ଗଗନଯାନ ପୂର୍ବରୁ ମହାକାଶକୁ ଯିବ ଭାରତର ପ୍ରଥମ ମହିଳା ରୋବଟ୍‌

Above Post Content

ନୂଆଦିଲ୍ଲୀ : ମଣିଷ ପୂର୍ବରୁ ମହାକାଶ ଯିବ ରୋବଟ୍ । ଭାରତର ବହୁ ପ୍ରତିକ୍ଷୀତ ମହାକାଶଯାନ, ଗଗନଯାନ ପୂର୍ବରୁ ଏକ ମହିଳା ରୋବଟ୍ ମହାକାଶଚାରୀକୁ ପଠାଇବ ଭାରତ । ଏହି ମହିଳା ରୋବର୍ଟର ନାଁ ରହିଛି ବ୍ୟୋମିତ୍ର । ସଂସ୍କୃତ ଶବ୍ଦ ବ୍ୟୋମ୍ର ଅର୍ଥ ମହାକାଶ ଏବଂ ମିତ୍ରର ଅର୍ଥ ବନ୍ଧୁ । ଏହି ମହିଳା ରୋବଟର ନାଁ ବ୍ୟୋମିତ୍ର ଅର୍ଥ ମହାକାଶ ମିତ୍ର ରଖାଯାଇଛି ।

Middle post content

ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିବ ବ୍ୟୋମିତ୍ର

After 2nd paragraph post ads

ଭାରତର ଗଗନଯାନ ପୂର୍ବରୁ ଚଳିତବର୍ଷ ଶେଷ ଆଡକୁ ଏହି ମହିଳା ରୋବଟକୁ ମହାକାଶ ପଠାଯିବ । ପୃଥିବୀ ବାହାରେ ସଂକଟ ସମୟରେ କେମିତି କରିବ ମୁକାବିଲା, ସଂଭାବ୍ୟ ଯାନ୍ତ୍ରିକ ତ୍ରୁଟିର ଅନୁଧ୍ୟାନ କରିବ ବ୍ୟୋମିତ୍ର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଆସନ୍ତାବର୍ଷ ଗଗନଯାନ ମହାକାଶକୁ ପଠାଇବ ଭାରତ । ତେବେ ଅପ୍ରିତିକର ସ୍ଥିତିରେ ମଣିଷ କେମିତି ମୁକାବିଲା କରିବ ତାର ଅନୁଧ୍ୟାନ କରି ସୂଚନା ଦେବ ଏହି ରୋବର୍ଟ । ଗଗନଯାନ ହେଉଛି, ମ୍ୟାନ ମିଶନ ବା’ ଏହି ମହାକାଶ ଯାତ୍ରାରେ ମହାକାଶଚାରୀ ଯାତ୍ରା କରିବେ । ସୂଚନାଯୋଗ୍ୟ ଯେ, ଗଗନୟାନର ଶୁଭାରମ୍ଭ ପୂର୍ବରୁ ପ୍ରଥମ ପରୀକ୍ଷା ଯାନ ଫ୍ଲାଇଟ ଟିଭି ଡି୧ ଗତ ବର୍ଷ ଅକ୍ଟୋବର୨୧ରେ ଶେଷ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା କ୍ରୁ ଏସ୍କେପ ସିଷ୍ଟମ ଏବଂ ପାରାଚ୍ୟୁଟ ସିଷ୍ଟମ ଯୋଗ୍ୟତା ଅର୍ଜନ କରିବା ।ଏଠାରେ ପ୍ରକାଶିତ ଏକ ସରକାରୀ ବିବୃତ୍ତି ଅନୁଯାୟୀ, ସମସ୍ତ ପ୍ରସ୍ତୁତି ଚାଲିଛି, ଲଞ୍ଚ ଯାନର ମାନବ ମୂଲ୍ୟାୟନ ସମାପ୍ତ ହୋଇଛି ଏବଂ ସମସ୍ତ ପ୍ରବୃତ୍ତି ପର୍ଯ୍ୟାୟ ଯୋଗ୍ୟ ଅଟେ । ସୂଚନାଯୋଗ୍ୟ,ଏହି ବର୍ଷ ମାନବବିହୀନ ରୋବଟ ଉଡ଼ାଣ ଭୋମିମିତ୍ରା ହେବ, ଆସନ୍ତା ବର୍ଷ ଗଗନୟାନ ଲଞ୍ଚ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami