ଥରକେ ୧୬୦ ରାଗୁଆ ଲଙ୍କା ଖାଇ ରେକର୍ଡ

Above Post Content

ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଏଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ ରେକର୍ଡ କରିବା ନିଶାରେ ଲୋକେ କେତେ କ’ଣ ଅଜବ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ମେଲବର୍ଣ୍ଣରେ ରହୁଥିବା ଜଣେ ବ୍ୟକ୍ତି ଏପରି କିଛି କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଏକାଥରକେ ୧୬୦ଟି ରାଗୁଆ ଲଙ୍କା ଖାଇ ବିଶ୍ୱ ରେକର୍ଡ଼ କରିଛନ୍ତି ।

ରାଗୁଆ ଲଙ୍କା ଖାଇବା ପିଲାବେଳୁ ପସନ୍ଦ

After 2nd paragraph post ads
Middle post content

ମେଲବର୍ଣ୍ଣର ବାସିନ୍ଦା ଗ୍ରେଗ୍ ବାର୍ଲୋ । ସେ ଛୋଟବେଳୁ ରାଗୁଆ ଲଙ୍କା ଖାଇବାକୁ ଭଲ ପାଇଥାନ୍ତି । ଏହି ଗୁଣଟି କିପରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବ, ସେଥିପାଇଁ ସେ ଅଧିକରୁ ଅଧିକ ରାଗୁଆ ଲଙ୍କା ଖାଇବା ଅଭ୍ୟାସ ଜାରି ରଖିଥିଲେ । ପରେ କିପରି ଏହିସବୁ ପ୍ରତିଯୋଗିତାରେ ଭାଗନେବେ ସେ ନେଇ ଚେଷ୍ଟା କଲେ । ରାଗୁଆ ଲଙ୍କା ଖାଇବା ପ୍ରତିଯୋଗିତା ଆୟୋଜନ କରୁଥିବା ‘ଲିଗ୍ ଅଫ୍ ଫାୟାର’ ସଂଗଠନ ସହ ସେ ଯୋଗାଯୋଗ କରିଲେ । ତେବେ ଲଙ୍କାଖିଆ ପ୍ରତିଯୋଗୀଙ୍କ ପାଇଁ ‘କାରୋଲିନା ରିପର’ ହଜମ କରିବା ଏକ ଆହ୍ୱାନ ଥିଲା । ମାତ୍ର ରାଗ ଲଙ୍କା ଖାଇ ରେକର୍ଡ଼ ନିଶାରେ ସେ ଏହି ଲଙ୍କାକୁ ଅତି ସହଜରେ ଗ୍ରହଣ କରି ନେଲେ । ଏଥିପାଇଁ କୌଣସି ଶାରୀରିକ ପ୍ରତିକୂଳ ପ୍ରତିକ୍ରିୟା ଆଶଙ୍କାରେ ସେ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ଘଟଣାସ୍ଥଳରେ ସତର୍କ କରି ରଖିଥିଲେ ।

ଖାଇଲେ ୧୬୦ କାରୋଲିନା ରିପର

ଶେଷରେ ଗତବର୍ଷ ମେ’ ପହିଲାରେ ସେ ୧୬୦ଟି ‘କାରୋଲିନା ରିପର’ ଯାହାର ମୋଟ ଓଜନ ଏକ କେଜି ପାଖାପାଖି ହେବ, ତାହାକୁ ଖାଇ ନିଜ ନାମରେ ଏହି ବିରଳ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏକାଥରକେ ଏପରି ଏତେ ସଂଖ୍ୟକ ପୃଥିବୀର ସବୁଠୁ ରାଗୁଆ ଲଙ୍କା ଖାଇବା ଘଟଣା ପ୍ରତିଯୋଗିତାର ଖୋଦ୍ ଆୟୋଜକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ସେଥିଲାଗି ସେ ‘ଲୌହ ପାକସ୍ଥଳୀ’ ବା ‘ଆଇରନ୍ ଗଟ୍‌ସ’ ନାମରେ ପରିଚିତ । ଏଠାରେ କହି ରଖୁ, ‘କାରୋଲିନା ରିପର’ ହେଉଛି ପୃଥିବୀର ସବୁଠୁ ରାଗୁଆ ଲଙ୍କା ଭିତରୁ ଗୋଟିଏ । ପୂର୍ବରୁ ଏହି ରେକର୍ଡ ଜଣେ ଆମେରିକୀୟଙ୍କ ନାମରେ ରହିଥିଲା ଯିଏ ୧୨୩ଟି ‘କାରୋଲିନା ରିପର’ ପ୍ରାୟ ୭୧୪ ଗ୍ରାମ୍ ଖାଇ ପାରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami