ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର

Above Post Content

ଲାଗୁଛି ଆଉ ସାତ ଦିନ ପରେ ରୋଷେଇ ଘରେ ହାହାକାର ମଚିବାକୁ ଯାଉଛି । କାରଣ ମୋଦି ସରକାର ପୁଣିଥରେ ରୋଷେଇ ଗ୍ୟାସ୍ ଦାମ ବଢାଇ ପାରନ୍ତି । କୁହାଯାଉଛି ଯେ, ଦର ବଢାଇବା ପାଇଁ କେନ୍ଦ୍ର ସରକାର ମନସ୍ଥ କରି ସାରିଛନ୍ତି । ଗ୍ୟାସ୍ ସିଲିଣ୍ଡର ପିଛା କଂପାନୀଙ୍କୁ ୧ଶହ ଟଙ୍କା କ୍ଷତି ହେଉଥିବାରୁ ସରକାର ଦର ବଢାଇବେ । ଯଦି ଦରବୃଦ୍ଧି ପାଇଁ କମ୍ପାନୀଙ୍କୁ ସରକାର ସବୁଜ ସଂକେତ ଦିଅନ୍ତି ତେବେ ଏହା ୫ମ ୬ବୃଦ୍ଧି ହେବ । ଏଥିରେ ଘରେ ବ୍ୟବହୃତ ସବସିଡି ଯୁକ୍ତ ଗ୍ୟାସ୍ , ନନ୍ ସବସିଡି ଗ୍ୟାସ ଓ ଇଣ୍ଡଷ୍ଟ୍ରିଆଲ ସାଇଜ୍ଡ ଗ୍ୟାସ୍ ସାମିଲ ଅଛି

ଅକ୍ଟୋବର ୬ରେ ବଢିଥିଲା ଦର

After 2nd paragraph post ads
Middle post content

ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ଏଲପିଜି ମୂଲ୍ୟରେ ୧୫ ଟଙ୍କା ବୃଦ୍ଧି ହୋଇଥିଲା । ଫଳରେ ଜୁଲାଇ ପରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ମୂଲ୍ୟ ମୋଟ ୯୦ ଟଙ୍କା ବଢିଥିଲା । ତଥାପି ଏଲପିଜି ବିକ୍ରି ଉପରେ ଅଣ୍ଡର ରିକଭରି ବା କ୍ଷତି ବଢିକରି ସିଲିଣ୍ଡର ପିଛା ଶହେ ଟଙ୍କା ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି କାରଣରୁ ଏଭଳି ହୋଇଛିସାଉଦି ଆରବରେ ଏଲପିଜି ମୂଲ୍ୟରେ ୬୦ ପ୍ରତିଶତ ବୃଦ୍ଧି ଘଟି ୮ଶହ ଡଲାର ପ୍ରତି ଟନ୍ ହୋଇଛି ।

ସରକାରଙ୍କୁ କ୍ଷତି ଭରଣ କରିବାକୁ ପଡିବ

ଅନ୍ତର୍ଜାତୀ ବେଂଚମାର୍କ ବ୍ରେଣ୍ଟ୍ କ୍ରୁଡ୍ ଅଏଲ ୮୫.୪୨ ଡଲାର ବ୍ୟାରେଲ ପିଛା ଟ୍ରେଡ୍ କରୁଛି । ରିପୋର୍ଟ ଅନୁସାରେ ଏଲପିଜି ଏବେ ମଧ୍ୟ ନିୟନ୍ତ୍ରିତ ଦ୍ରବ୍ୟ ଭିତରେ ରହିଛି । ତେଣୁ ସରକାର ରିଟେଲ ବିକ୍ରେତା ମୂଲ୍ୟକୁ ରେଗୁଲେଟ୍ କରିପାରିବେ । କିନ୍ତୁ ଯଦି ସରକାର ଏମିତି କରନ୍ତି ତେବେ ତୈଳ କମ୍ପାନୀଙ୍କ କ୍ଷତିକୁ ଭରଣ କରିବାକୁ ପଡିବ । ସରକାର ଗତବର୍ଷ ଏଲପିଜି ସିଲିଣ୍ଡର ସବସିଡି ଶେଷ କରିଥିଲେ । ଏଥିପାଇଁ ସରକାର ରିଟେଲ ମୂଲ୍ୟକୁ ପୁଂଜି ସହ ସମାନ କରିଥିଲେ । ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ଦର ଉପରୁ ସରକାରୀ ନିୟନ୍ତ୍ରଣ ହଟି ସାରିଥିଲେ ମଧ୍ୟ ଏଲପିଜି ଦାମ ଡିରେଗୁଲେସନକୁ ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami