ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ

Above Post Content

ତାଲିବାନ କବଜାରେ ଆଫଗାନିସ୍ତାନର ସ୍ଥିତି ସେଇ ବସ ଭଳି ହୋଇଛି ଯାହାର ଅଧା ଯାତ୍ରୀ ଗାଡି ଡ୍ରାଇଭର ହେବାକୁ ଚାହାନ୍ତି ଓ ବାକି ଅଧା କଣ୍ଡକ୍ଟରକିଏ ଡ୍ରାଇଭର ହେବ ଓ କିଏ କଣ୍ଡକ୍ଟର ହୋଇ ପଇସା ଆଦାୟ କରିବ ତାକୁ ନେଇ ଯଦି ବସ ଭିତରେ ଝଗଡା ହୁଏ ତେବେ ବସର ଭାଗ୍ୟ କ’ଣ ହେବ ତାହା ସମସ୍ତେ ଜାଣନ୍ତି ।

ଆଫଗାନିସ୍ତାନରେ ଏବେ ସେଇ ଖେଳ ଚାଲିଛି । କାହା ହାତରେ ରହିବ କ୍ଷମତା ତାକୁ ନେଇ ଚାଲିଛି ବଳ କଶାକଶିକିଛି ଦିନ ତଳେ ଖବର ଆସିଥିଲା ଯେ, ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ଉପରେ ଗୋଟିଏ ମିଟିଂରେ ହକ୍କାନୀ ନେଟୱର୍କ ଆକ୍ରମଣ କରିଥିଲା । ତେବେ ମୁଲ୍ଲା ବରାଦର ଏକ ଅଡିଓ ଜାରି କରି ଏହି ଖବରକୁ ଖଣ୍ଡନ କରିଥିଲା । ଏବେ କିନ୍ତୁ ବ୍ଲୁମବର୍ଗର ଏକ ରିପୋର୍ଟରେ ସେଦିନ ରାଷ୍ଟ୍ରପତି ଭବନ ଭିତରେ କ’ଣ ହୋଇଥିଲା, ତାକୁ ନେଇ ଚାଞ୍ଚଲ୍ୟକର ଦାବି କରାଯାଇଛି ।

After 2nd paragraph post ads

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ନୂଆ ସରକାରରେ ମୁଲ୍ଲା ବରାଦରକୁ କଣଠେସା କରି ଦିଆଯାଇଛି । ଏହା ସହିତ ନୂଆ ତାଲିବାନ ପୁରୁଣା ତାଲିବାନ ଠାରୁ ଅଲଗା ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ପ୍ରମାଣିତ ହେବାକୁ ଯାଉଛି । କାରଣ ମୁଲ୍ଲା ବରାଦର ଆମେରିକା ସହିତ ଆଲୋଚନ ସପକ୍ଷରେ ଥିଲା । ତେଣୁ ଆମେରିକା ତାକୁ ପାକିସ୍ତାନୀ ଜେଲରୁ ମୁକ୍ତ କରିଥିଲା ।

Middle post content

ରାଷ୍ଟ୍ରପତି ଭବନରେ କ’ଣ ହୋଇଥିଲା ?

ରିପୋର୍ଟ ଅନୁସାରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଭବନରେ କ୍ୟାବିନେଟ୍ ଗଠନକୁ ନେଇ ମିଟିଂ ଚାଲୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବରାଦର ସବୁ ପକ୍ଷର ପ୍ରତିନିଧିତ୍ୱରେ ଏକ କ୍ୟାବିନେଟ୍ ଗଠନ କରିବାକୁ ଚାହୁଁଥିଲା । ଯେଉଁଥିରେ ତାଲିବାନ ବ୍ୟାତିତ ଅନ୍ୟ ଦଳର ନେତା ଓ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ମଧ୍ୟ ପ୍ରତିନିଧିତ୍ୱ ଦେବାର ଥିଲା । ଆଲୋଚନା କାଳରେ ହକ୍କାନୀ ନେଟୱର୍କର ଖଲିଲ ଓରଫ ରହମାନ ହକ୍କାନୀ ନିଜ ଚୌକିରୁ ଉଠି ମୁଲ୍ଲା ବରାଦରକୁ ମୁଥ ମାରିଥିଲା । ପାଟିତୁଣ୍ଡ ଶୁଣି ଉଭୟ ପକ୍ଷର ସମର୍ଥକ ମିଟିଂକୁ ଚାଲି ଆସିଥିଲେ । ଦୁଇ ପକ୍ଷ ମଧ୍ୟରେ ଗୁଳି ମାଡ ହୋଇଥିଲା । ଯେଉଁଥିରେ ଉଭୟ ପଟୁ କିଛି ପ୍ରାଣ ମଧ୍ୟ ହରାଇଥିଲେ । ରିପୋର୍ଟ ଅନୁସାରେ ଗଣ୍ଡଗୋଳରେ ଆହତ ମୁଲ୍ଲା ବରାଦର ଜୀବନ ରକ୍ଷା ପାଇଁ କାବୁଲ ଛାଡି କାନ୍ଦାହାରକୁ ପଳାୟନ କରିଥିଲା । ଏବେ ସେ କାନ୍ଦାହାରରେ ଅଛି ।

ପାକିସ୍ତାନର ଖେଳ

ଏହି କାଣ୍ଡ ପଛରେ ପାକିସ୍ତାନର ହାତ ରହିଛି । କାରଣ ହକ୍କାନୀ ଫ୍ୟାମିଲି ପାଖରେ କ୍ୟାବିନେଟରେ ୪ ପୋଷ୍ଟ ରହିଛି । ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିବା ସିରାଜଉଦ୍ଦିନକୁ ଗୃହମନ୍ତ୍ରୀ କରାଯାଇଛି । ମୁଲ୍ଲା ବରାଦର ଓ ତାଲିବାନ ପାକିସ୍ତାନ ହସ୍ତକ୍ଷେପକୁ ପସନ୍ଦ କରୁନଥିବା ବେଳେ ଆଇଏସଆଇର ହକ୍କାନୀ ନେଟୱର୍କକୁ ସମର୍ଥନ ରହିଛି । ସେହିଭଳି ପାକିସ୍ତାନ ମୁଲ୍ଲା ମହମ୍ମଦ ହାସନକୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିଛି କାରଣ ହାସନର ଆଇଏସଆଇ ସହିତ ଭଲ ସମ୍ପର୍କ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami