଁଠି ସେଠାକାର ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ସେଠାରେ ମାଫିଆ ଛୋଟ ସହର ତିଆରି କରିଛି । ଯେଉଁଠି ବନ୍ଧକଙ୍କୁ ରଖି ବେଠି ଖଟା ଯାଉଛିଚୀନର କିଛି କମ୍ପାନୀ ଏହା ପଛରେ ଥିବା କୁହାଯାଉଛି । ମାନବ ଚାଲଣର ଶିକାର ହୋଇଥିବା ପାଖାପାଖି ୧୦୦ ଲୋକ ବିଦେଶ ମନ୍ତ୍ରାଳୟର ସହଯୋଗରେ ଭାରତ ଫେରି ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୩୨ ବର୍ଷୀୟ ଯୁବକ ରାଜେଶ ମଧ୍ୟ ସାମିଲ ଥିଲେ । ୟିଏ ମ୍ୟାମାରରେ ୮ ମାସ ରହିବା ପରେ ସ୍ୱଦେଶ ଫେରି ଆସିଛନ୍ତି

After 2nd paragraph post ads

କଥା ମାନ,ନହେଲେ କିଡ଼ନୀ କାଢିନେବୁ

ସାଇବର ମାଫିଆ କବଳରୁ ଫେରିଥିବା ରାକେଶଙ୍କ ଅନୁସାରେ ସେଠାରେ ପହଂଚିବା ପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ମାଫିଆ କବଳରେ ପଡ଼ିଛନ୍ତି । ବନ୍ଧକ ମାନଙ୍କଠାରୁ ସେମାନଙ୍କ ପାସପୋର୍ଟ,ଭିସା ଛଡାଇ ନିଆଯାଇଥିଲା । ଦିନକୁ ବକ୍ତେ ଖାଇବାକୁ ଦେଇ ସାଇବର ଦୁନିଆରେ ଠକେଇ କରିବାକୁ ବାଧ୍ୟ କରାଯାଇଥିଲା । ଯେଉଁମାନେ କାମ କରିବାକୁ ମନା କରୁଥିଲେ ବା କରୁନଥିଲେ ସେମାନଙ୍କୁ ମାରି ତାଙ୍କ ଅଙ୍ଗ ବିକ୍ରି କରିବାର ଧମକ ଦେଉଥିଲା ମାଫିଆରାଜେଶଙ୍କ ଅନୁସାରେ ତାଙ୍କୁ ମଧ୍ୟ ୪ ଦିନ ଧରି ନିର୍ଯାତନା ଦିଆଯାଇଥିଲା । ତାଙ୍କୁ ଏମିତି ଗୋଟିଏ କ ଜେଲରେ ରଖା ହୋଇଥିଲା ଯେଉଁଠି ବସି ହୁଏ ନାହିଁ । ଦିନ ରାତି କେବଳ ଠିଆ ହୋଇ ରହିବାକୁ ପଡ଼େ । କାଠର ଏକ ବାଡିରେ ହାତକୁ ବାନ୍ଧିଦେଇଥିଲେ । ତାଙ୍କ ସହ ୧୧ଜଣ ଚାଇନିଜ ମଧ୍ୟ ବନ୍ଦୀ ଭାବେ ଜୀବନ କାଟୁଥିଲେ । ସେଠାରେ ଠିଆ ଶୋଇବାକୁ ହୁଏ । ଗୋଟିଏ ଦିନରେ ତିନିଥର କେବଳ ବିଫ୍ ଖାଇବାକୁ ଦେଇଥାନ୍ତି । ଖାଇବାକୁ ମନା କଲେ ବଡ଼ ବାଡିରେ ପିଟନ୍ତି । ନଚେତ ଇଲେକ୍ଟ୍ରିକ୍ ସକ ଦିଅନ୍ତି ।

ଚାକିରୀ ଏବଂ ଫ୍ରୀ ଏୟାର ଟିକେଟ ଦେଇ ନେଉଛନ୍ତି ଏଜେଣ୍ଟ

Middle post content

ଦୁବାଇରେ ବୁଲୁଛନ୍ତି ଶହ ଶହ ଏଜେଣ୍ଟ । ଏହି ରାେକଟର ଶିକାର ହୋଇଛନ୍ତି କନ୍ୟାକୁମାରୀରର ପ୍ରଶାନ୍ତ ଯାଦବ ପେସାରେ ମେକାନିକାଲ ଇଂଜିନୟର ଥିବା ପ୍ରଶାନ୍ତଙ୍କର ଏକ ଟ୍ରାଭେଲ ଏଜେନ୍ସି ସହ ଭେଟ ହୁଏ ୨୦୨୧ ମସିହାରେ ଦୁବାଇରେ ଏକ ଭଲ ନିଯୁକ୍ତି ଦେବାକୁ କଥା ହୁଅନ୍ତି । ଏବଂ ପ୍ରଶାନ୍ତଙ୍କର ସମସ୍ତ ଡକୁମେଣ୍ଟକୁ ନିଅନ୍ତି । ଏହାପରେ ମସୁରରେ ତିନିମାସ ପର୍ଯ୍ୟନ୍ତ ତାଙ୍କୁ ନିଯୁକ୍ତି ନଦେଇ ଧୋକା ଦିଏ । ପରେ ନାସିର ନାମକ ଏକ ଏଜେଣ୍ଟ ସହ ପ୍ରଶାନ୍ତଙ୍କ ଦେଖାହୁଏ । ନାସିର ମଧ୍ୟ ନିଯୁକ୍ତି ନଦେଇ ଦୁଇ ମାସ ପକାଇକି ରଖେ । ଏହି ସମୟ ମଧ୍ୟରେ ପ୍ରଶାନ୍ତଙ୍କ ପାଖରୁ ଅର୍ଥ ସରିଆସୁଥାଏ । ଆଉ ସେ କନ୍ୟାକୁମାରୀ ଫେରି ଆସିବାକୁ ପ୍ରସ୍ତୁତ ହେଇଥାନ୍ତି । ଠିକ ଏହି ସମୟରେ ନାସିର ପ୍ରଶାନ୍ତଙ୍କ ପାଖରେ ପହଁଚେ ଥାଇଲ୍ୟାଣ୍ଡର ଏକ IT କମ୍ପାନୀରେ କାମ ଦେବା ନେଇ ଅଫର ଦିଏ ପ୍ରଶାନ୍ତ ଅଫରକୁ ସ୍ୱୀକାର କରନ୍ତି ଇଣ୍ଟରଭ୍ୟୁ କ୍ଲିୟର କରିବା ପରେ୨୦୨୨ ଜୁଲାଇ ୮ରେ ଚାକିରୀରେ ଜୟନ କରନ୍ତିପ୍ରଶାନ୍ତଙ୍କ ସହ ଅନ୍ୟ ୬ଜଣ ମଧ୍ୟ ଥାଇଲ୍ୟାଣ୍ଡରେ ପହଁଚନ୍ତି । ଆଉ ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନର ଶିକାର ହେବାକୁ ପଡେପ୍ରଶାନ୍ତଙ୍କ ଅନୁସାରେ ଥାଇଲାଣ୍ଡରେ ପହଂଚିବା ପରେ ବ୍ଯାଙ୍କକର ସ୍ୱର୍ଣ୍ଣଭୂମୀ ଏୟାରପୋର୍ଟରେ ଜଣେ ମହିଳା ଆସି ଭେଟନ୍ତି । ମହିଳାଙ୍କ ସହିତ ସେମାନେ ୬୦୦ କିଲୋମିଟର ଯାତ୍ରା ଆଉ ୭ ଘଣ୍ଟା ସମୟ ପରେ ଏକ ହୋଟଲରେ ପହଁଚାନ୍ତିଉକ୍ତ ବେନାମୀ ହୋଟଲରେ ନା ଥାଏ ନେଟୱାର୍କ ନା ଇଣ୍ଟରନେଟ । ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଅ । ସେହି ସମୟରେ ହିଁ ମୋତେ ଲାଗିଥିଲା ଯେ, ଆମ ଭୁଲ ରାସ୍ତାରେ ପାଦ ଦେଇଛୁ । କିଛି ସମୟ ଭିତରେ ଏକ ପିକ୍ଅପ ଭ୍ୟାନ ଆସି ପହଁଚେ । ଆମର ଜିନିଷପତ୍ରକୁ ଗାଡିରେ ଲୋଡ କରିଦିଆଯାଏ । ଦୁଇଟି ଗାଡିରେ ଆମକୁ ବସାଇ ଏକ ଘଞ୍ଚ ଜଙ୍ଗଲକୁ ନିଆଯାଏ । ଗାଡିରୁ ଓହ୍ଲାଇଲା ବେଳକୁ ସାମ୍ନାରେ ବିରାଟ ନଦୀ । ୩୦୦ ମିଟର ପ୍ରସ୍ଥ ଏହି ନଦୀରେ ଥିବା ଏକ ଡଙ୍ଗାରେ ବସାଇ ଆମକୁ ନଦୀ ପାର କରାଯାଏ । ପରେ ୨ ଜଣ ବନ୍ଧୁକଧାରୀ ଆମକୁ ଆସି ତନ୍ନ ତନ୍ନ ଯାଞ୍ଚ କରନ୍ତି କମ୍ପାନୀର ଏକ ବଡ ଗାଡିରେ ଆମକୁ ବସାଇ ଦିଆଯାଏ । ପୁଣିଥରେ ନେଇ ଏକ ଷ୍ଟାଡିୟମ ପାଖରେ ପହଁଚାଇ ଦିଆଯାଏ । ସେଠାରେ ପ୍ରବେଶ କରିବା ମାତ୍ରେ ଏକ ଗେଟ ରହିଥିଲା । ଭିତରେ ପୁରା ଗୋଟେ ସହର ତିଆରି ହୋଇଥାଏ । ତା ଭିତରେ ନିର୍ମାଣ ହୋଇଥିବା ଅଧିକାଂଶ ଘର ଦେଖିବାକୁ ଏକା ଭଳି

ଯୁରୋପିୟନ କଷ୍ଟମରକୁ ଫସାଇବାକୁ ନିର୍ଦ୍ଦେଶ

ଚାକିରୀର ପ୍ରଥମ ଦିନ ସଧ୍ୟା ୬ଟାରେ ଡାକରା ଆସିଲା । ଏକ କମ୍ପୁଟର ସାଙ୍ଗକୁ ୪ଟି ଫୋନ ଧରେଇ ଦେଇଥିଲେ । ଆଫ ପ୍ରଥମ ଦିନରୁ ନିର୍ଦ୍ଦେଶ ଦିଅନ୍ତି, ୟୁରୋପିୟନ କଷ୍ଟମରକୁ ଫସାଇବାକୁ । ଗୋଟିଏ ସିମ କାର୍ଡ ମଧ୍ୟ ଦେଇଥିବା କୁହନ୍ତି ପ୍ରଶାନ୍ତ । ଯେଉଁ ସିମ କାର୍ଡରେ କେବଳ ୟୁରୋପିୟନ ଦେଶ ଗୁଡିକୁ କଲ ହୋଇପାରିବ । ସବୁ ଫୋନରେ କ୍ୟାମେରା ଲଗାଯାଇଛି । କେବଳ କଲ କରାଯାଏ, ରିସିଭ କରାଯାଏନି । ସେଠାରେ କୁହାଯାଇଥିଲା କି, ଏହି ଫୋନ ଗୁଡିକୁ ହ୍ୟାକ କରାଯାଇଛି । କାର୍ଯ୍ୟରତ ଲୋକଙ୍କ ସବୁ ଆକ୍ଟିଭିଟ ଟ୍ରାକ କରାଯାଉଛି

ଟଙ୍କା ନଦେଲେ ଅଙ୍ଗ କାଢିନେବାର ଧମକ

ଯେଉଁମାନେ କାମ କରିବାକୁ ମନା କରନ୍ତି ସେମାନଙ୍କ ଅଙ୍ଗ କାଢି ନେବାକୁ ଧମକ ମଧ୍ୟ ଦିଏ ମାଫଆ । ଯେଉଁମାନେ ଘରକୁ ଫେରିବାକୁ ଚାହୁଁଥିଲେ ସେମାନଙ୍କଠାରୁ ୬ଲକ୍ଷ ଟଙ୍କା ଦାବି କରାଯାଉଛିପଂଜାବର ଜଣେ ବ୍ୟକ୍ତି ନିଜ ଦୁଇ ପୁଅଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପୈଠ କରିବା ପରେ ସେମାନଙ୍କୁ ମୁକ୍ତି ମିଳିଥିଲା । ଏହି ବ୍ୟକ୍ତି ଜଣକ ବାକି ଭାରତୀୟ ପିଲାଙ୍କ ମୁକ୍ତି ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ସେ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିବା ସହିତ ନିଜସ୍ୱ ସ୍ତରରେ ଉଦ୍ୟମ କରି ମିଆଁମାର ସେନାମୁଖ୍ୟଙ୍କୁ ଯୋଗାଯୋଗ କରିଥିଲେମିଆଁମାର ସେନାମୁଖ୍ୟଙ୍କ ହ୍ୱାଟସଅପ୍ ନମ୍ବର ଯୋଗାଡ କରି ତାଙ୍କୁ ମେସେଜ୍ କରିଥିଲେ ସେନାମୁଖ୍ୟ ତାଙ୍କୁ ସହଯୋଗର ଆଶ୍ୱାସନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶରେ ମିଆଁମାର ସେନା ଉକ୍ତ ସ୍ଥାନ ଉପରେ ଚଢାଉ କରି କିଛି ଭାରତୀୟ ଯୁବକଙ୍କୁ ମୁକ୍ତ କରିପାରିଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami