ବିଗ୍‌ବସ୍‌ରୁ ପ୍ରତିଯୋଗୀଙ୍କୁ ଉଠାଇ ନେଲା ପୋଲିସ

Above Post Content

ମୁମ୍ବାଇ: ଛୋଟପରଦାର ସବୁଠୁ ବେଶୀ ଲୋକପ୍ରିୟ ରିୟଲିଟି ଶୋ ହେଉଛି ବିିଗ୍‌ବସ । ଟେଲିକାଷ୍ଟ ହେବାପରଠାରୁ ବିବାଦୀୟ ହୋଇପଡ଼ିଛି ଏହି ଶୋ’ । ଏବେ ଶୋ’ ମଝିରୁ ଜଣେ ପ୍ରତିଯୋଗୀଙ୍କୁ ଉଠାଇ ନେଇଛି ପୋଲିସ । ସେ ହେଲେ ବର୍ଥୁର ସନ୍ତୋଷ । ରିୟଲିଟି ଶୋ’ରେ ବାଘ ନଖର ପେଣ୍ଡେଣ୍ଟ ପିନ୍ଧିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।

Middle post content

ବେକରେ ପିନ୍ଧିଥିଲେ ବାଘ ନଖର ପେଣ୍ଡେଣ୍ଟ୍

After 2nd paragraph post ads

ବିଗ୍‌ବସର କନ୍ନଡ଼ର କିଛି ଏଭଳି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାପରଠାରୁ ଶୋ’କୁ ନେଇ ଚର୍ଚ୍ଚା ବଢ଼ିଛି । ବିଗ୍‌ବସ୍ କନ୍ନଡ଼ରେ ପ୍ରତିଯୋଗୀ ସାଜିଛନ୍ତି ବର୍ଥୁର ସନ୍ତୋଷ । ସେ ବେକରେ ଏକ ପେଣ୍ଡେଣ୍ଟ ପିନ୍ଧିଛନ୍ତି, ଯାହା ବାଘ ନଖରେ ତିଆରି ହୋଇଛି । ଏନେଇ ତାଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ଅଭିଯୋଗ କରାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ସେ ପୋଲିସ ହେପାଜତରେ ଅଛନ୍ତି । ଯାଞ୍ଚ ସମୟରେ ପରିବାରର ସନ୍ତକ ଭାବେ ତାଙ୍କୁ ଏହି ନଖ ମିଳିଥିବା ସେ ପ୍ରକାଶ କରିଛନ୍ତି । ଅପରପକ୍ଷେ ନଖକୁ ଯାଞ୍ଚ କରିବା ଲାଗି ଫରେନ୍‌ସିକ୍ ଲ୍ୟାବକୁ ପଠାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami