ମୋ ପୁଅ ଦୋଷ କରିଥିଲେ ଫାଶୀ ଦେଇଦିଅ: ଏମିତି କହିଲେ ଅନୁପ୍ରବେଶକାରୀଙ୍କ ବାପା

Above Post Content

ନୂଆଦିଲ୍ଲୀ: ଯଦି ମୋ ପୁଅ କିଛି ଭୁଲ କରିଛି ତେବେ ତାଙ୍କୁ ଫାଶୀ ଦିଆଯିବା ଉଚିତ୍ । ଏଥିରେ ମୋର କୌଣସି ଆପତ୍ତି ନାହିଁ । ଏମିତି କିଛି କହିଛନ୍ତି ସଂସଦ ଭିତରେ ପଶି ଧୂଆଁ ସ୍ପ୍ରେ କରିଥିବା ଅଭିଯୁକ୍ତ ମନୋରଞ୍ଜନ ଗୌଡ଼ାଙ୍କ ବାପା ଦେବରାଜ ଗୌଡା । ବୁଧବାର ଲୋକସଭା ଚାଲିଥିବା ବେଳେ ଦୁଇ ଜଣ ବ୍ୟକ୍ତି ଭିଜିଟର୍ସ ଗ୍ୟାଲେରିକୁ ଡେଇଁ ଧୂଆଁ ସ୍ପ୍ରେ କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଛି । ସାଂସଦଙ୍କ ଅତିଥି ପାସ୍‌ରେ ଲୋକସଭାର ଦର୍ଶକ ଗ୍ୟାଲେରୀରେ ପହଞ୍ଚିଥିବା ଦୁଇଜଣ ଯୁବକ ସାଂସଦଙ୍କ ମଧ୍ୟରେ ଡେଇଁ ଧୂଆଁ ବୋମା ଫିଙ୍ଗିଥିଲେ । ସେହିପରି ଏହି ଘଟଣାର କିଛି ସମୟ ପୂର୍ବରୁ ସଂସଦ ଭବନ ବାହାରେ ଥିବା ପରିବହନ ଭବନ ସମ୍ମୁଖରେ ଜଣେ ଯୁବକ ଓ ଜଣେ ମହିଳା ସମାନ ପ୍ରକାର ଧୂଆଁ ସ୍ପ୍ରେ କରି ସ୍ଲୋଗାନ୍ ଦେଇଥିଲେ । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମନୋରଞ୍ଜନ ଏବେ କ’ଣ କରୁଛନ୍ତି ଜାଣନ୍ତିନି ବାପା

After 2nd paragraph post ads
Middle post content

ମନୋରଂଜନ ହେଉଛନ୍ତି ମହୀଶୂରର ବିଜୟନଗର ନିବାସୀ ଦେବରାଜ ଗୌଡାଙ୍କ ପୁଅ । ଯେତେବେଳେ ଦେବରାଜ ତାଙ୍କ ପୁଅର କାର୍ଯ୍ୟକଳାପ ବିଷୟରେ ଜାଣିଲେ, ସେ ଗଣମାଧ୍ୟମକୁ କହିଛନ୍ତି, ଯଦି ମୋ ପୁଅ କିଛି ଭଲ କରିଛି ତେବେ ନିଶ୍ଚିତ ଭାବେ ମୁଁ ତାଙ୍କୁ ସମର୍ଥନ କରିବି । କିନ୍ତୁ ଯଦି ସେ କିଛି ଭୁଲ କରିଛି ତେବେ ମୁଁ ତାହାକୁ ନିନ୍ଦା କରୁଛି । ଯଦି ସେ ସମାଜ ପାଇଁ କିଛି ଭୁଲ କରିଛି ତେବେ ତାଙ୍କୁ ଫାଶୀ ଦିଆଯିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି, ପୁଅ ମନୋରଂଜନ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରିଥିବାବେଳେ ମୁଁ ଜାଣେ ନାହିଁ ବର୍ତ୍ତମାନ ମନୋରଞ୍ଜନ କଣ କରୁଛି । ସେ କାହିଁକି ଏପରି କଲା ମୁଁ ଜାଣି ନାହିଁ । ହରିୟାଣାର ଜିନ୍ଦରେ ରହୁଥିବା ନୀଲମଙ୍କ ମା କହିଛନ୍ତି ଯେ, ଚାକିରି ନ ପାଇ ମୋ ଝିଅ ସବୁବେଳେ ଅବସାଦରେ ରହୁଥିଲା । ସେ ମୋତେ ଦିଲ୍ଲୀ ଯିବା ବିଷୟରେ କିଛି କହି ନଥିଲା । ସେ ଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରି ନ ପାଇବାରୁ ବହୁତ ଚିନ୍ତିତ ଥିଲା । ବେରୋଜଗାର ପ୍ରସଙ୍ଗକୁ ସେ ଅନେକ ଥର ଉଠାଇଛି ଏବଂ ସେ କୃଷକ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲା ।

ପୋଲିସ ହେପାଜତରେ ୪ ଅଭିଯୁକ୍ତ

ବର୍ତ୍ତମାନ ଦିଲ୍ଲୀ ପୋଲିସ ସମେତ ସମସ୍ତ ସୁରକ୍ଷା ଏଜେନ୍ସି ସେମାନଙ୍କୁ ପଚରାଉଚରା କରୁଛି । ଜଣେ ଯୁବକ କର୍ଣ୍ଣାଟକର ମହୀଶୂର ନିବାସୀ ମନୋରଞ୍ଜନ ଗୌଡା ହୋଇଥିବା ବେଳେ ଅନ୍ୟମାନେ ହରିୟାଣାର ଜିନ୍ଦ ବାସିନ୍ଦା ନୀଲମ ସିଂ, ସାଗର ଶର୍ମା ଏବଂ ଆମୋଲ ସିନ୍ଦେ ବୋଲି ଜଣାପଡିଛି । ମନୋରଂଜନ ଏବଂ ନୀଲମଙ୍କ ପରିବାର ଲୋକଙ୍କ ନିକଟରେ ପୋଲିସ ପହଞ୍ଚିଛି, ଯେଉଁମାନେ ସେମାନଙ୍କ ପିଲାମାନଙ୍କର ଏପରି କାର୍ଯ୍ୟକଳାପ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami