କେମିତି କରିବେ ବିବାହ ପଂଜିକରଣ ? ଜାଣନ୍ତୁ ମ୍ୟାରେଜ୍ ସାର୍ଟିଫିକେଟ୍ ସମ୍ପର୍କିତ ସମସ୍ତ ଜରୁରୀ କଥା

Above Post Content

ବିବାହ ପଂଜିକରଣ କ’ଣ ଓ କେମିତି ଏହା ହାସଲ କରାଯାଇଥାଏ

ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ ଓ ବ୍ୟବସାୟୀ ନିଖିଲ ଜୈନଙ୍କ ବିବାହ ବିଛେଦକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ନୁସରତଙ୍କ କହିବା ହେଉଛି ତାଙ୍କର ବିବାହ ଦୁଇଟି ଭିନ୍ନ ଧର୍ମାବଳମ୍ବିଙ୍କ ମଧ୍ୟରେ ହୋଇଥିବାରୁ ଏହା ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ । ଏହାସହିତ ସେ ବିଦେଶୀ ମାଟିରେ ବାହା ହୋଇଥିବାରୁ ତାଙ୍କ ପାଇଁ ତଲାକ ନେବା ମଧ୍ୟ ଜରୁରୀ ନୁହେଁ । ନୁସରତଙ୍କ ଫିଲ୍ମି ପ୍ରେମ-ବିବାହ ଓ ବିଛେଦ ଏକତା କାପୁରଙ୍କ ସିରିଅଲ ସ୍କ୍ରିପ୍ଟ ରାଇଟରଙ୍କ ମୁଣ୍ଡ ମଧ୍ୟ ବିଗାଡି ଦେବ । ଏମିତିରେ ସାଧାରଣ ଲୋକଙ୍କ ମଧ୍ୟରେ ବିବାହ ରେଜିଷ୍ଟ୍ରେଶନକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଆସନ୍ତୁ ସରଳ ଭାଷାରେ ଜାଣିବା ବିବାହ ପଂଜିକରଣ କ’ଣ ଓ କେମିତି ଏହା ହାସଲ କରାଯାଇଥାଏ ।

After 2nd paragraph post ads

୧) ଭାରତରେ ମ୍ୟାରେଜ୍ ସାର୍ଟିଫିକେଟର ଅର୍ଥ କ’ଣ ?

ଏହା ଏକ ପ୍ରକାରର ଆଧିକାରିକ ଘୋଷଣା ଯେ, ଆପଣ ବିବାହିତ । ଭାରତରେ ବିବାହ ପଂଜିକରଣର ଦୁଇଟି ଆଇନ୍ ରହିଛି । ଗୋଟିଏ ହେଉଛି ହିନ୍ଦୁ ବିବାହ ଅଧିନିୟମ (1955) ଓ ଅନ୍ୟଟି ହେଉଛି ବିଶେଷ ବିବାହ ଅଧିନୟମ (1954) । ହିନ୍ଦୁ ବିବାହ ଆଇନରରେ ଉଭୟ ପକ୍ଷ ଅବିବାହିତ ହୋଇଥିଲେ କିମ୍ବା ଛାଡପତ୍ର ନେଇ ସାରିଥିଲେ କିମ୍ବା ପ୍ରଥମ ଜୀବନସାଥୀଙ୍କ ମୃତ୍ୟୁ ପରେ ବିବାହ କରିପାରିବେ । 

ଏହି ଅଧିନିୟମ କେବଳ ହିନ୍ଦୁଙ୍କ ପାଇଁ ହିଁ ପ୍ରଜୁଜ୍ୟ । ଅନ୍ୟପକ୍ଷରେ ବିଶେଷ ଅଧିନିୟମ (1954) ଭାରତର ସବୁ ନାଗରିକଙ୍କ ପାଇଁ ଲାଗୁ ହୋଇଥାଏ ।ଏହି ଦୁଇ ଆଇନ ଏହା ନିର୍ଧାରିତ କରିଥାଏ ଯେ, ଦୁଇ ଜଣ ବ୍ୟକ୍ତି ବିବାହିତ ଓ ସେମାନଙ୍କର ପରସ୍ପର ପ୍ରତି କିଛି ଆଇନଗତ ଦାୟିତ୍ୱ ରହିଛି । 2006ରେ ସୁପ୍ରିମକୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ୍ ବନାଇବାକୁ ବାଧ୍ୟତାମୁଳକ କରିଥିଲା । ଏହାର ଉଦ୍ଦେଷ୍ୟ ଥିଲା ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିବ

୨) ବିବାହ ପଂଜିକରଣ ନହୋଇଥିଲେ କ’ଣ ହେବ ?

ପଂଜିକୃତ ନହୋଇଥିଲେ କ’ଣ ବିବାହ ଅବୈଧ ହୋଇଯିବ ? ଏହାର ଉତ୍ତର ହେଉଛି ଯଦି ମଧ୍ୟ ଜଣେ ନିଜ ବିବାହ ପଂଜିକରଣ କରିନାହାନ୍ତି ତେବେ ବି ତାଙ୍କ ବିବାହ ବୈଧ ରହିବ ଯଦି ବିବାହର ସାମାଜିକ ପ୍ରମାଣ ରହିଛି । ଏହା ସହିତ ବିବାହ ବିଛେଦର ପ୍ରକ୍ରିୟା ମଧ୍ୟ ସେହିପରି ହେବ । ତେବେ ବିବାହ ପଂଜିକରଣ କରିବା ଦ୍ୱାରା ବିବାହ ଆଇନଗତ ପ୍ରମାଣ ରହିଥାଏ । ମ୍ୟାରେଜ୍ ସାର୍ଟିଫିକେଟ୍ ଅନେକ ସ୍ଥାନରେ କାମରେ ଆସିଥାଏ । ଯେମିତି ବିବାହ ବିଛେଦ ପରିସ୍ଥିତିରେ ପିଲାଙ୍କ ଲାଳନ ପାଳନ ଅଧିକାର ମାଗିବା ସମୟରେ, ଜୀବନ ବୀମା କ୍ଲେମ କରିବାରେ ଏହା ନୋମିନିଙ୍କୁ ସାହାଯ୍ୟ କରିଥାଏ । ଏହାସହିତ ଶ୍ୱଶୁର ଘର ସମ୍ପତିରେ ମଧ୍ୟ ମହିଳାଙ୍କୁ ଅଧିକାର ମିଳିବାରେ ଏହା ସାହାଯ୍ୟ କରେ ।

୩) ଦେଶରେ ମ୍ୟାରେଜ୍ ସାର୍ଟିଫିକେଟ୍ କିଏ ଜାରି କରନ୍ତି ?

ହିନ୍ଦୁ ଆଇନ ଅନୁସାରେ ବିବାହ ପଂଜିକରଣ ପାଇଁ ପତିପତ୍ନୀ ସେହି ସବ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରିପାରିବେ ଯାହାଙ୍କ ଆଇନଗତ କ୍ଷେତ୍ରରେ ସେମାନେ ରୁହନ୍ତି । ଛୁଟି ଦିନ ବ୍ୟତିତ ଆପଣ ଅନ୍ୟ ଯେକୌଣସି ଦିନ ଆବେଦନ କରିପାରିବେ ।

Middle post content

୪) ଯେକୌଣସି ସ୍ଥାନରେ ବିବାହ ପଂଜିକରଣ ପାଇଁ ଆବେଦନ କରାଯାଇ ପାରିବ କି ?

ନା, ଆପଣ କେବଳ ନିଜେ ରହୁଥିବା ଅଂଚଳର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଅଫିସରେ ପଂଜିକରଣ ପାଇଁ ଆବେଦନ କରି ପାରିବେ । ଏହା ସହିତ ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ୍ ମଧ୍ୟ କରି ପାରିବେ ।

୫) ପାସପୋର୍ଟ ପାଇଁ ମ୍ୟାରେଜ୍ ସାର୍ଟିଫିକେଟ୍ ଜରୁରୀ କି ?

ନୂଆ ପାସପୋର୍ଟ ନିୟମ ଅନୁସାରେ 2018 ମସିହାରେ ପାସପୋର୍ଟ ପାଇଁ ବିବାହ ସାର୍ଟଫିକେଟର ଅନିବାର୍ଯ୍ୟତାକୁ ଶେଷ କରି ଦିଆଯାଇଥିଲା ।  ନିଜ ବୈବାହିକ ଜୀବନକୁ ନେଇ ଅସନ୍ତୁଷ୍ଠ ଥିବା ଓ ଅଦାଲତରେ ମାମଲା ଲଢୁଥିବା ଅନେକ ମହିଳାଙ୍କୁ ଏହି ନିୟମ ପାଇଁ (ପାସପୋର୍ଟ ପାଇଁ ମ୍ୟାରେଜ ସାର୍ଟିଫିକେଟ୍) ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ 2018ରେ ଏହାକୁ ହଟାଇ ଦିଆଯାଇଥିଲା । ଏପରିକ ଏବେ ବିନା ବିବାହରେ ଜନ୍ମ ହୋଇଥିବା ପିଲାଙ୍କର ମଧ୍ୟ ପାସପୋର୍ଟ ତିଆରି ହୋଇ ପାରିବ ।

୬) ସାର୍ଟିଫିକେଟ୍ କେତେ ଦିନରେ ମିଳେ ?

ମାତ୍ର 7ରୁ 15 ଦିନ ମଧ୍ୟରେ ସାର୍ଟିଫିକେଟ୍ ମିଳିଥାଏ । ତେବେ ଏଥିପାଇଁ ଦମ୍ପତ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ଅଫିସକୁ ଯିବାକୁ ପଡେ । ସେଠାରେ ସେମାନଙ୍କୁ କିଛି ଫର୍ମ ଭରିବାକୁ ପଡେ । ଏହାବ୍ୟତିତ ଅନଲାଇନ୍ ରେଜିଷ୍ଟ୍ରେସନରେ ଅଫିସ ଆପଏଣ୍ଟମେଣଅଟ୍ ପାଇଁ କିଛି ଦିନ ଲାଗିଥାଏ । ହିନ୍ଦୁ ବିବାହ ଆଇନ ଅନ୍ତର୍ଗତରେ ଆପଏଣ୍ଟମେଣ୍ଟ ପାଇଁ ପ୍ରାୟ 15 ଦିନ ସମୟ ଲାଗିଥାଏ । ଅନ୍ୟପକ୍ଷରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନ୍ତର୍ଗତରେ ଏହି ଅବଧି 30 ଦିନ ହୋଇଥାଏ ।

୭) ସାର୍ଟିଫିକେଟ୍ ପାଇଁ କେତେ ଖର୍ଚ୍ଚ ହୋଇଥାଏ ?

ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନ୍ତର୍ଗତରେ ବିବାହ ପାଇଁ ପଂଜିକରଣ ଖର୍ଚ୍ଚ 100ଟଙ୍କା । ଅନ୍ୟପକ୍ଷରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ପାଇଁ ପଂଜିକରଣ ଖର୍ଚ୍ଚ 150 ଟଙ୍କା । ଏହା ଆପ୍ଲିକେସନ୍ ଫିସ୍ ହୋଇଥାଏ । ଏହା ସହିତ କିଛି ଅଲଗା ଫିସ୍ ମଧ୍ୟ ଦେବାକୁ ପଡେ । 400ରୁ 5ଶହ ଟଙ୍କା ଓକିଲ ଖର୍ଚ୍ଚ ପଡିଥାଏ । ଯାହାକୁ ଆବେଦନ ସହିତ ଜମା କରିବାକୁ ପଡିଥାଏ ।

୮) ମ୍ୟାରେଜ୍ ସାର୍ଟିଫିକେଟ୍ ପାଇଁ କେମିତି କରିବେ ଅନଲାଇନ୍ ଆବେଦନ ?

ଏଥିପାଇଁ ଆପଣଙ୍କୁ ନିଜ ରାଜ୍ୟର ସରକାରୀ ୱେବସାଇଟକୁ ଯିବାକୁ ପଡିବ । ୱେବସାଇଟରେ ନିଜ ଜିଲ୍ଲାକୁ ଖୋଜନ୍ତୁ । ସେଠାରେ ଆପଣଙ୍କୁ ପଂଜିକରଣର ବିକଳ୍ପ ମିଳିବ । ଏହି ବିକଳ୍ପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କୁସବୁ ସୂଚନା ମିଳିବ । ଏଥର ନିଜ ସୂଚନା ସବୁ ଭରନ୍ତୁ । ଭଲକରି ଯାଂଚ୍ କରି ସବମିଟ୍ କରନ୍ତୁ । ସବମିଟ୍ କରିବା ପରେ ଆପଣଙ୍କୁ ପଜିଂକରଣ ପାଇଁ ତାରିଖ ମିଳିବ । ହିନ୍ଦୁ ଆକ୍ଟ ଅନୁସାରେ 15 ଦିନ ଓ ସ୍ପେଶାଲ ଆକ୍ଟ ଅନୁସାରେ ଆପଣଙ୍କୁ 30 ଦିନ ଭିତରେ ପଂଜିକରଣ ପାଇଁ ତାରିଖ ମିଳିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami