ବୋହୂ ରାଧିକାଙ୍କ ସହ ବଦ୍ରିନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ; ଦାନ କଲେ ୫ କୋଟି ଟଙ୍କା

Above Post Content

ନୂଆଦିଲ୍ଲୀ: ବଦ୍ରିନାଥ ଧାମ ପରିଦର୍ଶନ କରିଛନ୍ତି ମୁକେଶ ଅମ୍ବାନୀ ଓ ତାଙ୍କର ପରିବାର । ଏହି ଅବସରରେ ତାଙ୍କର ବୋହୂ ରାଧିକାଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଆସିଥିଲେ । ପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ବଦ୍ରିନାଥ ଓ କେଦାରନାଥ ମନ୍ଦିରକୁ ୫ କୋଟି ଟଙ୍କା ଦାନ ଦେଇଛନ୍ତି । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ଏହି ସୂଚନା ଦେଇଛନ୍ତି ।

Middle post content

ମନ୍ଦିରରେ କଲେ ପୂଜାର୍ଚ୍ଚନା

After 2nd paragraph post ads

ଏବେ ଚାଲିଛି ପିତୃପକ୍ଷ । ଏହି ଅବସରରେ ବଦ୍ରିନାଥ-କେଦାରନାଥ ଧାମରେ ଭିଭିଆଇପିଙ୍କ ଭିଡ ଜମୁଛି । କିଛିଦିନ ପୂର୍ବରୁ କ୍ରିକେଟର ସୁରେଶ ରାଇନା ବଦ୍ରିନାଥ ଧାମ ଦର୍ଶନ କରିବାକୁ ଆସିଥିଲେ । ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଗୁରୁବାର ବଦ୍ରିନାଥ ଧାମ ଯାଇଥିଲେ । କଡ଼ା ସିକ୍ୟୁରିଟିରେ ମନ୍ଦିରରେ ପହଞ୍ôଚଥିଲେ ପୁରା ପରିବାର । ସେଠାରେ ବଦ୍ରିନାଥ ଧାମର ପ୍ରଭାରୀ ଅଧିକାରୀ ଅନିଲ ଧ୍ୟାନୀ ତାଙ୍କୁ ସ୍ୱାଗତ କରିଥିଲେ । ଅମ୍ବାନୀ ପରିବାର ଦର୍ଶନ ପାଇଁ ଯାତ୍ରୀଙ୍କ ଭିଡ ଲାଗିଥିଲା । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବାହାରକୁ ଆସି ଲୋକଙ୍କୁ ନମସ୍କାର କରିଥିଲେ । ଆଜି ନୁହେଁ, ପ୍ରତିବର୍ଷ ମୁକେଶ ଅମ୍ବାନୀ ଭଗବାନ ବଦ୍ରିବିଶାଳଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି । ଦର୍ଶନ କରି ଅମ୍ବାନୀ ପରିବାର କେଦାରନାଥ ଓ ବଦ୍ରିନାଥ ମନ୍ଦିରକୁ ୫ କୋଟି ଟଙ୍କା ଦାନ କରିଥିଲେ ବୋଲି ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ସୂଚନା ଦେଇଥିଲେ ।
ବୁଧବାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟାମ ସିଂ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ବଦ୍ରିନାଥ ଦର୍ଶନ ପାଇଁ ଆସିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଦର୍ଶନ କରି ବ୍ରହ୍ମକପାଳରେ ବାବା ମୁଲାୟାମ ଏବଂ ମା ସାଧନା ଯାଦବଙ୍କୁ ପିଣ୍ଡଦାନ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami