ବିଗ୍ ବସ୍ ୧୭ ବିଜୟୀ ହେଲେ ମୁନାୱର ଫାରୁକି

Above Post Content

ମୁମ୍ବାଇ : ଛୋଟ ପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ ସିଜିନ୍ ୧୭ର ବିଜୟୀ ହେଲେ ଷ୍ଟାଣ୍ଡ୍‌-ଅପ୍ କମେଡିୟାନ୍ ମୁନାୱର ଫାରୁକି । ରବିବାର ଏହି ଶୋ’ର ଉପସ୍ଥାପକ ତଥା ବଲିଉଡ୍ ଅଭିନେତା ସଲ୍‌ମନ୍ ଖାନ୍ ୩୨ ବର୍ଷିୟ ଫାରୁକିଙ୍କୁ ବିଜୟୀ ଘୋଷଣା କରିଛନ୍ତି । ପୁରସ୍କାର ବାବଦରେ ଫାରୁକୀଙ୍କୁ ମିଳିଛି ଏକ ଟ୍ରଫି, ୫୦ ଲକ୍ଷ ଟଙ୍କା ଓ ଗୋଟାଏ ନୂଆ ହୁଣ୍ଡାଇ କ୍ରେଟା କାର । ଫିନାଲେରେ ଲାଇଭ୍ ଭୋଟିଙ୍ଗ୍ ଦ୍ୱାରା ମୁନାୱର ରନର୍ସ ଅପ୍ ଅଭିନେତା ଅଭିଷେକ କୁମାରଙ୍କୁ ପରାସ୍ତ କରିଥିଲେ । ଏହି ଭୋଟିଙ୍ଗ୍ ବେଳେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ବଲିଉଡ୍‌ର ଅଜୟ ଦେବଗନ ଓ ଆର. ମାଧବନ । ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇ ସୋସିଆଲ ମିଡ଼ିଆରେ ଫାରୁକି ସଲ୍‌ମନ୍ ଖାନ୍‌ଙ୍କଠାରୁ ବିଗ୍ ବସ୍ ସିଜନ୍ ୧୭ର ଟ୍ରଫି ଗ୍ରହଣ କରିଥିବା ସମୟର ଫଟୋ ପୋଷ୍ଟ୍ କରିଛନ୍ତି ।

Middle post content

ଜନ୍ମଦିନରେ ପିନ୍ଧିଲେ ବିଗ୍‌ବସ୍‌ର ମୁକୁଟ

After 2nd paragraph post ads

ବିଗ୍ ବସ୍ ୧୭’ ପ୍ରାରମ୍ଭରୁ ହିଁ ମୁନାୱର ଚର୍ଚ୍ଚିତ ହୋଇ ଆସିଥିଲେ । ଏହି ଶୋ’ରେ ସେ ଅନେକ ପ୍ରତିବନ୍ଧକ ଏଡ଼ାଇ ସଫଳ ହୋଇଥିଲେ । ଏହାଛଡ଼ା ଏଥିରେ ସେ ତାଙ୍କ ଜୀବନ, ପୂର୍ବତନ ସ୍ତ୍ରୀ ଓ ପୁଅଙ୍କ ବିଷୟରେ ଅନେକ କଥା କହିଥିଲେ । ଏହି ଶୋର ଫିନାଲେରେ ଅଭିନେତା ମନାରା ଚୋପ୍ରା, ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର ଅରୁଣ ଶ୍ରୀକାନ୍ତ ମହାସେଟ୍ଟୀ ପହଞ୍ଚିଥିଲେ । ୧୯୯୨ ଜାନୁଆରୀ ୨୮ରେ ଗୁଜରାଟର ଜୁନାଗଡ଼ରେ ଏକ ମୁସଲିମ୍ ପରିବାରରେ ଜନ୍ମିତ ମୁନାୱରଙ୍କର ଅଭିନୟ ପ୍ରତି ପିଲାବେଳୁ ଦୁର୍ବଳତା ରହିଥିଲା । ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ପଞ୍ଚମରୁ ପଢ଼ା ଛାଡ଼ିଦେଇଥିଲେ । ୧୪ ବର୍ଷ ବୟସରେ ମା’ଙ୍କୁ ହରାଇବା ପରେ ମୁମ୍ବାଇ ଯାଇ କ୍ୟାରିୟର ପାଇଁ ସଂଘର୍ଷ କରିଥିଲେ । ହାସ୍ୟାଭିନେତା ଭାବେ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ସୁନାମ ଅର୍ଜନ କରିଥିଲେ । ୩୨ତମ ଜନ୍ମଦିନରେ ବିଗ୍ ବସ୍ ମୁକୁଟ ତାଙ୍କ ପାଇଁ ସର୍ବୋତ୍ତମ ବାର୍ଥ ଡେ’ ଗିଫ୍ଟ ସଦୃଶ ହୋଇଛି । ୨୦୨୨ରେ ଫାରୁକୀ ରିୟଲିଟି ଟିଭି ସୋ ‘ଲକ୍ ଅପ୍‌’ର ପ୍ରଥମ ସିଜନ୍‌ରେ ବିଜୟୀ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami