ଡ଼ରାଇଲାଣି କରୋନା : ୨୪ ଘଣ୍ଟାରେ ୬ ଜଣଙ୍କ ମୃତ୍ୟୁ

Above Post Content

ନୂଆଦିଲ୍ଲୀ: ବଢିଲା କରୋନା , ଫେରିଲା ମାସ୍କ । ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି । କରୋନା ଫେରିବାକୁ ନେଇ ଲୋକେ ଭୟଭୀତ ବି ହୋଇପଡ଼ିଲେଣି । ଜେଏନ.୧ ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଦେଶର ଅନେକ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ଗୋଆ , କେରଳ , ମହାରାଷ୍ଟ୍ର , ଚଣ୍ଡିଗଡ ଆଦି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ କର୍ନାଟକରେ ୨ଜଣ, ପଞ୍ଜାବରେ ଜଣେ ଏବଂ କେରଳର ୩ ଜଣ ରହିଛନ୍ତି । ୩୫୮ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୦ କେବଳ କେରଳରେ ପଞ୍ଜୀକୃତ ହୋଇଛି । ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ଯୋଗୁ ଦେଶରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨,୬୬୯ ଛୁଇଁଛି ।

Middle post content

ନିୟମିତ ମାସ୍କ ପିନ୍ଧିବାକୁ ପରାମର୍ଶ

After 2nd paragraph post ads

ଦୀର୍ଘ ୮ ମାସ ପରେ କୋଭିଡ-୧୯ର ଏକ ମାମଲା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଦେଖିବାକୁ ମିଳିଛି । ଗାଜିଆବାଦରେ ବିଜେପି କାଉନସିଲର ଅମିତ ତ୍ୟାଗି କରୋନାରେ ସଂକ୍ରମିତ ହୋଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ମଧ୍ୟ ଗାଇଡ ଲାଇନ୍ ଜାରି କରିଛନ୍ତି । ପୁଣି ଥରେ ଲୋକଙ୍କ ମଧ୍ୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଆଇସୋଲେସନ ଆଦି ଶବ୍ଦ ଦେଖିବାକୁ ମିଳିବ । ତେବେ କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ମାସ୍କ ପିନ୍ଧିବାକୁ ନିଷ୍ପତ୍ତି ଦିଆଯାଇଛି । ସେହିପରି ଭିଡ ସ୍ଥାନକୁ ନ ଯିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ସ୍ଥିତିରେ ଓଡ଼ିଶାର ଜନସାଧାରଣ କରୋନାକୁ ନେଇ ସାବଧାନ ରହିବାର ଆବଶ୍ୟକତା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami