ମେଟା ଆଣିବ ନୂଆ ସେଫ୍‌ଟି ଟୁଲ୍‌, ଚାଟ୍‌ରେ ପଠାଇ ହେବନି ଅଶ୍ଳୀଳ ଚିତ୍ର

Above Post Content

ନୂଆଦିଲ୍ଲୀ: ଏଣିକି ଚାଟ୍‌ରେ ପଠାଇ ହେବନାହିଁ ଆଉ ଅଶ୍ଳୀଳ ଚିତ୍ର । ମେଟା ଏକ ନୂତନ ‘ସେଫ୍‌ଟି ଟୁଲ୍‌’ ବା ନିରାପତ୍ତା ଉପକରଣ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହା ମାଧ୍ୟମରେ ଯୁବକ ଓ ଯୁବତୀମାନଙ୍କ ପର୍ସନାଲ୍ ଚାଟ୍‌ରେ ଅଶ୍ଳୀଳ ଚିତ୍ର ପଠାଇ ହେବନାହିଁ । ସବୁ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ । ଇନ୍‌ଷ୍ଟାଗ୍ରାମ୍ ଓ ଫେସବୁକ୍‌ରେ ଏହାକୁ ପ୍ରଥମେ ଉପଲବ୍ଧ କରିବାକୁ ଯୋଜନା ରଖିଛି ମେଟା ।

୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ନାହିଁ ଅନୁମତି

After 2nd paragraph post ads
Middle post content

ଆଗରୁ କାର୍ଯ୍ୟକାରୀ କରିଥିବା ଏଣ୍ଡ୍‌-ଟୁ-ଏଣ୍ଡ୍ ଏନ୍‌କ୍ରିପ୍‌ସନ୍ ଚାଟ୍‌କୁ ନେଇ ଅନେକ ବିରୋଧର ସାମ୍ନା କରିଥିଲା ମେଟା । ଏଣ୍ଡ୍‌-ଟୁ-ଏଣ୍ଡ୍ ଏନ୍‌କ୍ରିପ୍‌ସନ୍ ଚାଟ୍ କେବଳ ପ୍ରେରକ ଓ ପ୍ରାପକଙ୍କ ଭିତରେ ସୀମିତ । ଏହାଦ୍ୱାରା ଶିଶୁ ଯୌନ ନିର୍ଯାତନା ଚିହ୍ନଟ କଷ୍ଟସାଧ୍ୟ ହେବ ବୋଲି ଆଶଙ୍କା କରି ପୋଲିସ, ବିଭିନ୍ନ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନେ ତୀବ୍ର ସମାଲୋଚନା କରିଥିଲେ । ମେଟା ଆଣୁଥିବା ଏହି ନୂତନ ନିରାପତ୍ତା ବୈଶିଷ୍ଟ୍ୟ ମହିଳା ଓ କିଶୋରମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି । ୧୩ ବର୍ଷରୁ କମ୍ ବୟସର ପିଲାମାନେ ଏହାକୁ ବ୍ୟବହାର କରିବାର ଅନୁମତି ପାଇ ନାହାନ୍ତି ବୋଲି ମେଟା ଦାବି କରିଛି ।

ସେଫ୍‌ଟି ଟୁଲ୍ ଶିଶୁମାନଙ୍କୁ ନିର୍ଯାତନାରୁ ରକ୍ଷା କରିପାରିବ

ମେଟା ଘୋଷଣା କରିଛି ଯେ, ନାବାଳିକାମାନେ ବାଧ୍ୟତାମୂଳକ ଭାବେ ଇନ୍‌ଷ୍ଟାଗ୍ରାମ୍ ଓ ମେସେଞ୍ଜରରେ ଅପରିଚିତ ବ୍ୟକ୍ତିଙ୍କଠାରୁ ମେସେଜ୍ ଗ୍ରହଣ କରିପାରିବେ ନାହିଁ । କିନ୍ତୁ କିଛି ବିଶେଷଜ୍ଞ କହିଛନ୍ତି, ଏନ୍‌କ୍ରିପ୍ଟ ହୋଇଥିବା ଆପ୍ ମାଧ୍ୟମରେ ଶିଶୁ ନିର୍ଯାତନା ଚିହ୍ନଟ ପାଇଁ ‘କ୍ଲାଏଣ୍ଟ-ସାଇଡ୍ ସ୍କାନିଂ’ କୌଶଳ ବ୍ୟବହାର କରାଯିବା ଦରକାର । ଏହା ଉପଭୋକ୍ତାଙ୍କ ସନ୍ଦେହଜନକ ଓ ବେଆଇନ ଏନ୍‌କ୍ରିପ୍ଟ ମେସେଜ୍ ଓ ଛବିକୁ ସ୍କାନ୍ କରି କମ୍ପାନିକୁ ରିପୋର୍ଟ କରିପାରିବ, ଯାହାକି ଶିଶୁମାନଙ୍କ ସୁରକ୍ଷା ପାଇଁ ଜରୁରି । ଅନ୍ୟ ପକ୍ଷରେ ମେଟା କହିଛି, କ୍ଲାଏଣ୍ଟ୍‌-ସାଇଡ୍ ସ୍କାନିଂ କେବଳ ନଗ୍ନତାକୁ ଚିହ୍ନିପାରିବ କିନ୍ତୁ ଶିଶୁ ନିର୍ଯାତନା ରୋକିବାକୁ ସଫଳ ହେବନାହିଁ । ହେଲେ ଏହି ସେଫ୍‌ଟି ଟୁଲ୍ ଶିଶୁମାନଙ୍କୁ ନିର୍ଯାତନାରୁ ରକ୍ଷା କରିପାରିବା ସହ ସେମାନଙ୍କୁ ସୁରକ୍ଷା ଦେଇପାରିବ ବୋଲି ଦାବି କରିଛି ମେଟା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami