ଓଡ଼ିଆଙ୍କ ଭାବାବେଗ ସହ ଖେଳିବା ପଡିବ ମହଙ୍ଗା

Above Post Content

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଓଡ଼ିଆଙ୍କ ଭାବାବେଗ ସହ ଖେଳ ଏମାନଙ୍କୁ ମହଙ୍ଗା ପଡ଼ିବ । ପୁରୀ ଭୋଟର ଏହାର ଜବାବ ଦେବେ ଭୋଟରେ । ଏପରି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

Middle post content

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କଣ୍ଟା ସାଜିଥିଲେ ଧର୍ମେନ୍ଦ୍ର

After 2nd paragraph post ads

ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ସ୍ୱାଭିମାନ ଓ ଗାରିମା । ପୁରୀ ବିକାଶ ଓଡ଼ିଶା ଐତିହ୍ୟର ବିକାଶ । ହେଲେ ରାଜନୀତିର ମହୋରେ ଅନ୍ଧ ହୋଇଯାଇଛନ୍ତି ରାଜ୍ୟ ବିଜେପି ନେତା । ରାଜନୈତିକ ଫାଇଦା ଓ ଶାସକ ଦଳକୁ ନିଚା କରିବା ପାଇଁ ବାରମ୍ବାର ନିନ୍ଦନୀୟ ଆଚରଣ କରୁଛନ୍ତି । ଏପରିକି ଶ୍ରୀମନ୍ଦିର ଚତୁର୍ପାଶ୍ୱ ବିକାଶ ଓ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବାକୁ ବି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଛାଉନାହାନ୍ତି । ସେହିପରି ଅପରାଜିତାଙ୍କ ମଠ ରାଜନୀତିର ଖୁଲାସା କରିଛନ୍ତି ପାଣ୍ଡିଆନ । ତଥ୍ୟ ପ୍ରମାଣ ସହ ଅପରାଜିତାଙ୍କୁ ପାଣ୍ଡିଆନ ଦେଇଛନ୍ତି ଶକ୍ତ ଜବାବ । ପୁରୀ ବିକାଶରେ ବାଧକ ସାଜିଥିଲା ଅପରାଜିତାଙ୍କ କୁଶ୍ଚିତ ମନ । କେବଳ ସେ ନୁହେଁ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଉନ୍ନତ୍ତିକରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସାଜିଥିଲେ କଣ୍ଟା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ପାଇଁ ମଙ୍ଗୁ ମଠର ପୁନରୁଦ୍ଧାର ସମ୍ଭବ ହୋଇଛି । ଶ୍ରୀମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ବିଭିନ୍ନ ମଠ ମନ୍ଦିରକୁ ଦିଆଯାଇଛି ନୂଆ ରୂପ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami