ମ୍ୟାଚ ଚାଲିଥିବା ବେଳେ ପଡ଼ିଆରେ ପଶିଲା ଗୋଧି

Above Post Content

କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ପଶିଗଲା ଗୋଧି । କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ । ଗୋଧିକୁ ପଡ଼ିଆରେ ଦେଖି ଦର୍ଶକ ଓ ଖେଳାଳି ଆତଙ୍କିତ ହୋଇପଡ଼ିଥିଲେ । ଏଭଳି ଏକ ଅଜବ ଘଟଣା ଘଟିଛି କଲମ୍ବୋରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ

After 2nd paragraph post ads
Middle post content

କଲମ୍ବୋର ସିନହାଲେସ ସ୍ପୋର୍ଟସ କ୍ଲବରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିଲା । ଆଫଗାନିସ୍ତାନର ନିଜାତ ମାସୁଦ ବୋଲିଂ କରିବାକୁ ଯାଉଥିବା ବେଳେ ସାମ୍ନାରେ ଭେଟରାନ ଆଞ୍ଜେଲୋ ମାଥ୍ୟୁସ ରହିଥିଲେ । ମ୍ୟାଚ ଚାଲିଥିବା ବେଳେ ହଠାତ ଗୋଟିଏ ଗୋଧି ପଡ଼ିଆ ଭିତରେ ପଶି ଯାଇଥିଲା । ଏହାର ଆକାର ବେଶ ବଡ଼ ଥିବାରୁ ଖେଳାଳି ଓ ଅମ୍ପାୟାର ସାମନ୍ୟ ଭୟଭୀତ ହୋଇ ଯାଇଥିଲେ । ଗୋଧିକୁ ଦେଖି ଅନ୍ୟ ଖେଳାଳିମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଥିଲେ । ସେମାନେ ମଧ୍ୟ ମ୍ୟାଚ୍ ଉପରେ ଫୋକସ କରି ପାରୁ ନଥିବା ଅଭିଯୋଗ କରିଥିଲେ । ତେଣୁ ଅମ୍ପାୟାର ଏହା ଜାଣିବା ପରେ ମ୍ୟାଚ୍‌କୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ । ଉକ୍ତ ଗୋଧିକୁ ତୁରନ୍ତ ପଡ଼ିଆ ବାହାରକୁ ନିଆଯାଇଥିଲା । ଏହାପରେ ଖେଳ ମଧ୍ୟ ଆରମ୍ଭ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami