ଦୀପାବଳିରେ ଶ୍ରୀରାମ ବନବାସରୁ ଫେରିଥିଲେ, ତେବେ ଲକ୍ଷ୍ମୀଙ୍କ ପୂଜା କାହିଁକି ହୁଏ ?

Above Post Content

ଦୀପାବଳି ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଅଯୋଧ୍ୟାର ପ୍ରଜା ରାଜ ରାମଙ୍କୁ ସ୍ୱାଗତ କରି ଘର ବାହାରେ ଦ୍ୱିପ ପ୍ରଜ୍ୱଳନ କରିଥିଲେ । କାରଣ ସେ ୧୪ ବର୍ଷର ବନବାସ ପରେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ଏଇଠି ପ୍ରଶ୍ନ ହୁଏ ଯେ, ଯଦି ଦୀପାବଳିର ପାଳନ ଭଗବାନ ରାମଙ୍କ କାରଣରୁ ହୁଏ ତେବେ ଏହି ଦିନ ଶ୍ରୀରାମଙ୍କ ପୂଜା ନହୋଇ କ’ଣ ପାଇଁ ଲକ୍ଷ୍ମୀ-ଗଣେଷଙ୍କ ପୂଜା ହୋଇଥାଏ ?

ଆସନ୍ତୁ ଜାଣିବା କ’ଣ ପାଇଁ ଦୀପାବଳୀରେ ଲକ୍ଷ୍ମୀ-ଗଣେଷଙ୍କ ପୂଜା ହୋଇଥାଏ ।

After 2nd paragraph post ads

ଏଠି କହି ରଖୁଛୁ ଯେ, ଦୀପାବଳିରେ ଲକ୍ଷ୍ମୀପୂଜା ପଛରେ ଅନେକ କାହାଣୀ ଅଛି । ଏମିତିର ସ୍ପଷ୍ଟ ଭାବେ ଏହା କୁହାଯାଇ ପାରିବ ନାହିଁ ଯେ, ଦୀପାବଳିରେ କ’ଣ ପାଇଁ ଲକ୍ଷ୍ମୀଙ୍କ ପୂଜା ହୋଇଥାଏ । ତେବେ ଏହି ସବୁ କାହାଣୀ ଗୋଟିଏ ଆଡକୁ ଇଙ୍ଗିତ କରନ୍ତି ଓ ତାହା ହେଉଛି ଦୀପାବଳି ଆଲୋକ, ଉତ୍ସାହ ଓ ସମୃଦ୍ଧିର ପର୍ବ । ଏହି ଦିନ ସମୃଦ୍ଧିର ଆଗମନ ହୋଇଥାଏ । ତେଣୁ ଏହି ଦିନ ଲକ୍ଷ୍ମୀ ପୂଜା ହୋଇଥାଏ । ତେଣିକି ଏହା ପଛରେ କାରଣ ଯାହା ବି ହେଉନା କାହିଁକି ..

କ’ଣ ସବୁ କାହାଣୀ ?

କୁହାଯାଏ ଯେ, ଏହି ଦିନ ସମୁଦ୍ର ମନ୍ଥନ ହୋଇଥିଲାଦେବତା ଓ ଅସୁର ମିଳିତ ଭାବେ କରିଥିବା ସମୃଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀ ଅବିର୍ଭାବ ହୋଇଥିଲେ । ମାନ୍ୟତା ଅନୁସାରେ ଯେଉଁଦିନ ଦେବୀ ଲକ୍ଷ୍ମୀ ସମୁଦ୍ରରୁ ବାହାରିଥିଲେ ସେହିଦିନ ଥିଲା କାର୍ତ୍ତିକ ମାସର କୃଷ୍ଣପକ୍ଷର ଅମାବାସ୍ୟ । ସେହି ଦିନକୁ ଦୀପାବଳି ଭାବେ ପରେ ପାଳନ କରାଗଲା । ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଅବିର୍ଭାବ ହେବା ସମୟରେ ଦେବତା ଓ ଅସୁର ତାଙ୍କର ବନ୍ଦନା କରିଥିଲେ । ତେଣୁ ଏହି ଦିନ ବା ଦୀପାବଳି ଦିନ ତାଙ୍କର ଆରାଧନା କରାଯାଏ । ତେବେ ଆଉ ଏକ ମତ ଅନୁସାରେ ଦେବୀ ଲକ୍ଷ୍ମୀ ଅମାବାସ୍ୟାରେ ନୁହେଁ ଶରତ ପୁର୍ଣ୍ଣିମାରେ ପ୍ରକଟ ହୋଇଥିଲେ । ଯାହା ଦୀପାବଳିର ୧୫ ଦିନ ପୂର୍ବରେ ପଡେ

Middle post content

ଅନ୍ୟପକ୍ଷରେ ଅନେକ ପଣ୍ଡିତଙ୍କ କହିବା ହେଉଛି ଯେ, ଭାରତୀୟ କାଳଗଣନା ଅନୁସାରେ ୧୪ ମନୁଙ୍କ ସମୟ ବିତିଯିବା ପରେ ଓ ପ୍ରଳୟ ପରବର୍ତ୍ତି ପୁର୍ନନିର୍ମାଣ ଓ ନୂଆ ସୃଷ୍ଟିର ଆରମ୍ଭ ଦୀପାବଳି ଦିନ ହୋଇଥିଲା । ଏହି କାରଣରୁ ଲକ୍ଷ୍ମୀ ପୂଜା ହୋଇଥାଏ । ସେହିଭଳି ଆଉ ଏକ ମତ ଅନୁସାରେ କାର୍ତ୍ତିକ ମାସର ପ୍ରଥମ ଅମାବାସ୍ୟା ହିଁ ନୂଆ ଆରମ୍ଭ ଓ ନବନିର୍ମାଣର ସମୟ ହୋଇଥାଏ ।

ଏହା ସହିତ ଆଉ ଗୋଟିଏ ମତ ହେଉଛି ଯେ, ଏହି ତିଥିରେ ଅନେକ ରାକ୍ଷାସଙ୍କ ଅନ୍ତ ହୋଇଥିଲା । ଯେଉଁମାନଙ୍କ ମଧ୍ୟରେ ନରକାସୁର, ବାଳି ଭଳି ରାକ୍ଷସ ଥିଲେ । ତେଣୁ ଦୀପାବଳିକୁ ଶୁଭ ସଂକେତ ଭାବେ ଗ୍ରହଣ କରାଯାଏସମୃଦ୍ଦି ଦେବୀ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ

ବିଷ୍ଣୁଙ୍କ ବିନା ଲକ୍ଷ୍ମୀ ପୂଜା

ଦୀପାବଳି କାଳରେ ଲକ୍ଷ୍ମୀ ପୂଜା ହୋଇଥାଏ କିନ୍ତୁ ଲକ୍ଷ୍ମୀ ଏକା ପୂଜା ପାଇଥାନ୍ତି । ଏହି ପୂଜାରେ ତାଙ୍କ ସହିତ ବିଷ୍ଣୁ ନଥାନ୍ତି । ଏହା ପଛର କାରଣ ହେଉଛି ଯେ, ଚତୁର୍ମାସରେ ଭଗବାନ ବିଷ୍ଣୁ ୪ ମାସ ପାଇଁ ଯୋଗନିଦ୍ରାରେ ଯାଆନ୍ତିତେଣୁ କୌଣସି ଧାର୍ମିକ ଅନୁଷ୍ଠାନରେ ସେ ଉପସ୍ଥିତ ନଥାନ୍ତି

ତେବେ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଦୀପାବଳିରେ ଲକ୍ଷ୍ମୀଙ୍କ ସହିତ ଶ୍ରୀଗଣେଷ କାହିଁକି ପୂଜା ପାଆନ୍ତି । ଉତ୍ତର ହେଉଛି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଶ୍ରୀଗଣେଷ ଏହି ପୂଜାରେ ଅନ୍ୟ ଦେବତାଙ୍କ ପ୍ରତିନିଧିତ୍ୱ କରନ୍ତି । ତେବେ ଦୀପାବଳି ପରେ ଭଗବାନ ବିଷ୍ଣୁ ଯେତେବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗନିଦ୍ରାରୁ ଉଠନ୍ତି ସେତେବେଳେ ଦେବତା ମାନେ ପୁଣିଥରେ ମାତା ଲକ୍ଷ୍ମୀଙ୍କ ସହିତ ଶ୍ରହରିଙ୍କର ଆଉଥରେ ପୂଜା କରି ଦୀପାବଳି ପାଳନ କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami