ଚୀନର ମୁକାବିଲା ପାଇଁ ୩ ଲକ୍ଷ କୋଟି ଟଙ୍କାର କ୍ଷେପଣାସ୍ତ୍ର କିଣୁଛି ଜାପାନ

Above Post Content

ଚୀନର ବିସ୍ତାରବାଦୀ ନୀତିକୁ ନେଇ କେବଳ ଭାରତ ନୁହେଁ ଜାପାନ ଭଳି ଏହାର ଆଉ କିଛି ପଡ଼ୋଷୀ ରାଷ୍ଟ୍ର ମଧ୍ୟ ଚିନ୍ତିତ ଅଛନ୍ତି ଯାହାର ପ୍ରଭାବରେ ଏହି ଦେଶ ସବୁ ନିଜକୁ ଶସସ୍ତ୍ର କରୁଛନ୍ତି । ଏହି କ୍ରମରେ ଜାପାନ ୭୦ ବର୍ଷର ଶାନ୍ତି ସମ୍ବିଧାନକୁ ତ୍ୟାଗ କରି ନିଜ ପ୍ରତିରକ୍ଷା ବଜେଟକୁ ବଢାଇବାକୁ ନିଷ୍ପତି ନେଇଛି । ଏହି କ୍ରମରେ ଜାପାନ ୩ ଲକ୍ଷ କୋଟିଟଙ୍କାର କ୍ଷେପଣାସ୍ତ୍ର କିଣିବାକୁ ନୀତିଗତ ନିଷ୍ପତି ନେଇଛି । ୧୯୩୦ ମସିହାରେ ଜାପାନ ଚୀନ୍ ଉପରେ ଆକ୍ରମଣ କରିବା ପରେ ପ୍ରଥମ ଥର ପାଇଁ ଜାପାନ କେବଳ ଚୀନକୁ ଦୃଷ୍ଟିରେ ରଖି ବଡ଼ଧରଣର ଅର୍ଥ ପ୍ରତିରକ୍ଷା ପାଇଁ ବ୍ୟୟ କରୁଛିଜାପାନ ୩ ଲକ୍ଷ କୋଟି ଟଙ୍କାରେ କେଉଁ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି ତାହା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କେମିତି ୧୯୩୦ରୁ ଚୀନ୍ ଓ ଜାପାନ ମଧ୍ୟରେ ସଂପର୍କ ଭଲ ନାହିଁ ।

ଚୀନ୍ ଓ ଜାପାନ ମଧ୍ୟରେ ୧୫ଶହ ବର୍ଷର ଶତୃତା

After 2nd paragraph post ads
Middle post content

୨୦୦୬ ମସିହାରେ ଜାପାନର ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସି କହିଥିଲେ ଯେ, ଚୀନ୍ ସହିତ ତାଙ୍କ ଦେଶର ଶତୃତା ୧୫ଶହ ବର୍ଷ ପୁରୁଣା । ଗତ ୧୫ଶହ ବର୍ଷ ଧରି ଜାପାନ ଓ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତ ରହି ଆସିଛି ଚୀନ୍ ଏକ ବଡ଼ ଦେଶ ହୋଇଥିବାରୁ ଜାପାନ ଉପରେ ଅଧିକାରର ଲକ୍ଷ୍ୟ ରଖେ । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଗତ ୧୫ଶହ ବର୍ଷ ଧରି ଶତୃତା ରହି ଆସିଛି । ତେବେ ୧୯୩୦ ମସିହାରେ ଏହି ଶତୃତା ଚରମରେ ପହଂଚିଥିଲା ଚୀନରେ ଅସ୍ଥିରତା ଲାଗି ରହିଥିବା ବେଳେ ୧୯୩୧ ମସିହାରେ ଜାପାନର ଏକ ରେଳ ଲାଇନରେ ବିସ୍ଫୋରଣ ହୋଇଥିଲା ଜାପାନ ଏଥିପାଇଁ ଚୀନ୍କୁ ଦାୟୀ କରି ମଂଚୁରିଆ ଉପରେ ଆକ୍ରମଣ କରିଥିଲାମଂଚୁରିଆ ଅଧିକାର ରି ଜାପାନ ସେତେବେଳର ଚୀନ ରାଜଧାନୀ ନାନଜିଙ୍ଗକୁ ନିଜ ଅକ୍ତିଆରକୁ ନେଇଥିଲା । ଜାପାନ ସେଠାରେ ନୃଶଂସ ଦମନଲୀଳା ଚଲାଇଥିଲା । ଯେଉଁଥିରେ ପାଖାପଖି ଅଢେଇରୁ ୩ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ଚୀନର ମଂଚୁରିଆ ଜାପାନ କବଜାରେ ରହିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ସହିତ ମଂଚୁରିଆ ଜାପାନ କବଜାରୁ ମୁକ୍ତ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନର ସେନାକୁ ଭାଙ୍ଗି ଦିଆଯାଇଥିଲା ଜାପାନ ଏକ ଶାନ୍ତି ସମ୍ବିଧାନ ପ୍ରଣୟନ କରିଥିଲା । ଏହା ଅନୁସାରେ ଜାପାନ କେବେ କାହା ସହିତ ଯୁଦ୍ଧ କରିବ ନାହିଁ । ଏହା ବଦଳରେ ଆମେରିକା ଜାପାନକୁ ସୁରକ୍ଷାର ଗ୍ୟାରେଣ୍ଟି ଦେଇଥିଲା । ନୂଆ ଚୁକ୍ତି ଅନୁସାରେ ଜାପାନର ସାର୍ବଭୌମତ୍ୱ ରକ୍ଷା ଦାୟୀତ୍ୱ ଆମେରିକାର ଥିଲା । କିନ୍ତୁ ଏବେ ଜାପାନ ୧୯୫୬ର ସେହି କାଉଣ୍ଟର ଷ୍ଟ୍ରାଇକ୍ ଆଟାକ ନୀତିକୁ ତ୍ୟାଗ କରି ନିଜକୁ ଶସସ୍ତ୍ର କରିବାକୁ ଯାଉଛି । ଏହା ଅନୁସାରେ ଜାପାନ ଆଗାମୀ ୧୦ ବର୍ଷ ମଧ୍ୟରେ ନିଜକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବାର କ୍ଷମତା ହାସଲ କରିବ

ଯୁଦ୍ଧ ନକରିବା ନୀତିର ସମାପ୍ତି

୧୯୫୬ର ନୋ କାଉଣ୍ଟର ଷ୍ଟ୍ରାଇକ୍ ନୀତି ଅନୁସାରେ ଜାପାନ କୌଣସି ଦେଶ ସହିତ ଯୁଦ୍ଧ କରିବ ନାହିଁ । କିନ୍ତୁ ଏବେ ଏହା ନିଜକୁ ରକ୍ଷା କରିବା ପାଇଁ ଏହି ନୀତି ତ୍ୟାଗ କରୁଛି ଜାପାନ ଅନୁସାରେ ଏହାର ପଡୋଷୀ ରାଷ୍ଟ୍ର ନିଜର କ୍ଷେପଣାସ୍ତ୍ର ଶକ୍ତି ବୃଦ୍ଧି କରୁଛନ୍ତି । ଏହି ପଡୋଷୀ ଦେଶଙ୍କ ମଧ୍ୟରେ ଅଛନ୍ତି ଜାପାନର ଦୁଇ ପରମ ଶତ୍ରୁ ଉତ୍ତର କୋରିଆ ଓ ଚୀନ୍ । ତେଣୁ ଜାପାନ ନିଜ ସୁରକ୍ଷା ପାଇଁ ଆମେରିକାଠାରୁ ୩ ଲକ୍ଷ କୋଟି ଡଲାର ବ୍ୟୟରେ ୫ଶହ ଟମ୍ ହକ୍ କ୍ଷେପଣାସ୍ତ୍ର କିଣିବଜାପାନ ଏଥିପାଇଁ ନିଜ ପ୍ରତିରକ୍ଷା ବଜେଟରେ ୨ ପ୍ରତିଶତ ବୃଦ୍ଧି କରିଛି । ଯାହା ଫଳରେ ବଜେଟ୍ ୨୬ ଲକ୍ଷ କୋଟି ଟଙ୍କା ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami