ପାଣିରେ କାର ଡୁବିଲେ କିମ୍ବା ଖରାପ ହେଲେ କେମିତି କ୍ଲେମ୍ କରିବେ ବୀମା ?

Above Post Content

ବର୍ଷା ଦିନେ ସହରରେ କୃତ୍ରିମ ବନ୍ୟା ସାମାନ୍ୟ କଥା । ଆଉ ଏବେ ସୋସିଆଲ ମିଡିଆର ଯୁଗରେ ଆପଣ ଏମିତି ଅନେକ ଚିତ୍ର ଫେସବୁକରେ ଦେଖୁଥିବେ ଯେଉଁଥିରେ କାର ପାଣିରେ ବୁଡିଯାଇଥିବ କିମ୍ବା ପାଣି ପସିଯିବାରୁ କାର ଖରାପ ହୋଇ ଯାଇଥିବ । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ, ବର୍ଷା ପାଣିରେ ଯଦି କାର ବୁଡିଯାଏ କିମ୍ବା ପାଣି ପସିବା ଯୋଗୁ ଯଦି କାର ଖରାପ ହୋଇଯାଏ ତେବେ ଏଥିପାଇଁ ବୀମା ଟଙ୍କା ମିଳେ କି ନାହିଁ ?

ଆସନ୍ତୁ ଜାଣିବା ବର୍ଷାରେ ଯଦି ଗାଡି ଖରାପ ହୋଇଯାଏ ତେବେ ଏଥିପାଇଁ କ’ଣ ନିୟମ ରହିଛି । ଏହା ସହିତ ଅନେକ ସମୟରେ ପ୍ରବଳ ବର୍ଷା ପବନ ଯୋଗୁ ଗାଡି ଉପରେ ଗଛ ପଡିଯାଇଥାଏ, ଏଭଳି ପରିସ୍ଥିତିରେ ଏହି ପ୍ରଶ୍ନ ଅଧିକ ମହତ୍ୱ ରଖେ । ଏମିତିରେ ଆସନ୍ତୁ ଜାଣିବା ବୀମା ଅର୍ଥଦାବି ବେଳେ କେଉଁ କେଉଁ ପ୍ରସଙ୍ଗକୁ ଧ୍ୟାନରେ ରଖିବେ ।

After 2nd paragraph post ads

ବର୍ଷା ପାଇଁ ଗାଡ଼ି ଖରାପ ହେଲେ ବୀମା କ୍ଲେମ୍ କରି ହେବ କି ?

ବୀମା କମ୍ପାନୀ ବନ୍ୟା ଓ ଅନ୍ୟ ପ୍ରାକୃତିକ ଆପଦାରେ ମଧ୍ୟ କ୍ଲେମ୍ ରାଶି ଦେଇଥାନ୍ତି । ତେବେ ଏଥିପାଇଁ ଆପଣଙ୍କୁ ମୋଟର ବିମା କରିବା ପୂର୍ବରୁ କିଛି କଥାକୁ ଧ୍ୟାନରେ ରଖିବାକୁ ପଡିବ । ବୀମା ନେବା ପୂର୍ବରୁ ନିଜ ଏଜେଣ୍ଟଙ୍କ ସହିତ ସ୍ପଷ୍ଟ ଭାବେ କଥା ହୁଅନ୍ତୁ । ଯାଣନ୍ତୁ ଯେ, କ’ଣ କ’ଣ ବୀମା ମଧ୍ୟରେ କଭର ହେଉଛି ଓ କ’ଣ କଭର ହେଉନାହିଁ । ଏହା ସହିତ ଆପଣ କିଛି ଅଧିକ ପ୍ରିମିୟମ ଦେଇ ମଧ୍ୟ କିଛି ସର୍ତ୍ତକୁ ଯୋଡି ପାରିବେ ।

ସର୍ତ୍ତ ସବୁ କ’ଣ ଥାଏ ?

Middle post content

ଆପଣଙ୍କ ପଲିସି ହିସାବରେ ସର୍ତ୍ତ ସବୁ ଅଲଗା ଅଲଗା ହୋଇଥାଏ । ଆପଣଙ୍କ ପଲିସିରେ ଯାହା ବି କଣ୍ଡିସନ କଭର ହେବାର ଥାଏ ତାହା ନିଶ୍ଚିତ ଭାବେ ଥାଏ ଓ ଏହାର କ୍ଲେମ୍ ଅନ୍ୟ ଇନସ୍ୟୁରାନ୍ସ ଭଳି କରାଯାଇଥାଏ । ପାଣିରେ ଗାଡି ଫସିବା ମାମଲାରେ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡିବ । ପାଣିରେ ଯଦି ଗାଡି ଅଛି ତେବେ ଗାଡିକୁ ଷ୍ଟାର୍ଟ କରନ୍ତୁ ନାହିଁ । ଅର୍ଥାତ ଇଂଜିନକୁ ବନ୍ଦ ରହିବାକୁ ଦିଅନ୍ତୁ । ଯଦି ଇଂଜିନ ମଧ୍ୟକୁ ପାଣି ପ୍ରବେଶ କରିଛି ତେବେ ଗାଡି ଚଲାନ୍ତୁ ନାହିଁ । ଏଭଳି ପରିସ୍ଥିତିରେ ଗାଡିକୁ ଅନ୍ୟ ଗାଡି ଦ୍ୱାରା ଟାଣିକରି ନେଇକି ଯାଆନ୍ତୁ । ଏହା ସହିତ ଟାଇମ୍ ଲିମିଟର ମଧ୍ୟ ଧ୍ୟାନ ରଖନ୍ତୁ । ଏହା ସହିତ ଗାଡି ପାଣି ଭିତରେ ଥିବା ବେଳ ପରିସ୍ଥିତିର ଫଟୋ କିମ୍ବା ଭିଡିଓ ତିଆରି କରି ରଖନ୍ତୁ । ଆହୁରି ମଧ୍ୟ ବୀମା କମ୍ପାନୀ ଯେଉଁ ସବୁ ଦସ୍ତାବିଜ୍ ମାଗିବେ ତାକୁ ପ୍ରସ୍ତୁତ ରଖନ୍ତୁ । ଏହା ପରେ କିଛି ସର୍ତ୍ତ ଆଧାରରେ ଆପଣଙ୍କ କ୍ଲେମ୍ ପାସ୍ ହୋଇଥାଏ ।

କେଉଁ ଭଳି ବୀମା ଦେବ କ୍ଲେମ୍ ରାଶି ?

ଯଦି ଆପଣ କମ୍ପ୍ରେହେନସିଭ୍ ବୀମା କରିଛନ୍ତି ତେବେ ହିଁ ଏଭଳି ପରିସ୍ଥିତିରେ ବୀମା ରାଶି ପାଇ ପାରିବେ । କମ୍ପ୍ରେହେନସିଭ୍ ପଲିସି ନେଇଥିଲେ ବର୍ଷା ଦିନେ ଆପଣଙ୍କ ଗାଡି ଉପରେ ଗଛ ପଡିଗଲେ କିମ୍ବା ଭୂସ୍ଖଳନ ଯୋଗୁ ଗାଡି କ୍ଷତିଗ୍ରସ୍ତ ହେଲେ ମଧ୍ୟ ଆପଣ ବୀମା ରାଶି କ୍ଲେମ୍ କରି ପାରିବେ । କେବଳ କମ୍ପ୍ରେହେନସିଭ୍ ପଲିସି ହିଁ ଏଭଳି ପରିସ୍ଥିତିରେ କ୍ଷତିର ଭରଣ କରିଥାଏ । ଥାର୍ଡ୍ ପାର୍ଟି ଇନସ୍ୟୁରାନ୍ସ କରିଥିଲେ ଆପଣ କ୍ଲେମ୍ କରିପାରିବେ ନାହିଁ ।

ଥାର୍ଡ୍ ପାର୍ଟି ବୀମାର କିଛି ଫାଇଦା ନାହିଁ

ବର୍ତ୍ତମାନ ସମୟରେ ସବୁ ଗାଡି ପାଇଁ ବୀମା ଅନିବାର୍ଯ୍ୟଥାର୍ଡ୍ ପାର୍ଟି ଇନସ୍ୟୁରାନ୍ସ ମଧ୍ୟ ଆଇନ ସମତଏମିତିରେ ଅଧିକାଂଶ ଲୋକ ଥାର୍ଡ୍ ପାର୍ଟି ବୀମା କରିଥାନ୍ତି । କିନ୍ତୁ ଏହି ବୀମା ପଲିସିରେ ପ୍ରାକୃତିକ ବିପତ୍ତି ଦ୍ୱାରା ହୋଇଥିବା କ୍ଷତିର ଭରଣ ହୋଇନଥାଏ । ତେଣୁ ଯଦି ଆପଣ ଏଭଳି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ଚାହାନ୍ତି ତେବେ ଥାର୍ଡ୍ ପାର୍ଟି ବୀମା ନକରି କମ୍ପ୍ରେହେନସିଭ୍ ବୀମା କରନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami