ପାକିସ୍ତାନକୁ ଇସଲାମର କ୍ୟାନସର କହିଲା ଇସଲାମିକ୍ ଷ୍ଟେଟ୍

Above Post Content

ଇସଲାମର ବଡ଼ ଠିକାଦାର କିଏ ? କିଏ ଇସଲାମିକ ଶାସନର ଅସଲ ପ୍ରତିନିଧିତ୍ୱ କରୁଛି ? ଏହାକୁ ନେଇ ଇସଲାମିକ୍ ଷ୍ଟେଟ୍ ଓ ପାକିସ୍ତାନର ଇସଲାମିକ ସରକାର ମଧ୍ୟରେ ଆଗକୁ ବଡ଼ ଧରଣର ସଂଘର୍ଷ ହେବାକୁ ଯାଉଛି । ଯାହାର ଉଦାହରଣ ହେଉଛି ଯେ,ଇସଲାମିକ ଷ୍ଟେଟ୍ –ଖୁରସାନ୍ ବା ଆଇଏସ-କେ’ ପାକିସ୍ତାନକୁ ଇସଲାମର କ୍ୟାନସର ବୋଲି କହିଛି । ଏମିତିରେ ଇସଲାମିକ ଷ୍ଟେଟ୍ ଅନୁସାରେ ପାକିସ୍ତାନରେ ଚାଲିଥିବା ଶାସନ ସଂପୂର୍ଣ୍ଣ ଭାବେ ଇସଲାମିକ୍ ନୁହେଁ । ଏବେ ଖୋଲାଖୋଲି ପାକିସ୍ତାନକୁ ଇସଲାମର କ୍ୟାନସର କହି ଇସଲାମିକ ଷ୍ଟେଟ୍ ଆଗକୁ ପାକିସ୍ତାନକୁ ଟାର୍ଗେଟ୍ କରିବ ବୋଲି ସ୍ପଷ୍ଟ ସଂକେତ ଦେଇଛି । ଏହା ସହିତ ଭାରତକୁ ନେଇ ତା’ର ବଡ଼ ପ୍ଲାନ ଉପରୁ ପରଦା ଉଠାଇଛି

ଜକାତ୍ ଦ୍ୱାରା ସାହାଯ୍ୟ ପାଇଁ ନିବେଦନ

After 2nd paragraph post ads

ଆଇଏସ-କେ ପାଖରେ ପାଣ୍ଠିର ଘୋର ଅଭାବ ରହିଛି । ପାଣ୍ଠି ପାଇଁ ଆଇ ଏସ କେ ପାକିସ୍ତାନର ମୁସଲିମଙ୍କୁ ନିବେଦନ କରିଛି । ଜକାତ ମାଧ୍ୟମରେ ଇସଲାମିକ ଷ୍ଟେଟକୁ ଦାନ କରିବାକୁ ଏହା ନିବେଦନ କରିଛି । । ଆଗକୁ ରମଜାନ ମାସ । ଏହି ଦୁଇ ଦେଶରୁ ଜକାତ୍ ବା ଧାର୍ମିକ ପାଣ୍ଠି ଯୋଗାଡ଼ କରିବା ପାଇଁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଆଇଏସ କେ । ଏଥିପାଇଁ ଆତଙ୍କବାଦୀ ସଙ୍ଗଠନ ବହି ପ୍ରକାଶ କରି ସେଥିରେ ନିଜକୁ ଇସଲାମର ସୁରକ୍ଷାଦାତା କହିଛି । ବହିରେ କୁହାଯାଇଛି ଯେ ମୁସଲମାନଙ୍କୁ ଧାର୍ମିକ ଦାନ କରି ଆଇଏସ କେ କୁ ଅର୍ଥ ଦାନ ଦେବା ଉଚିତ । ଆଉ ଏହି ପଇସାରେ ସଙ୍ଗଠନ ଇସଲାମକୁ ବଞ୍ଚାଇ ରଖିବ । କେବଳ ଏତିକି ନୁହେଁ ଜକାତ ଯୋଗାଡ ବହିରେ ପାକିସ୍ତାନକୁ ଇସଲାମର କ୍ୟାନସର କହିଛି ସଙ୍ଗଠନ

ତେବେ ଇସଲାମର ସୁରକ୍ଷାଦାତା କହୁଥିବା ଏହି ଆଇଏସ କେ କିଏ ? କେଉଁ ଦେଶରେ ସକ୍ରିୟ ଅଛି ସଙ୍ଗଠନ ? ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ନିଜ ନାମରେ ଖୁରାସାନର ନାମ କାହିଁକି ଯୋଡିଛି ? ଭାରତକୁ ନେଇ ଏହାର କଣ ଯୋଜନା ରହିଛି ? ଆମେ ଆପଣଙ୍କୁ କହିବୁ କେତେ ମାରାତ୍ମକ ଏହି ଆତଙ୍କବାଦୀ ସଙ୍ଗଠନ ଆଇଏସ କେ ?

ଇସଲାମିକ ଷ୍ଟେଟ ଖୁରାସାନ ଇରାକ ଓ ସିରିଆରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ସହଯୋଗୀ ଅଟେ । ଯାହା ନାମରେ ଜଡିତ ଖୁରାସାନ ଅଞ୍ଚଳ ପ୍ରାଚୀନ ସମୟରେ ମଧ୍ୟ ଏସିଆର ଐତିହାସିକ ଅଞ୍ଚଳ ଥିଲା ଖୁରାସାନକୁ ଫାରସୀ ଭାଷାରେ ଖୁରାସାନ ଏ କହନ ବି କୁହାଯାଇଥାଏ । ମଧ୍ୟ ଏସିଆର ଖୁରାସାନରେ ଆଜିର ଆଫଗାନିଗସ୍ତାନ, ତୁର୍କମେନିସ୍ତାନ, ଉଜବେକିସାତ୍ନ, ତାଜିକିସ୍ତାନ ଓ ପୂର୍ବ ଇରାନର ବଡ ଅଞ୍ଚଳ ସାମିଲ ଥିଲା । ଅଧିକାଂଶ ସମୟରେ ସୋଗଦା ଓ ଆମୁ ପାର ଅଞ୍ଚଳକୁ ଏଥିରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଇରାନରେ ଥିବା ଖୁରାସାନ ପ୍ରାନ୍ତ ଐତିହାସିକ ଖୁରାସାନର ଛୋଟ ପାର୍ଟ ଅଟେ

ସଙ୍ଗଠନର ଲକ୍ଷ୍ୟ କଣ ?

Middle post content

ସମ୍ପୂର୍ଣ୍ଣ ଅଞ୍ଚଳକୁ ମିଶାଇ ପୁଣି ଥରେ ଖୁରାସାନ ଅଞ୍ଚଳକୁ ଜୀବିତ କରିବା ପାଇଁ ଲକ୍ଷ୍ୟ ରଖିଛି ଆତଙ୍କବାଦୀ ସଙ୍ଗଠନ ଆଇଏସ କେ । ବର୍ତ୍ତମାନ ଆଇଏସ କେ ଆଫଗାନିସ୍ତାନର ଦୁଇଟି ପ୍ରାନ୍ତରେ ସକ୍ରିୟ ଅଛି୍ । ଏବେର ସମୟରେ ଇରାନର ଉତ୍ତର ପୂର୍ବ ପ୍ରାନ୍ତର ନାମ ଖୁରାସାନ ରହିଛି । ଏହି ପ୍ରାନ୍ତର ଉତ୍ତରରେ ଋଷ କାସ୍ପିଆନ ଥିବାବେଳେ ପୂର୍ବରେ ଆଫଗାନିସ୍ତାନ ରହିଛି । ସେହିପରି ପଶ୍ଚିମରେ ଅସ୍ତ୍ରାବାଦ, ଶାହରୁଦ, ସେମନାନ, ଦମଧାନର ଇରାନ ପ୍ରାନ୍ତ ଓ ଦକ୍ଷିଣରେ କେରମାନ ଲାଗିକି ରହିଛି । ଯାହାର କ୍ଷେତ୍ରଫଳ ୨୫ ହଜାର ବର୍ଗ କିଲୋମିଟର ରହିଛି ।

ତାଲିବାନ ସହ କାହିଁକି ଶତ୍ରୁତା ?

ଗତ କିଛି ବର୍ଷ ଧରି ଆଫଗାନିସ୍ତାନର ପୂର୍ବ ଅଞ୍ଚଳ ନାନଗାହର ଓ କୁନାର ପ୍ରାନ୍ତରେ ଶକ୍ତିଶାଳୀ ହୋଇପଡିଛି ଆଇଏସ କେନାନଗାହରର ରାଜଧାନୀ ଜଲାଲାବାଦର ଜେଲରେ ଆକ୍ରମଣ କରି ନିଜ ସମର୍ଥକଙ୍କୁ ଖସାଇ ନେଇଥିଲା ସଙ୍ଗଠନଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ସହଜରେ ଗ୍ରହଣ କରି ପାରିନଥିଲା ଆଇଏସ କେ । ଯେଉଁଥିପାଇଁ ତାଲିବାନ ଓ ଆଇଏସକେ ମଧ୍ୟରେ ଦୀର୍ଘଦିନରୁ ସଂଘର୍ଷ ଜାରି ରହିଛି ତାଲିବାନ ଠୁ ଧାର୍ମିକ ପାଣ୍ଠି ଯୋଗାଡ କରିବା ଘୋଷଣା ପରେ ଆଗାମୀ ଦିନରେ ତାଲିବାନ ପାଇଁ ଆଇଏସ କେ ବଡ ବିପଦ ସାଜିପାରେ ବୋଲି ଅନୁମାନ କରାଯାଉଛି ।କେତେ ଶକ୍ତିଶାଳୀ ଆଇଏସ ଖୁରାସାନ ?

ଆଇଏସ କେ ଅର୍ଥାତ ଆଇଏସ ଖୁରାସାନ ଧୀରେ ଧୀରେ ଶକ୍ତି ହରାଉଛି । ଯେଉଁଥିପାଇଁ ଜକାତ (ଧାର୍ମିକ ପାଣ୍ଠି) ଯୋଗାଡ କରି ସଂଗଠନ ବଳ ଗୋଟାଇବାକୁ ଚାହୁଁଛିଗତବର୍ଷ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଜାରି କରିଥିବା ଏକ ରିପୋର୍ଟ ମୁତାବକ ସଙ୍ଗଠନ ପାଖରେ ୨୫୦୦ ଆତଙ୍କବାଦୀ ସକ୍ରିୟ ଥିଲେ । କିନ୍ତୁ ଆମେରିକା କହିବାନୁସାରେ ଖୁରାସାନ ପାଖରେ କେବଳ ୧ ହଜାର ସଦସ୍ୟ ରହିଛନ୍ତି । ସେପଟେ ଋଷ ଅନୁସାରେ ଆଇଏସ କେରେ ବର୍ତ୍ତମାନ ବି ୧୦ ହଜାର ଆତଙ୍କବାଦୀ ସକ୍ରିୟ ଅଛନ୍ତି ।

ଭାରତ ପାଇଁ କଣ ଯୋଜନା ?

ଗତ କିଛି ବର୍ଷ ଧରି ଭାରତୀୟ ଯୁବକଙ୍କୁ ଟାର୍ଗେଟ କରି ସଙ୍ଗଠନରେ ମିଶାଇବା ପାଇଁ ପ୍ରଚେଷ୍ଟା ଚଳାଇଛି ଆଇଏସ କେ । ଗତ ବର୍ଷ ମଧ୍ୟ ଲକ୍ଷ୍ନୌ, କେରଳ ଓ କାନପୁରରୁ ଏହି ସଙ୍ଗଠନର କିଛି ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ଭାରତରେ କବଜା କରିବା ପାଇଁ ଆତଙ୍କବାଦୀ ସଙ୍ଗଠନ ପ୍ରଚେଷ୍ଟା ଚଳାଇବା ଏଥିରୁ ଜଣାପଡୁଛି । କିନ୍ତୁ ଭାରତୀୟ ସୁରକ୍ଷା ଏଜେନ୍ସୀ ଲଗାତାର ଅପରେସନ ଲଞ୍ଚ୍ କରି ଭାରତରେ ବଡ ଧରଣର ଅଘଟଣକୁ ଏଡାଇବାରେ ସଫଳ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami