ଜାଣନ୍ତୁ ଦେବାଶୀଷଙ୍କ ବାବଦରେ, କେମିତି ଗୋଟିଏ ବିଜନେସ୍ ଆଇଡିଆ ବଦଳାଇ ଦେଲା ତାଙ୍କ ଦୁନିଆ

Above Post Content

ଦେବଶିଶ ତାଲୁକଦାରଙ୍କ “Valetudo Systems”

ନୂଆଦିଲ୍ଲୀ : ନେତୃତ୍ୱ କ’ଣ ? କେହି ଜଣେ ଠିକ୍ କହିଥିଲେ ଯେ, ନେତୃତ୍ୱ ହେଉଛି ଅସଲରେ ସହି କଳା ଯାହା ଦ୍ୱାରା ଜଣେ ଏକ ବିଚାର ବା ଭାବନାକୁ ନିଜ କ୍ଷମତା ଦ୍ୱାରା ବାସ୍ତବିକତାରେ ପରିଣତ କରିପାରେ । ଏକ ଭଲ ନେତୃତ୍ୱ କୌଣସି ମଧ୍ୟ ବ୍ୟବସାୟ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । କାରଣ ବାସ୍ତବିକ ଜୀବନରେ କେବଳ ଅନୁମାନକୁ ନେଇ କାମ କରାଯାଇ ପାରିବ ନାହିଁ । ବ୍ୟବସାୟ ପାଇଁ ସବୁବେଳେ ନିର୍ଣ୍ଣାୟକ ନିଷ୍ପତ୍ତି ନେଉଥିବା ଗୋଟିଏ ନେତୃତ୍ୱର ଆବଶ୍ୟକତା ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବାବଦରେ କହିବୁ ଯିଏ ନିଜ ଦୁରଦର୍ଶିତାକୁ ନେଇ ସଫଳତାର ନୂଆ କିର୍ତ୍ତିମାନ ସ୍ଫାପନ କରିଛନ୍ତି । ସେହି ସଫଳ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି –ଦେବାଶୀଷ ତାଲୁକଦାର ।

After 2nd paragraph post ads

ଦେବାଶୀଷଙ୍କ ବ୍ୟବସାୟ କ’ଣ ?

Valetudo Systems, ହେଉଛି ଦେବାଶୀଷଙ୍କ ବ୍ୟବସାୟୀକ ବିଚାରର ନମୂନା । ଏହି କମ୍ପାନୀ ବିଜ୍ଞାନ ଓ ସ୍ୱାସ୍ଥ୍ୟ ଉଦ୍ୟୋଗର ଭାଗିଦାରୀରେ ଏଭଳି ବସ୍ତୁ ପ୍ରସ୍ତୁତ କରିଛି ଯାହା ବ୍ୟାକ୍ଟେରିଆ ଭାଇରସକୁ ନଷ୍ଟ କରିଥାଏ । ଏହା ସହିତ ଏହା ମଧ୍ୟ କିଟାଣୁଙ୍କୁ ମାରିଥାଏ, ଯାହା ଆଗକୁ ଘାତକ ରୋଗର କାରଣ ହୋଇଥାନ୍ତି । ତାଙ୍କର ପ୍ରଥମ ପ୍ରଡକ୍ଟ ହେଲିୟସ ଏକ ଓଭାନ ଆକାରରେ ଆସିଥାଏ । ଏହା ଭୋଜନକୁ ସଫା କରିବା ପାଇଁ ୟୁଭିସି ଓ ମେଗ୍ନେଟ୍ରୋନର ଉପଯୋଗ କରିଥାଏ । ଏହା ମଧ୍ୟ ଇନ୍ ବିଲ୍ଟ୍ କ୍ୟାମେରା ସହିତ ଆସିଥାଏ । ଭୋଜନ ପ୍ରସ୍ତୁତ ହେବା ପରେ ରୋଷେୟା ଏହାକୁ ଖାଦ୍ୟରେ ପକାଇ ଦେଇଥାନ୍ତି । ସର୍ବପ୍ରଥମେ ୟୁଭିସି ଭୋଜନ ଉପରେ ଥିବା କିଟାଣୁକୁ ନଷ୍ଟ କରିବା କାମ କରିଥାଏ । ମ୍ୟାଗ୍ନେଟ୍ରାନ୍ ମାଇକ୍ରୋୱେଭ୍ ଏନର୍ଜିର ବ୍ୟବହାରକରି ଖାଦ୍ୟ ଭିତରେ ଥିବା ୱାଟର ମଲିକ୍ୟୁଲକୁ ସକ୍ରିୟ କରିଥାଏ , ଫଳରେ ସମ୍ପୂର୍ଣ୍ଣ ଭୋଜନକୁ ସମାନ ଉଷ୍ମତା ମିଳିଥାଏ ।

Middle post content

ଏହାକୁ ଟ୍ରାକ୍ ମଧ୍ୟ କରାଯାଇ ପାରିବ

ଏହି ପୁରା ଘଟଣାକ୍ରମକୁ ଗ୍ରାହକ ନିଜ କ୍ୟାମେରାରରେ ଦେଖିପାରିବେ । ଏଥିପାଇଁ ତାଙ୍କୁ ଗୋଟିଏ ଓଟିପି ନେବାକୁ ପଡିବ, ଯାହାକୁ Valetudo Systemsର ୱେବସାଇଟରେ ଦେଇ ପୁରା ଘଟଣାକ୍ରମକୁ ଜଣେ ଦେଖି ପାରିବେ । ଏହାଦ୍ୱାରା ଗ୍ରାହକ ଜାଣିପାରିବେ ଯେ, ତାଙ୍କ ଖାଦ୍ୟ କିଟାଣୁମୁକ୍ତ ଓ ସୁରକ୍ଷିତ । ଦେବାଶୀଷଙ୍କ କମ୍ପାନିର ଦ୍ୱିତୀୟ ପ୍ରଡକ୍ଟ ହେଉଛି ଫାଲିୟନ । ଏହା ଏକ ସେଲ୍ଫ ଡ୍ରାଇଭିଂ ସାନିଟାରି ରୋବଟ । ଏହି ରୋବୋଟ ସରକାରଙ୍କ ନିର୍ଧାରିତ କୋଭିଡ୍ ଗାଇଡଲାଇନ୍ ଅନୁସାରେ ହୋଟେଲ ଓ ଅଫିସ ପରିସରକୁ ସଫା ରଖିଥାଏ । ଏହା ମାତ୍ର 5 ମିନିଟରେ 120 ସ୍କୋୟାରଫିଟ୍ ଜାଗାକୁ ସାନିଟାଇଜ୍ କରିଥାଏ । ଏଥିରେ ଗୋଟିଏ ଜିପିଏସ୍ ମଧ୍ୟ ଲାଗିଥାଏ, ଫଳରେ କୌଣସି ରୁମ୍ ସାନିଟାଇଜ୍ ହୋଇଛି କି ନାହି ତାହା ସହଜରେ ଜଣା ପଡିଥାଏ ।

ଦେବାଶୀଷ କ’ଣ କୁହନ୍ତି ?

ଦେବାଶୀଷଙ୍କ ଅନୁସାରେ ମହାମାରୀ କାରଣରୁ ହୋଟେଲ ଓ ରେସ୍ତୋରାଁ ବ୍ୟବସାୟ ବହୁତ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେଣୁ ଆମକୁ ଏଭଳି ଯୋଜନା ଉପରେ କାମ କରିବାକୁ ପଡିବ ଯାହାଦ୍ୱାରା କ୍ଷତିଭରଣ ହୋଇ ପାରିବ । ତାଙ୍କ କମ୍ପାନୀ ଭବିଷ୍ୟତକୁ ଧ୍ୟାନରେ ରଖି ପ୍ରଡକ୍ଟ ପ୍ରସ୍ତୁତ କରେ ବୋଲି ସେ କୁହନ୍ତି । ଭବିଷ୍ୟତରେ ଯେଉଁ ସବୁ ପ୍ରଡକ୍ଟ ସମାଜ ଆବଶ୍ୟକ କରିବ ସେହିଭଳି ପ୍ରଡକ୍ଟ ତିଆରି କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କୁହନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami