ଏମିତି ଦେଶ, ଯେଉଁଠି ସାରା ବିଶ୍ୱକୁ ଯୋଗାଯାଏ ସୋରିଷ ତେଲ

Above Post Content

ନେପାଳ : ଦୁନିଆର ପ୍ରତ୍ୟେକ ଲୋକ ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରିଥାନ୍ତି । ଏହା ଭାରତର ପ୍ରାୟ ସମସ୍ତ ରୋଷେଇ ଘରେ ଦେଖିବାକୁ ମିଳେ । ଉତ୍ପାଦନ ବିଷୟରେ କହିବାକୁ ଗଲେ, ୨୦୨୧ରେ ଭାରତରେ ସୋରିଷର ରେକର୍ଡ ଉତ୍ପାଦନ ହୋଇଥିଲା । ପ୍ରାୟ ୮୯.୫ ଲକ୍ଷ ଟନ୍ ସୋରିଷ ଉତ୍ପାଦିତ ହୋଇଥିଲା । ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୯.୩୩ ପ୍ରତିଶତ ଅଧିକ । କିନ୍ତୁ ଆପଣ ଜାଣନ୍ତି କି ଏହା ଆମ ଦେଶରେ ସର୍ବାଧିକ ଉତ୍ପାଦିତ ହୁଏ ନାହିଁ? ଏକ ଛୋଟ ଦେଶ ଅଛି, ଯାହା ସମଗ୍ର ବିଶ୍ୱକୁ ସୋରିଷ ତେଲ ଯୋଗାଏ । ଏହା ବ୍ୟତୀତ ଏଠାରେ ଆହୁରି ଅନେକ କିଛି ଅଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କିନ୍ତୁ ସୋରିଷ ଉତ୍ପାଦନରେ ଆମର ପଡ଼ୋଶୀ ଦେଶ ନେପାଳ ଏକ ନମ୍ବରରେ ଅଛି ।

Middle post content

ସୋରିଷ ଉତ୍ପାଦନରେ ନେପାଳ ପ୍ରଥମ

After 2nd paragraph post ads

୨୦୨୧ରେ ନେପାଳରେ ୨୨୦,୨୫୦ ଟନ୍ ସୋରିଷ ଉତ୍ପାଦନ କରାଯାଇଥିଲା । ଏହା ସହିତ ସେ ସମଗ୍ର ବିଶ୍ୱରେ ଶୀର୍ଷରେ ରହି ଆସିଛି । କେବଳ ନେପାଳ ବିଶ୍ୱର ଉତ୍ପାଦିତ ମୋଟ୍ ସୋରିଷର ୪୧.୩% ଉତ୍ପାଦନ କରେ । ଏଠାରୁ ସୋରିଷ ତେଲ ଭାରତ, ପାକିସ୍ଥାନ, ଚାଇନା ସମେତ ଅନେକ ଦେଶକୁ ଯାଇଥାଏ । ସୋରିଷ ଉତ୍ପାଦନରେ ରୁଷିଆ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୧୮୩,୪୨୬ ଲକ୍ଷ ଟନ୍ ସୋରିଷ ଏକ ବର୍ଷରେ ଉତ୍ପାଦିତ ହୁଏ । ଏଠାରୁ ସୋରିଷ ତେଲ ୟୁରୋପୀୟ ଦେଶକୁ ପଠାଯାଏ । ଏସିଆର କେତେକ ଦେଶ ରୁଷିଆରୁ ସୋରିଷ ତେଲ କିଣୁଛନ୍ତି । କାନାଡା ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ ୧୬୧,୭୮୧ ଟନ୍ ସୋରିଷ ଉତ୍ପାଦନ କରାଯାଏ । ବିଶ୍ୱକୁ ଖଜୁରୀ ତେଲ ଯୋଗାଉଥିବା ମାଲେସିଆ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛି । ସେଠାରେ ୧୪୪,୨୩୬ ଟନ୍ ସୋରିଷ ଉତ୍ପାଦିତ ହୁଏ । ଏଗୁଡ଼ିକ ପରେ ଆମେରିକା, ଆମର ପଡ଼ୋଶୀ ଦେଶ ମ୍ୟାନମାର, ଚାଇନା ଏବଂ ୟୁକ୍ରେନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami