ସୂଚନା ମାଗିବାର କାରଣ କହିବାକୁ ଆପଣ ବାଧ୍ୟ ନୁହଁନ୍ତି, ନିଜ ପରିଚୟ ଗୋପନ ରଖି ମାଗି ପାରିବେ ସୂଚନା

Above Post Content

Right to Information: ଆରଟିଆଇ ଅର୍ଥାତ ରାଇଟ୍ ଟୁ ଇନଫର୍ମେସନ ବା ସୂଚନା ମାଗିବାର ଅଧିକାର । ଗଣତନ୍ତ୍ରକୁ ଅଧିକ ମଜବୁତ କରିବା ପାଇଁ, ଶାସନରେ ପାରଦର୍ଶିତା ଆଣିବା ତଥା ଦୁର୍ନିତୀ ଉପରେ ଲଗାମ କଷିବା ପାଇଁ ସଂସଦ ସୂଚନା ଅଧିକାର ଅଧିନିୟମ ୨୦୦୫କୁ ଲାଗୁ କରିଥିଲେ । ସାଧାରଣତଃ ଏହି ଧାରଣା ଅଛି ଯେ, କୌଣସି ବିଷୟରେ ସୂଚନା ମାଗିବା ପାଇଁ ଏକ ନିର୍ଧାରିତ ଫର୍ମାଟ୍ ରହିଛି ଓ ଏହି ଫର୍ମାଟ୍ ଆଧାରରେ ହିଁ ଆବେଦନ କରିବାକୁ ପଡେ । କିନ୍ତୁ ପ୍ରକୃତ କଥା ହେଉଛି ଏହା ବାଧ୍ୟତାମୁଳକ ନୁହେଁ । ଆପଣ ସାଧା କାଗଜରେ ଲେଖି ମଧ୍ୟ ସୂଚନା ପାଇଁ ଆବେଦନ କରିପାରିବେ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ଆପଣଙ୍କୁ କେବେ ମଧ୍ୟ କେହି ସୂଚନା ମାଗିବାର କାରଣ ପଚାରି ପାରିବେ ନାହିଁ କିମ୍ବା କାରଣ କହିବାକୁ ବାଧ୍ୟ କରିପାରିବେ ନାହିଁ । ହରିଆଣାର ରାଜ୍ୟ ସୂଚନା ଆୟୋଗ ମଙ୍ଗଳବାର ଦିନ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, କୌଣସି ସରକାରୀ ଅଫିସ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସୂଚନା ପାଇଁ ଆବେଦନ କରିବାକୁ ବାଧ୍ୟ କରିପାରିବେ ନାହିଁ । ଏହା ସହିତ ସୂଚନା ମାଗୁଥିବା ବ୍ୟକ୍ତିଙ୍କୁ କ’ଣ ପାଇଁ ସୂଚନା ଚାହୁଁଛନ୍ତି ତା’ର କାରଣ କହିବାକୁ ବାଧ୍ୟ କରି ପାରିବେ ନାହିଁ ।

After 2nd paragraph post ads

ପରିଚୟ ଗୁପ୍ତ ରଖି ମାଗି ପାରିବେ ସୂଚନା

Middle post content

ଆୟୋଗଙ୍କ ଅନୁସାରେ ଆରଟିଆଇ ଅଧିନିୟମ ୨୦୦୫ କେନ୍ଦ୍ରୀୟ ଆଇନ ଓ ଏହାର ଧାରା ୬(୨) ଆବେଦକଙ୍କୁ ନିଜ ପରିଚୟ ଗୋପନ ରଖିବାର ଅଧିକାର ଦେଇଥାଏ । ଆୟୋଗ କହିଛନ୍ତି ଯେ, କୌଣସି ପ୍ରାଧିକରଣ ଆବେଦକଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିବାକୁ ବାଧ୍ୟ କରିପାରିବେ ନାହିଁ କି ସୂଚନା କ’ଣ ପାଇଁ ଚାହୁଁଛନ୍ତି ତାହା ଜଣାଇବା ପାଇଁ ବାଧ୍ୟ କରି ପାରିବେ ନାହିଁ । ଏହା ସହିତ ଆବେଦକ ନିଜ ପରିଚୟ ଜଣାଇବାକୁ ବାଧ୍ୟ ନୁହଁନ୍ତି । ଆରଟିଆଇ ଆବେଦକ କେବଳ ସେତିକି ସୂଚନା ଦେବେ ଯାହା ଦ୍ୱାରା ସୂଚନା ତାଙ୍କ ଠିକଣାରେ ସହଜରେ ପହଂଚି ପାରିବ ।

ଆବେଦକଙ୍କ ଇଛା ଉପରେ ନିର୍ଭର କରିଥାଏ

ଆୟୋଗ ଆଇନର ପ୍ରାବଧାନର ଉଦାହରଣ ଦେଇ କହିଥିଲେ ଯେ, ସୂଚନା ପାଇଁ ଆବେଦନ କରିଥିବା ବ୍ୟକ୍ତି ସୂଚନା ମାଗିବାର କାରଣ ବାବଦରେ କହିବା ପାଇଁ ବାଧ୍ୟ ନୁହନ୍ତି । କିମ୍ବା ତାଙ୍କୁ ନିଜର କୌଣସି ବ୍ୟକ୍ତିଗତ ସୂଚନା ଦେବାର ଆବଶ୍ୟକତା ରହିଛି । ତାଙ୍କୁ କେବଳ ସେତିକି ସୂଚନା ଦେବାକୁ ପଡିବ ଯାହାଦ୍ୱାରା ତାଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami