ପ୍ରେମିକା ଉପହାର ନ ନେବାରୁ ଆତ୍ମହତ୍ୟା କଲେ ପ୍ରେମିକ

Above Post Content

ବାଲେଶ୍ୱର: ଦୁହେଁ ସ୍ୱପ୍ନ ଦେଖୁଥିଲେ ଆଗକୁ ସାରାଜୀବନ ପାଇଁ ସାଥୀ ହୋଇ ରହିବେ । ସେହି ଭରସାରେ ଉଭୟ ବାଟ ଚାଲୁଥିଲେ । ଭଲ ରୋଜଗାର ଆଶାରେ ବାଙ୍ଗାଲୋରରେ କାମ କରିବା ପାଇଁ ଚାଲିଗଲା ପ୍ରେମିକ । କିନ୍ତୁ ସେଠାରୁ ଫେରିବା ପରେ ତା ଦୁନିଆ ଯେମିତି ଓଲଟପାଲଟ ହୋଇଯାଇଥିଲା । ନିଜ ପ୍ରେମିକାଙ୍କୁ ଉପହାର ଦେବା ପାଇଁ ସ୍ନେହରେ ଆଣିଥିଲା ଗୋଟେ ମୋବାଇଲ । ହେଲେ ପ୍ରେମିକା ନେବା ପାଇଁ ରୋକ୍‌ଠୋକ୍ ମନା କରିଦେଲା । ପ୍ରେମିକାର ଏପରି ବ୍ୟବହାରରେ ହତାଶ ହୋଇପଡ଼ିଲା ପ୍ରେମିକ । ଦୁଃଖ, ଅଭିମାନରେ ନିଜକୁ ଶେଷ କରିବା ପାଇଁ ପିଇଲା ବିଷ । ତେବେ ନିଜ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପୂର୍ବରୁ ଭିଡ଼ିଓ ରେକର୍ଡ଼ କରି ପ୍ରେମିକାର ହ୍ୱାଟସ୍‌ଆପ୍‌ରେ ଛାଡ଼ିଲା ,ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିିଛି ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ ।

Middle post content

ବାଲେଶ୍ୱର ଜିଲ୍ଲା ଖଇରା ଥାନା ନହଙ୍ଗ ଗ୍ରାମ ମହାଳିକ ସାହିର ଗୟାଧର ମହାଳିକଙ୍କ ଏକମାତ୍ର ପୁଅ କମଳାକାନ୍ତ । ସେ ବେଙ୍ଗାଲୁରୁର ଏକ କମ୍ପାନିରେ କାମ କରନ୍ତି । କିଛିଦିନ ତଳେ ସେ ଗାଁକୁ ଆସିଥିଲେ । ୩ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ କମଳାକାନ୍ତ । ଗତ ୨୬ ତାରିଖ ଦିନ କମଳାକାନ୍ତ ଏକ ମୋବାଇଲ ଯୁବତୀଙ୍କୁ ଉପହାର ଦେବାକୁ ଯାଇଥିଲେ । ହେଲେ ଯୁବତୀ ଜଣକ କୌଣସି କାରଣ ପାଇଁ ତାକୁ ଗ୍ରହଣ କରି ନ ଥିଲେ । ଏମିତି କି ପରେ ସେ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ । ଫଳରେ କମଳାକାନ୍ତ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏପରି ସମୟରେ ଗତ ୨୭ ତାରିଖ ଦିନ ସେ ଚରମ ନିଷ୍ପତ୍ତି ନେଇଥିଲେ । କମଳାକାନ୍ତ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏହା ସହିତ ବିଷ ପିଇବା ବେଳର ଭିଡିଓ ରେକର୍ଡ଼ କରି ପ୍ରେମିକାଙ୍କ ହ୍ୱାଟ୍‌ସ-ଆପ୍‌କୁ ପଠାଇଥିଲେ । କମଳାକାନ୍ତ ବିଷ ପିଇଥିବା ଜାଣି ପରିବାର ଲୋକ ତାଙ୍କୁ ସଂଗେ ସଂଗେ ଖଇରା ଡାକ୍ତରଖାନା ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର କମଳାକାନ୍ତଙ୍କ ମୃତ୍ୟୁ ହୋଇଛିି । ତେବେ ବିଷ ପିଉଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଏବେ ସବୁ କଥା ପଦାକୁ ଆସିଛି । ପୁଅର ମୃତ୍ୟୁ ପାଇଁ ପରିବାର ଲୋକ ସଂପୃକ୍ତ ଯୁବତୀଙ୍କୁ ଦାୟୀ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami