ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍

Above Post Content

ICC ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ଉଦ୍ୟମ କରିବ । ଭାରତ ଭଳି ଦେଶରେ କ୍ରିକେଟ କାହିଁକି ଅଲମ୍ପିକ୍ସରେ ସାମିଲ ନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ୨୦୨୮ରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସିର ଉଦ୍ୟମ ନିଶ୍ଚିତ ଭାବେ ଭାରତୀୟ ଉପମହାଦେଶ ପାଇଁ ଖୁସି ଖବର । କାରଣ ଭାରତ, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାରେ କ୍ରିକେଟ୍ ଖେଳ ନୁହେଁ ଧର୍ମ । ଉପମହାଦେଶରେ ଅଛନ୍ତି ପାଖାପାଖି ୨ଶହ କୋଟି କ୍ରିକେଟ୍ ଫ୍ୟାନ୍ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ସୂଚନା ଦେବାକୁ ଯାହାକୁ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ । ୧୨୫ ବର୍ଷ ତଳେ କ୍ରିକେଟ୍ ଅଲମ୍ପିକ୍ସ ଗେମରେ ସାମିଲ ଥିଲା । କିନ୍ତୁ ତିନୋଟି ଅଲମ୍ପିକ୍ସ ପରେ କ୍ରିକେଟକୁ ଅଲମ୍ପିକ୍ସ ଖେଳ ସୂଚୀରୁ ବାହାର କରିଦିଆଯାଇଥିଲା । ଆସନ୍ତୁ ଜାଣିବା ଅଲମ୍ପିକ୍ସରେ କ୍ରିକେଟର ଇତିହାସ କ’ଣ ଥିଲା ଓ କେମିତି ଥିଲା ।

ଅଲମ୍ପିକ୍ସରେ କ୍ରିକେଟ୍

After 2nd paragraph post ads

୧୮୯୬ର ପ୍ରଥମ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା କିନ୍ତୁ ଖେଳ ହୋଇ ପାରିନଥିଲା । କାରଣ ଅଲମ୍ପିକ୍ସରେ କୌଣସି କ୍ରିକେଟ୍ ଟିମ୍ ଭାଗ ନେଇନଥିଲା

ଏହା ପରେ ୧୯୦୦ ମସିହାର ପ୍ୟାରିସ୍ ଅଲମ୍ପିକ୍ସରେ କ୍ରିକେଟ୍ ପୁଣିଥରେ ସ୍ଥାନ ପାଇଥିଲା । ଏଥିରେ ୪ଟି ଟିମ୍ ଭାଗ ନେଇଥିଲେ । ଯେଉଁ ୪ଟି ଟିମ୍ ଭାଗ ନେଇଥିଲେ ସେମାନେ ଥିଲେ ନେଦରଲ୍ୟାଣ୍ଡ୍, ବେଲଜିୟମ, ବ୍ରିଟେନ୍ ଓ ଫ୍ରାନ୍ସ । କିନ୍ତୁ ପ୍ରତିଯୋଗୀତା ଆରମ୍ଭର ଠିକ୍ ପୂର୍ବରୁ ଦୁଇଟି ଟିମ୍ ଖେଳିବାକୁ ମନା କରିଦେଇଥିଲେ । ଦ୍ୱିତୀୟ ଅଲମ୍ପିକ୍ସର ମୁକାବିଲା ଆରମ୍ଭର ଠିକ୍ ପୂର୍ବରୁ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ ଖେଳିବାକୁ ମନା କରିଦେବାକୁ ବାକି ରହିଥିଲେ ଦୁଇଟି ଟିମ୍ । ଫ୍ରାନ୍ସ ଓ ଇଂଲଣ୍ଡ । ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ଆଉ ସେହି ଗୋଟିଏ ମ୍ୟାଚକୁ ହିଁ ଫାଇନାଲ ବୋଲି ଘୋଷଣା କରିଥିଲେ ଆୟୋଜକ । ମ୍ୟାଚରେ ଫ୍ରାନ୍ସକୁ ବ୍ରିଟେନ୍ ହରାଇଥିଲା । ତେଣୁ ବ୍ରିଟେନକୁ ସ୍ୱର୍ଣ୍ଣ ପଦକ ମିଳିବା କଥା । କିନ୍ତୁ ରୋଚକ କଥା ହେଉଛି ବ୍ରିଟେନକୁ ସ୍ୱର୍ଣ୍ଣ ବଦଳରେ ମିଳିଥିଲା ରୌପ୍ୟ ଓ ଫ୍ରାନ୍ସକୁ ମିଳିଥିଲା ବ୍ରୋଂଜ୍ । ତେବେ ମ୍ୟାଚର ୧୨ ବର୍ଷ ପରେ କ୍ରିକେଟକୁ ଅଲମ୍ପିକ୍ସ ଷ୍ଟାଟେଷ୍ଟିକ୍ସରେ ସାମିଲ କରାଯାଇଥିଲା । ଏହା ସହିତ ପୁରୁଣା ଭୁଲକୁ ସଂଶୋଧନ କରିବାକୁ ଯାଇ ବ୍ରିଟେନକୁ ସ୍ୱର୍ଣ୍ଣ ଓ ଫ୍ରାନ୍ସକୁ ରୌପ୍ୟ ପଦକ ଦିଆଯାଇଥିଲା ।

Middle post content

ଦି’ ଦିନିଆ ମ୍ୟାଚ୍

ଅଲମ୍ପିକ୍ସରେ ଖେଳାଯାଇଥିବା ଗୋଟିଏ ମାତ୍ର କ୍ରିକେଟ୍ ମ୍ୟାଚ୍ ଦୁଇ ଦିନ ପାଇଁ ଖେଳାଯାଇଥିଲା । କାରଣ ସେତେବଲେ ୱାନ ଡେ’ ଫର୍ମାଟ୍ ଆରମ୍ଭ ହୋଇନଥିଲା । ସେତେବେଳେ ଟେଷ୍ଟ୍ କ୍ରିକେଟର ପ୍ରଚଳନ ଥିଲା । କିନ୍ତୁ ୫ ଦିନ ପାଇଁ ମ୍ୟାଚ୍ ଚଳାଇବା ସହଜ ନଥିଲା । ତେଣୁ କେବଳ ଅଲମ୍ପିକ୍ସ ପାଇଁ ୫ ଦିନ ବଦଳରେ ଦୁଇ ଦିନିଆ ଟେଷ୍ଟ୍ ଖେଳା ଯାଇଥିଲା । ଆଉ ଗୋଟିଏ ରୋଚକ କଥା ହେଉଛି ଏଥିରେ ପ୍ରତିଟିମରେ ୧୧ ବଦଳରେ ୧୨ ଖେଳାଳୀ ଥିଲେ

ପ୍ୟାରିସ ଅଲମ୍ପିକ୍ସର କ୍ରିକେଟ୍ ଟିମ୍ ମାନେ ସେମାନେ ଅଲମ୍ପିକ୍ସ ଖେଳୁଛନ୍ତି ବୋଲି ଜାଣିନଥିଲେ । ଫ୍ରାନ୍ସ ଓ ଇଂଲଣ୍ଡର ଟିମ୍ ଭାବୁଥିଲେ ଯେ, ସେମାନେ ବିଶ୍ୱ ବାଣିଜ୍ୟ ମେଳା ଅବସରରେ ଆୟୋଜିତ ମ୍ୟାଚ୍ ଖେଳୁଛନ୍ତି । କାରଣ ସେତେବେଳେ ଠିକ୍ ସେହି ସମୟରେ ପ୍ୟାରିସରେ ବିଶ୍ୱ ବାଣିଜ୍ୟ ମେଳା ଆୟୋଜିତ ହେଉଥିଲା । ପଦକ ପାଇବା ପରେ ହିଁ ସେମାନେ ଜାଣିଥିଲେ ଯେ, ଏହା ଅଲମ୍ପିକ୍ସ ପାଇଁ ଖେଳାଯାଉଥିବା ମ୍ୟାଚ୍ । ପ୍ୟାରିସ୍ ଅଲମ୍ପିକ୍ସିରେ ମୋଟ ୧୯ ବିଭାଗରେ ଖେଳ ହୋଇଥିଲା । ଯାହା ମଧ୍ୟରୁ ଗୋଟିଏ ଥିଲା ଅଲମ୍ପିକ୍ସ । ଇଂଲଣ୍ଡ ଅଲମ୍ପିକ୍ସକୁ କେତେ ଗୁରୁତ୍ୱ ଦେଉଥିଲା ତାହା ଏହିଥିରୁ ଜଣା ପଡେ ଯେ, ସେଠାକୁ ଏହା ନିଜର ଜାତୀୟ ଦଳକୁ ନପଠାଇ ଗୋଟିଏ କ୍ଲବସ୍ତରୀୟ ଟିମ୍ ପଠାଇଥିଲା । ଅଲମ୍ପିକ୍ସ ଇତିହାସରେ ଫ୍ରାନ୍ସ-ଇଂଲଣ୍ଡ୍ ମ୍ୟାଚ୍ ହେଉଛି ଏକମାତ୍ର ମ୍ୟାଚ୍ ଯାହା ଖେଳାଯାଇଥିଲା ।

ପ୍ୟାରିସ୍ ଅଲମ୍ପିକ୍ସ କାଳରେ ହିଁ ପରବର୍ତ୍ତି ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ କୌଣସି ଟିମ୍ ମିଳିନଥିଲେ । ଫଳରେ କ୍ରିକେଟ ମ୍ୟାଚ୍ ବାତିଲ ହୋଇଥିଲା । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଅଲମ୍ପିକ୍ସର ଦୁଆର ମାଡିନି କ୍ରିକେଟ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami