ନବୀନ ଇଂଜିନ ସ୍ୱଛତାର ଇଂଜିନ : ପାଣ୍ଡିଆନ

Above Post Content

ଛତ୍ରପୁର: ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦବୋଧନ । କହିଲେ, ଡବଲ ଇଞ୍ଜିନ ବୋଲି କିଛି ଲୋକ ପାଟି କରୁଛନ୍ତି । ଡବଲ ଇଂଜିନ ସରକାରରେ ସର୍ବନିମ୍ନ ମଜୁରୀ ୩୨୦, ୩୬୦ ଓ ୩୮୦ । ଆମ ରାଜ୍ୟରେ ଯାହା ୪୫୦ । ଡବଲ ଇଂଜିନ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା । ଆୟୁଷ୍ମାନ ଯୋଜନାର ବଜେଟ ଦେଶ ପାଇଁ ୬ ହଜାର କୋଟି ଟଙ୍କା । ଓଡ଼ିଶାର ଭାଗ ପଡ଼ିବ ୩ଶହ କୋଟି ଟଙ୍କା । ଓଡ଼ିଶାରେ ବିଏସକେୱାଇ ବଜେଟ୍ କେବଳ ରାଜ୍ୟ ପାଇଁ ୫ ହଜାର କୋଟି । ନବୀନ ଇଂଜିନ ସ୍ୱଛତାର ଇଂଜିନ । ଡବଲ ଇଂଜିନ ଭୋଟ୍ ପାଇଁ କାମ କରେ । ନବୀନ ଇଂଜିନ ଦୁଃଖସୁଖରେ ରୁହେ । ନିର୍ବାଚନ ସମୟରେ ହିଁ ଡବଲ ଇଂଜିନ କଥା ଶୁଭେ । ଅନ୍ୟ ଇଂଜିନ କାମ ଦେବ ନାହିଁ । କାମ କରିବ କେବଳ ନବୀନ ଇଂଜିନ ।

Middle post content

ଗଞ୍ଜାମରେ କର୍ମମୟ ସମୟକୁ ମନେ ପକାଇଲେ ପାଣ୍ଡିଆନ

After 2nd paragraph post ads

ଛତିଶଗଡରେ ୫ ବର୍ଷ ତଳେ ଡବଲ ଇଂଜିନ ବନ୍ଦ ହେଇଯାଇଛି । ରାଜସ୍ଥାନ, ହିମାଚଳ ପ୍ରଦେଶରେ ବି ଡବଲ ଇଂଜିନ ବନ୍ଦ । କିନ୍ତୁ ଯେଉଁଠି ଡବଲ ଇଂଜିନ ସରକାର ଆସେ, ସେଠାରେ ବିକାଶ ୨୦ ବର୍ଷ ପଛକୁ ଫେରିଯାଏ । ଯେଉଁଠି ଡବଲ ଇଂଜିନ ସରକାର ଆସେ ସେଠି ଲୋନ ବଢିଯାଏ । ସେଠି ସରକାର ଦରମା ଦେଇ ପାରେ ନାହିଁ । ଠକମାନଙ୍କୁ ଜେଲରେ ରଖିବା କଥା । ସେମାନଙ୍କୁ ସଂସଦ ପଠାଇବା କଥା ନୁହେଁ । ଗଂଜାମବାସୀ କେବେ ମଧ୍ୟ ସେହି ଭୁଲ କରିବେ ନାହିଁ । ଏହାସହ ଗଞ୍ଜାମରେ ତାଙ୍କର କର୍ମମୟ ଜୀବନର ସମୟକୁ ମନେପକାଇ ପାଣ୍ଡିଆନ ଭାବ ପ୍ରବଣ ହୋଇ ପଡ଼ିଥିଲେ । ଗଞ୍ଜାମବାସୀ ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ମୁଁ କେବେ ଭୁଲି ପାରିବି ନାହିଁ ବୋଲି କହିଥିଲେ । ଛତ୍ରପୁରବାସୀ ମୋତେ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି । ମୋ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା’ତାରାତାରିଣୀଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami