୨୩ ପର୍ଯ୍ୟନ୍ତ ବଢ଼ିଲା କବିତାଙ୍କ ନ୍ୟାୟିକ ହେପାଜତ ଅବଧି

Above Post Content

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତ୍ରୀ କେ କବିତାଙ୍କୁ କୋର୍ଟ ଏକ ବଡ଼ ଝଟ୍‌କା ଦେଇଛନ୍ତି । ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିବିଆଇ କବିତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ।

ସମାନ ପ୍ରଶ୍ନ ବାରମ୍ବାର ପଚରାଯାଉଥିବା ଅଭିଯୋଗ

After 2nd paragraph post ads
Middle post content

ସୋମବାର କବିତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟକୁ ଅଣାଯାଇଥିଲା । ସ୍ୱତନ୍ତ୍ର ବିଚାରପତି କାବେରୀ ବାବେଜାଙ୍କ ନିକଟରେ କବିତା ଅଭିଯୋଗ କରିଛନ୍ତି ଯେ, ସିବିଆଇ ବାରମ୍ବାର ସମାନ ପ୍ରଶ୍ନ ପଚାରୁଛି । ଏହାପୂର୍ବରୁ ଶୁକ୍ରବାର ସିବିଆଇ କବିତାଙ୍କୁ ୩ ଦିନ ରିମାଣ୍ଡରେ ନେଇଥିଲା । ନ୍ୟାୟିକ ହେପାଜତକୁ ପଠାଯିବା ପୂର୍ବରୁ କୋର୍ଟରେ କବିତା କହିଛନ୍ତି,ଏହା ସିବିଆଇ ହେପାଜତ ନୁହେଁ, ଏହା ହେଉଛି ଭାଜପା ହେପାଜତ । ସିବିଆଇ ଦ୍ୱାରା ସମାନ ପ୍ରଶ୍ନ ବାରମ୍ବାର ପଚରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଜେଲ ଭିତରେ ପଚରାଉଚରା କରିଥିଲା ସିବିଆଇ

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦର ବନଜାରା ହିଲ୍ସ ବାସଭବନରୁ ଇଡି ଗିରଫ କରିଥିଲା । ବିଚାରପତି ପୂର୍ବରୁ ପ୍ରଦାନ କରିଥିବା ତିନି ଦିନିଆ ପୋଲିସ୍ ହେପାଜତର ଅବଧି ଶେଷ ହେବାପରେ ସିବିଆଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା । ସିବିଆଇ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ ତାଙ୍କୁ ଅଧିକ ପଚରାଉଚରା କରିବାର ଆବଶ୍ୟକତା ନାହିଁ । ପୋଲିସର ନିବେଦନକୁ ବିରୋଧ କରି ଦୀପକ ନାଗରଙ୍କ ସହ କେ କବିତାଙ୍କ ପକ୍ଷ ନେଇ ଓକିଲ ନୀତେଶ ରାଣା କହିଥିଲେ କି ‘‘ତାଙ୍କୁ ହେପାଜତରେ ରଖିବାର ଆବଶ୍ୟକତା ନାହିଁ । କାରଣ ତାଙ୍କୁ ଆଉ ଜେରା କରିବା ଦରକାର ନୁହେଁ ।’’ନିକଟରେ ଏକ ସ୍ୱତନ୍ତ୍ର ଅଦାଲତରୁ ଅନୁମତି ପାଇବା ପରେ ସିବିଆଇ ଅଧିକାରୀମାନେ କେ କବିତାଙ୍କୁ ଜେଲ ଭିତରେ ପଚରାଉଚରା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami