୨୦ କୋଟି ଦିଅ ନଚେତ୍ ହତ୍ୟା କରିବୁ

Above Post Content

ମୁମ୍ବାଇ: ‘ରିଲାଏନ୍‌ସ୍ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ଦିଆଯାଇଛି ହତ୍ୟା ଧମକ । ଇ-ମେଲ୍ ମାଧ୍ୟମରେ ଏହି ହତ୍ୟା ଧମକ ମିଳିଛି । ୨୦ କୋଟି ଟଙ୍କା ଦିଅ, ନହେଲେ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକ ଦେଇଛନ୍ତି । ଏନେଇ ଆଜି ମୁମ୍ବାଇ ପୋଲିସ ସୂଚନା ଦେଇଛି । ମୁକେଶ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା ଏହି ଇ-ମେଲ୍‌ରେ ଉଲ୍ଲେଖ ଅଛି ଯେ, ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ, ଆମେ ଆପଣଙ୍କୁ ହତ୍ୟା କରିବୁ । ଆମ ପାଖରେ ଭାରତର ସର୍ବୋତ୍ତମ ଲକ୍ଷ୍ୟଭେଦୀ ଗୁଳି ଚାଳନାକାରୀ (ସୁର୍ଟ) ଅଛନ୍ତି । ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଗାମଦେବୀ ପୁଲିସ ‘ଆଇପିସି’ ଧାରା ୩୮୭ ଓ ୫୦୬ (୨) ଅନୁଯାୟୀ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Middle post content

ହତ୍ୟା ଧମକ ପ୍ରଥମ ନୁହେଁ

After 2nd paragraph post ads

ହତ୍ୟା ଧମକ ପାଇବା ମୁକେଶଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ । ଗତବର୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ଦିଆଯାଇଥିଲା । ଏହି ଘଟଣାରେ ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଥିଲେ ରାକେଶ କୁମାର ମିଶ୍ରା ନାମରେ ଜଣେ ବେକାର ବ୍ୟକ୍ତି । ସେ ମୁକେଶଙ୍କ ପରିବାରବର୍ଗ ଓ ମୁମ୍ବାଇରେ ଥିବା ‘ସାର ଏଚ୍‌ଏନ୍ ରିଲାଏନ୍‌ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍‌’କୁ ବୋମା ପକାଇ ଧ୍ୱଂସ କରିଦେବେ ବୋଲି ଧମକାଇ ଥିଲେ । ସେହିପରି, ୨୦୨୧ରେ ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ମୁକେଶଙ୍କ ବାସଭବନ ‘ଆଣ୍ଟିଲିଆ’ ବାହାରେ ୨୦ଟି ବିସ୍ଫୋରକ ‘ଜେଲାଟିନ୍ ଷ୍ଟିକ୍‌’ ଥିବା ଗୋଟାଏ ସ୍କର୍ପିଓ କାରରୁ ମଧ୍ୟ ଏକ ଧମକ-ପତ୍ର ଉଦ୍ଧାର କରାଯାଇଥିଲା । ସେଥିରେ ଲେଖାଯାଇଥିଲା: ଏ ହେଉଛି କେବଳ ‘ଟ୍ରେଲର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami