ଗାଜାରେ ପଣବନ୍ଦୀ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ବେଲୁନ୍ ଉଡ଼ାଇଲା ଇସ୍ରାଏଲୀ ଦୂତାବାସ

Above Post Content

ନୂଆଦିଲ୍ଲୀ: ଗାଜାରେ ହମାସ୍ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ପ୍ରତ୍ୟେକ ଇସ୍ରାଏଲୀୟଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ବିଭିନ୍ନ ସହରଗୁଡ଼ିକରେ ବେଲୁନ୍ ଆକାଶକୁ ଛଡ଼ାଯାଇଛି । ‘ଆଶାର ବେଲୁନ୍‌: ପଣବନ୍ଦୀଙ୍କୁ ଘରକୁ ଲେଉଟାଇ ଆଣ’ ଶୀର୍ଷକ ଏହି ଅଭିଯାନରେ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସରୁ ବି ଆକାଶକୁ ୨୨୯ଟି ବେଲୁନ୍ ଛଡ଼ାଯାଇଛି ।ଇସ୍ରାଏଲ୍‌ର ଜାତୀୟ ପତାକାର ରଙ୍ଗ ଅନୁସାରେ, ପ୍ରାୟ ୨୨୯ଟି ଧଳା ଓ ନୀଳ ବେଲୁନ୍ ଆକାଶକୁ ଛଡ଼ାଯାଇଛି ।

Middle post content

‘ସ୍ୱାଧୀନତା ପାଇଁ ଡାକରା’ର ସଙ୍କେତ

After 2nd paragraph post ads

ଏହାକୁ ଇସ୍ରାଏଲୀୟ ଦୂତାବାସ ‘ଏକ୍ସ୍‌’ ସେୟାର କରିଛନ୍ତି । ଆଉ ଉଲ୍ଲେଖ କରିଛନ୍ତି ଯେ, ନୂଆଦିଲ୍ଲୀ ଓ ସମଗ୍ର ବିଶ୍ୱରେ ଆକାଶକୁ ୨୨୯ଟି ବେଲୁନ୍ ଛଡ଼ାଯାଇଛି । ପ୍ରତ୍ୟେକ ବେଲୁନ୍ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ପୁରୁଷ, ମହିଳା ଓ ପିଲାଙ୍କର ପ୍ରତିନିଧିତ୍ୱ କରୁଛି । ଆମେ ଏକତ୍ର ହୋଇଛୁ ଏବଂ ପ୍ରିୟଜନଙ୍କୁ ନିରାପଦରେ ଫେରାଇ ନ ଆଣିବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ । ପ୍ରତ୍ୟେକ ବେଲୁନ୍ ‘ସ୍ୱାଧୀନତା ପାଇଁ ଡାକରା’ର ସଙ୍କେତ ବହନ କରୁଛି । ଏହି ‘ଆଶାର ବେଲୁନ୍‌’ ଅଭିଯାନରେ ଆନ୍ତର୍ଜାତିକ ସମର୍ଥନ ପ୍ରତିପାଦନ କରି ୧୫ରୁ ଅଧିକ ରାଷ୍ଟ୍ର ସମ୍ପୃକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖରେ ଅତର୍କିତ ଆକ୍ରମଣ କରିବା ସମୟରୁ ହିଁ ହମାସ୍ ଆତଙ୍କବାଦୀମାନେ କେତେକ ଇସ୍ରାଏଲୀ ପରିବାରକୁ ପଣବନ୍ଦୀ କରି ରଖିଛନ୍ତି । ଏହି ବେଲୁନ୍ ସବୁ ସେହି ପଣବନ୍ଦୀମାନଙ୍କର ନିରାପଦ ଘରବାହୁଡ଼ା ପାଇଁ ସମସ୍ତଙ୍କ ତୀବ୍ର ବା ବଳବତୀ ଇଚ୍ଛାର ସଙ୍କେତ ବହନ କରୁଛି ବୋଲି ଇସ୍ରାଏଲ୍ ଦୂତାବାସ କହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami