ସକାଳ ୭ଟାରୁ ୧୧ଟା ୩୦ ଯାଏଁ ହେବ ପାଠପଢ଼ା

Above Post Content

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି । ଆସନ୍ତା ଏପ୍ରିଲ ୨ ତାରିଖରୁ ସ୍କୁଲଗୁଡ଼ିକୁ ସକାଳୁଆ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି ।

Middle post content

ପାଗ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲାପାଳ

After 2nd paragraph post ads

ବିଦ୍ୟାଳୟଗୁଡ଼ିକରେ ଆଗାମୀ ଏପ୍ରିଲ ୨ ତାରିଖ ଠାରୁ ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ପାଠପଢ଼ା ହେବ । ଏହି ସମୟରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କହୁଯାଇଛି ଯେ, ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗର ସ୍ଥିତି ନେଇ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ । ଚଳିତ ବର୍ଷ ପ୍ରଥମଥର ପାଇଁ ଓଡ଼ିଶାରେ ୪୦ ଡିଗ୍ରୀ ଅତିକ୍ରମ କରିଛି ତାତି । ଶନିବାର ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ପାରଦ ଛୁଇଁଛି । ସେହିଭଳି ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୦.୫ ଡ଼ିଗ୍ରୀ , ବଲାଙ୍ଗୀରରେ ୪୦.୨ ଡିଗ୍ରୀ ଏବଂ ନୟାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami