ବିଶ୍ୱକପ ଟ୍ରଫିର ‘ଅସମ୍ମାନ’ ଦୋହରାଇବାକୁ ମିଚେଲ୍ ପ୍ରସ୍ତୁତ

Above Post Content

ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ବିଶ୍ୱକପ୍ ପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ସଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ନଜର ଆସିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ମିଚେଲଙ୍କୁ ଖୁବ୍ ସମାଲୋଚନା ସାମ୍ନା କରିବାକୁ ପଡିଥିଲା । ଏହି ଫଟୋକୁ ନେଇ ଅନେକ ଭାରତୀୟ କ୍ରିକେଟ ପ୍ରେମୀ ମାର୍ସଙ୍କୁ କଟୁ ସମାଲୋଚନା ମଧ୍ୟ କରିଥିଲେ । ଏପରିକି ତାଙ୍କ ନାମରେ ଥାନାରେ ଅଭିଯୋଗ ବି କରିଥିଲେ । ଏହି ଘଟଣାର ୧୨ ଦିନ ପରେ ଏହି ପ୍ରସଙ୍ଗରେ ମିଚେଲ ସ୍ପଷ୍ଟୀକରଣ ରଖିଛନ୍ତି ।

Middle post content

ଫଟୋରେ କୌଣସି ଅସମ୍ମାନ ନ ଥିଲା କହିଛନ୍ତି ମିଚେଲ

After 2nd paragraph post ads

ମିଚେଲ ନିଜ ଭୁଲକୁ ମାନିବା ପରିବର୍ତ୍ତେ ଏହାକୁ ଦୋହରାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ପ୍ରତିକ୍ରିୟା ଦେବା ସମୟରେ ମାର୍ସ କହିଛନ୍ତି ସେହି ଫଟୋରେ କୌଣସି ଅସମ୍ମାନ ନ ଥିଲା । ମୁଁ ଏହା ବିଷୟରେ ଅଧିକ ଚିନ୍ତା କରି ନାହିଁ । ଏମିତିରେ ବି ଏ ଫଟୋରେ କିଛି ନାହିଁ । ଆପଣ ଦ୍ୱିତୀୟ ଥର ଏପରି କରିବେ କି ପ୍ରଶ୍ନରେ ମିଚେଲ କହିଛନ୍ତି ଯଦି ସଚ୍ଚୋଟତାର ସହ କହିବି, ତେବେ ନିଶ୍ଚିତ ରୂପେ ହଁ । ମିଚେଲଙ୍କର ଏପରି ମନ୍ତବ୍ୟ ଶୁଣିବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami