ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି

Above Post Content

ଭୂଲବଶତଃ ପାକିସ୍ତାନରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ରକୁ ନେଇ ଇସଲାମାବାଦ ତରଫରୁ କଠୋର ପ୍ରତିକ୍ରିୟା ଆସିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଏନେଇ ଦୁଃଖପ୍ରକାଶ କରାଯାଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସହଜରେ ନେଇ ନାହିଁ । ପାକିସ୍ତାନ ଏହି ଘଟଣାର ମିଳିତ ଯାଂଚ ପାଇଁ ଦାବି କରିଛି । ଏହା ସହିତ ପାକିସ୍ତାନ ପଚାରିଛି ଯେ, ତା’ ସୀମା ଭିତରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ର କେଉଁ ଶ୍ରେଣୀର । ସୂଚନାଯୋଗ୍ୟ ଯେ, ଏକ କ୍ଷେପଣାସ୍ତ୍ର ଭୁଲବଶଃତ ପାକିସ୍ତାନ ସୀମା ମଧ୍ୟକୁ ଚାଲିଯାଇଥିବା ଭାରତ ତରଫରୁ କୁହାଯାଇଥିଲା । ତେବେ ଏହି କ୍ଷେପଣାସ୍ତ୍ର କାରଣରୁ କୌଣସି କ୍ଷୟକ୍ଷତି ହୋଇନଥିଲାଭାରତୀୟ ସେନା ପୁରା ମାମଲାର କୋର୍ଟ ଅଫ୍ ଇନକ୍ୱାୟାରୀ ପାଇଁ ଆଦେଶ ଦେଇଛି ।

ପାକିସ୍ତାନର ଭୀଷଣ ଆକ୍ରମଣ

After 2nd paragraph post ads

ପାକିସ୍ତାନୀ ବୈଦେଶିକ ବିଭାଗ ପକ୍ଷରୁ ଭାରତୀୟ ମିଶାଇଲ ଲଚିଂକୁ ନେଇ ତୀବ୍ର ଆକ୍ରମଣ କରାଯାଇଛିପାକ୍ ବିଦେଶ ବିଭାଗ ସୁରକ୍ଷା ପ୍ରୋଟୋକଲ ଓ ବୈଶୟିକ ସୁରକ୍ଷା ଉପାୟକୁ ନେଇ ଭାରତ ଉପରେ ବର୍ଷିଛି । ପାକିସ୍ତାନ କହିଛି ଯେ, ଏଭଳି ଗମ୍ଭୀର ପ୍ରସଙ୍ଗକୁ ନେଇ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସରଳ ସ୍ପଷ୍ଟୀକରଣ ଯଥେଷ୍ଟ ନୁହେଁ । ଏହି ମିଶାଇଲ୍ ଲଞ୍ଚିକୁ ନେଇ ପାକିସ୍ତାନ ଭାରତକୁ ଅନେକ ପ୍ରଶ୍ନ ପଚାରିଛି । ପାକିସ୍ତାନ ପଚାରିଛି ଯେ, ଦୁଇ ଦେଶଙ୍କ ପାଖରେ ପରମାଣୁ ଅସ୍ତ୍ର ରହିଛି । ଏମିତିରେ ଯଦି ଆମେ ଉତ୍ତର ଦେଇଥାନ୍ତୁ ତେବେ କ’ଣ ହୋଇଥାନ୍ତା ।

ଭାରତ କ୍ଷେପଣାସ୍ତ୍ରର ନାମ ସ୍ପଷ୍ଟ କରୁ

Middle post content

ପାକିସ୍ତାନରେ ପଡିଥିବା କ୍ଷେପଣାସ୍ତ୍ର କେଉଁ ଧରଣର ଥିଲା ଓ ଏହାର ନାମ କ’ଣ ତାହା ଭାରତ ସ୍ପଷ୍ଟ କରୁ ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ କହିଛି ଯେ, ଆକ୍ସିଡେଣ୍ଟାଲ ମିଶାଇଲ ଲଂଚି ଓ ଏହି ଘଟଣାକୁ ବିଶେଷ ପରିସ୍ଥିତିରେ ରୋକିବା ପାଇଁ ଭାରତ କ’ଣ କରିଛି ତାହା ସ୍ପଷ୍ଟ କରୁ ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ ଏହା ମଧ୍ୟ ପଚାରିଛି ଯେ, ଭାରତ କ’ଣ ରୁଟିନ୍ ରକ୍ଷଣାବେକ୍ଷଣ କାଳରେ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଥାଏ କି ?

କ୍ଷେପଣାସ୍ତ୍ରର ଗମନ ପଥ ତଥ୍ୟ ମାଗିଲା ପାକିସ୍ତାନ

କ୍ଷେପଣାସ୍ତ୍ର ଟି କେଉଁ ପଥ ଦେଇ ପାକିସ୍ତାନକୁ ଯାଇଥିଲା ସେ ବାବଦରେ ଭାରତ ସ୍ପଷ୍ଟ ତଥ୍ୟ ଦେଉ ବୋଲି ମଧ୍ୟ ପାକିସ୍ତାନ ଦାବି କରିଛି । ଅନ୍ତିମ କ୍ଷଣରେ କ୍ଷେପଣାସ୍ତ୍ର କେମିତି ମୋଡ଼ ବଦଳାଇ ଥିଲା ଓ କେମିତି ପାକିସ୍ତାନ ମଧ୍ୟକୁ ପ୍ରବେଶ କରିଥିଲା ସେ ବାବଦରେ ଭାରତ ତଥ୍ୟ ଦେଉ ବୋଲି ପାକିସ୍ତାନ କହିଛି । ଏହା ସହ ପାକିସ୍ତାନ ପଚାରିଛି ଯେ, ଏହି କ୍ଷେପଣାସ୍ତ୍ର କ’ଣ ନିଜକୁ ନିଜେ ଧ୍ୱଂସ କରୁଥିବା ମେକାନିଜମ ବିଶିଷ୍ଟ ଥିଲା କି ? ଆଉ ଯଦି ଏଥିରେ ସେଲ୍ଫ ଡେଷ୍ଟ୍ରକ୍ଟ ମେକାନିଜମ୍ ଥିଲା ତେବେ ଏମିତି କାହିଁକି ହେଲା ନାହିଁ ?

ପାକିସ୍ତାନର ପ୍ରଶ୍ନ : ଭାରତ ଆଗରୁ କାହିଁକି କହିଲା ନାହିଁ ?

ଦୁର୍ଘଟଣା ବଶତଃ ଯଦି କ୍ଷେପଣାସ୍ତ୍ର ଲଞ୍ଚ୍ ହୋଇଥିଲା ତେବେ ଭାରତ କାହିଁକି ପାକିସ୍ତାନକୁ ଆଗରୁ ଏବାବଦରେ ସୂଚିତ କରିନଥିଲା ବୋଲି ପାକିସ୍ତାନ ପଚାରିଛି । ପାକିସ୍ତାନ ଏସମ୍ପର୍କିତ ତଥ୍ୟ ସାର୍ବଜନିକ କରିବା ପରେ ହିଁ ଭାରତ କାହିଁକି ଏବାବଦରେ ମୁହଁ ଖୋଲିଲା, ସବୁ ଜାଣି ମଧ୍ୟ ନୂଆଦିଲ୍ଲୀ କାହିଁକି ଚୁପ୍ ଥିଲା ବୋଲି ପାକିସ୍ତାନ ପଚାରିଛି । ଏହି କ୍ଷେପଣାସ୍ତ୍ରକୁ ସେନା ନିୟନ୍ତ୍ରଣ କରୁଥିଲା କି ଅନ୍ୟ କେହି ତାହା ଭାରତ ସ୍ପଷ୍ଟ କରୁ ବୋଲି ପାକିସ୍ତାନ କହିଛି । ଏହା ସହିତ ପାକିସ୍ତାନ କହିଛି ଯେ, କୋର୍ଟ ଅଫ୍ ଇନକ୍ୱାୟରି ଦ୍ୱାରା କିଛି ହେବ ନାହିଁପ୍ରକୃତ ଘଟଣା ଦୁଇ ଦେଶର ମିଳିତ ତଦନ୍ତରୁ ଜଣା ପଡିବ । ତେଣୁ ମିଳିତ ତଦନ୍ତ ହେଉ ବୋଲି ପାକିସ୍ତାନ ଦାବି କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami