ଅଲିଭ ରିଡଲେଙ୍କ ପାଇଁ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ

Above Post Content

ବାଲେଶ୍ୱର: ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ । ଚାନ୍ଦିପୁରର ଆଇଟିଆରରୁ ୩ ମାସ ଧରି ବନ୍ଦ ରହିବ ମିଜାଇଲ ପରୀକ୍ଷଣ । ଲକ୍ଷାଧିକ ଅଲିଭ ରିଡ୍‌ଲେ କଇଁଛ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଓଡ଼ିଶା ଉପକୂଳକୁ ବାଛିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ବାଲେଶ୍ୱରରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରରୁ ଗଞ୍ଜାମ ଯାଏ ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ମାଛଧରା ପାଇଁ ବାରଣ କରାଯାଇଥିବାବେଳେ ସେମାନଙ୍କ ଜୀବନଜୀବିକା ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ଓଡ଼ିଶା ଉପକୂଳକୁ ଆସିଥାନ୍ତି । ଜାନୁଆରୀରୁ ମେ ଯାଏଁ ଅଣ୍ଡାଦାନ ପ୍ରକ୍ରିୟା ଜୋରଦାର ହୋଇଥାଏ । ବିଲୁପ୍ତ ପ୍ରାୟ ଅଲିଭ ରିଡ଼ଲେଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଅନେକ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଅଲିଭ ରିଡ଼ଲେ କଇଁଚ ପ୍ରଜନନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଗହୀରମଥା ସବୁଠୁ ନିରାପଦ ସ୍ଥାନ ।

Middle post content

ସମୁଦ୍ର କୁଳରେ ଲୋକଙ୍କ ଚଳପ୍ରଚଳ ଉପରେ ଲଗାଯାଇଛି ରୋକ୍‌

After 2nd paragraph post ads

ଏହି ପରିପ୍ରେକ୍ଷୀରେ ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପ ନିକଟରେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥାନ । କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ଶକ୍ତିଶାଳୀ ଆଲୋକ ଏବଂ ଭୟଙ୍କର ଶବ୍ଦ ହୋଇଥାଏ । ଫଳରେ କଇଁଛମାନେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ମିଜାଇଲ୍ ଟେଷ୍ଟ ଜାନୁଆରୀରୁ ମାର୍ଚ୍ଚ ଯାଏଁ ବନ୍ଦ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ସେହି ଅନୁସାରେ ଜଙ୍ଗଲ ବିଭାଗ ପକ୍ଷରୁ ସତର୍କ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମୁଦ୍ର କୁଳରେ ଲୋକଙ୍କ ଅଯଥା ଚଳପ୍ରଚଳ ଉପରେ ରୋକ୍ ଲଗାଯାଇଛି । ଅଲିଡ଼ ରିଡ଼ଲେଙ୍କ ସଂଖ୍ୟା ଦିନକ ଦିନ କମୁଥିବା ବେଳେ ଓଡ଼ିଶା ଉପକୂଳରେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଅଣ୍ଡାଦାନ କରିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପରିବେଶବିତ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami