World Cup 2023 : ପାକିସ୍ତାନ ଟିମକୁ ଭାରତ କେଉଁ ଭିସା ଦେଲା ?

Above Post Content

ଭାରତ ଓ ଭାରତୀୟ ଆଇସିସି ବିଶ୍ୱକପ 2023କୁ ନେଇ ଉତ୍ସାହିତ ଅଛନ୍ତି । ଦିନ ଗଡ଼ିବା ସହିତ ବିଶ୍ୱକପର ତାତି ମଧ୍ୟ ବଢ଼ିବାରେ ଲାଗିଛି । ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିରୋଧରେ ମୁକାବିଲାକୁ ଭାରତୀୟ କ୍ରିକେଟ୍ ଫ୍ୟାନ୍ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ତେବେ ପାକିସ୍ତାନୀ ଟିମ୍ ଭାରତ ଆସିବ କି ନାହିଁ ତାକୁ ନେଇ କିଛି ସନ୍ଦେହ ଥିଲା । ଅବଶ୍ୟ ସୁରକ୍ଷାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ପାକ୍ ଟିମ୍ ଭାରତ ଆସୁଛି । ପିସିବି ନିଜ ଟିମକୁ ଭାରତ ପଠାଇବାକୁ ରାଜି ହୋଇଥିଲେ ମଧ୍ୟ ଭାରତୀୟ ଭିଜା ମିଳିବାରେ ସେମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଶେଷରେ ଭାରତ ପାକ୍ ଟିମକୁ ସ୍ୱତନ୍ତ୍ର ଭିଜା ଦେଇଛି । ଅବଶ୍ୟ ଏହି ଚକ୍କରରେ ଦୁବାଇରେ ହେବାକୁ ଥିବା ଦୁଇଦିନିଆ ‘ଟିମ୍ ବଣ୍ଡିଂ’ ସେସନକୁ ପାକିସ୍ତାନୀ ଟିମ୍ ରଦ୍ଦ କରିଛି । କାରଣ ସେମାନେ ଦୁବାଇରେ ଠିକ ସମୟରେ ପହଂଚି ପାରିବେ ନାହିଁ । ଏଠି ପ୍ରଶ୍ନ ଉଠୁଥିବ ଯେ, ଭାରତ ପାକିସ୍ତାନୀ ଟିମକୁ କେଉଁ ଭିଜା ଦେଇଛି । ଆସନ୍ତୁ ଜାଣିବା ଭାରତ ଟିମ୍ ପାକିସ୍ତାନର ଖେଳାଳୀଙ୍କୁ କେଉଁ ପ୍ରକାରର ସ୍ୱତନ୍ତ୍ର ଭିଜା ଦେଇଛି ।

ଶେଷରେ କଲ୍ ଆସିଲା

After 2nd paragraph post ads
Middle post content

ପାକିସ୍ତାନୀ କ୍ରିକେଟ୍ ଟିମ୍ ମୁଖପାତ୍ର ଉମର ଫାରୁଖ କାଲ୍ସନ ଭିଜା ମିଳିବା ପରେ କହିଛନ୍ତି ଯେ, ପାକ୍ ଟିମ୍ ନିର୍ଦ୍ଧାରିତ ସମୟରେ ବିଶ୍ୱକପ୍ ପାଇଁ ଭାରତରେ ପହଂଚିବ । ସେ କହିଛନ୍ତି ଯେ, ଶେଷରେ ଆମକୁ ଭାରତୀୟ ହାଇକମିଶନରୁ ଫୋନ୍ କଲ୍ ଆସିଥିଲା । ଆମେକୁ ସେମାନେ ପାସପୋର୍ଟ୍ ସଂଗ୍ରହ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ,ପିସିବି ଆଇସିସିକୁ ଭାରତୀୟ ଭିଜା ମିଳିବାରେ ବିଳମ୍ବକୁ ନେଇ ପତ୍ର ଲେଖିଥିଲାଭାରତୀୟ ହାଇକମିଶନଙ୍କ ପଟୁ ଭିଜକୁ ସେମାନେ ଅପେକ୍ଷା କରିଛନ୍ତି ବୋଲି ଏଥିରେ ଉଲ୍ଲେଖ ଥିଲା । ପାକିସ୍ତାନୀ ଟିମକୁ ଅଭ୍ୟାସ ମ୍ୟାଚ ପାଇଁ 27 ସେପ୍ଟେମ୍ବରରେ ହାଇଦ୍ରାବାଦ ପହଂଚିବାର ଅଛି । ଏବେ ଆସନ୍ତୁ ଜାଣିବା ଭାରତ ପାକିସ୍ତାନୀ ଟିମକୁ କେଉଁ ଧରଣର ଭିଜା ଦେଇଛି ।

ପାକିସ୍ତାନୀ ଟିମକୁ କେଉଁ ଭିଜା ମିଳିଛି ?

ଭାରତ ତରଫରୁ ପାକିସ୍ତାନୀ ଟିମର ଖେଳାଳୀଙ୍କୁ କ୍ରୀଡ଼ା ଭିଜା ଜାରି କରାଯାଇଛି । ଏଥିରେ ବିଦେଶୀ ଟିମ୍ ଓ ଖେଳାଳୀଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ସମ୍ବନ୍ଧିତ ଭାରତୀୟ କ୍ରୀଡ଼ା ମହାସଂଘ କିମ୍ବା ଆସୋସିଏସନ୍ ସେତେବେଳେ ଦେଇଥାଏ ଯେତେବେଳେ ଏହାର ମଂଜୁରୀ ଭାରତ ସରକାରଙ୍କ ଯୁବା ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ମିଳିଥାଏ । ଏହା ସହିତ ଆୟୋଜକ ଯୁବା ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ସମକ୍ଷରେ ଅନ୍ତର୍ଜାତୀୟ ଖେଳ କାର୍ୟ୍ବକ୍ରମ ଆୟୋଜିତ କରିବା ପୂର୍ବରୁ ମଂଜୁରୀ ନେଇଥାଏ । ଏହାପରେ କ୍ରୀଡ଼ା ବିଭାଗ ବିଶେଷ ଶ୍ରେଣୀ ପାଇଁ ନିଜ ସୁପାରିସ ସହିତ ଅତିକମରେ 30ଦିନ ଆଗରୁ ପ୍ରସ୍ତାବକୁ ଗୃହମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟକୁ ମଂଜୁରୀ ପାଇଁ ପଠାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami