ଭିକ ମାଗି କୋଟିପତି ବନିଥିବା ମହିଳାଙ୍କୁ ଗିରଫ କଲା ପୋଲିସ୍‌

Above Post Content

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ଭିକ ମାଗି କୋଟିପତି ପାଲଟିଛନ୍ତି । ଭିକ ମାଗିବା ଅଭିଯୋଗରେ ମହିଳା ଜଣକୁ ପୋଲିସ ଗିରଫ କରିଛି । ପୋଲିସକୁ ମହିଳା ଦେଇଥିବା ସୂଚନା ଅନୁସାରେ ୬ ସପ୍ତାହରେ ମହିଳାଜଣକ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ମାସିକ ରୋଜଗାର ପ୍ରାୟ ଲକ୍ଷେ ୬୦ ହଜାର ଟଙ୍କା । ମହିଳାଙ୍କ ନାମ ହେଉଛି ଇନ୍ଦ୍ରା ବାଇ । ଇନ୍ଦ୍ରାଙ୍କର ୫ଟି ପିଲା ଅଛନ୍ତି । ଇନ୍ଦ୍ରା ପିଲାମାନଙ୍କୁ ଇନ୍ଦୋରରେ ଭିକ ମଗାଇବା କାର‌୍ୟ୍ୟରେ ନିୟୋଜିତ କରିଛନ୍ତି । ପିଲାମାନଙ୍କୁ ଭିକ ମଗାଇ ସେ ଦୁଇ ମହଲା ଘର ବି ତିଆରି କରିଥିବା ସୂଚନା ରହିଛି । ଜମି ବି କିଣିଛନ୍ତି । ଏହାସହ ଅନ୍ୟାନ୍ୟ ଡିଜିଟାଲ ସାମଗ୍ରୀ ରହିଛି ତାଙ୍କ ଘରେ ।

Middle post content

ପିଲାମାନଙ୍କୁ ଭିକ ମାଗିବାରେ କରିଥିଲେ ନିୟୋଜିତ

After 2nd paragraph post ads

ଇନ୍ଦ୍ରାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି । କାରଣ ଇନ୍ଦ୍ରାଙ୍କ ୫ ଜଣ ପିଲାଙ୍କ ମଧ୍ୟରୁ ବଡ଼ ପିଲାର ବୟସ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟ ୪ ପିଲାଙ୍କର ବୟସ ଯଥାକ୍ରମେ ୮ ବର୍ଷ, ୭ ବର୍ଷ, ୩ ବର୍ଷ ଏବଂ ୨ ବର୍ଷ । ପୋଲିସ ସୂଚନା ଅନୁଯାୟୀ, ପିଲାମାନଙ୍କୁ ଇନ୍ଦୋରର ଲବ କୁଶ ଛକରେ ଭିକ ମାଗିବା ଲାଗି ନିୟୋଜିତ କରିଥିଲେ ଇନ୍ଦ୍ରା ।ସେଠାରୁ ଇନ୍ଦୋରର ମହାକାଳ ମନ୍ଦିରକୁ ରାସ୍ତା ଯାଇଛି । ଗତ ୯ ତାରିଖରେ ଇନ୍ଦ୍ରା ତାଙ୍କ ୭ ବର୍ଷର ଝିଅ ସହିତ ଭିକ ମାଗିବା ସମୟରେ ପୋଲିସ ହାତରେ ଧରା ପଡ଼ିଥିଲେ । ସେହି ସମୟରେ ତା’ର ସ୍ୱାମୀ ଓ ଦୁଇ ପିଲା ଖସି ପଳାଇଥିଲେ । ପୋଲିସ ମହିଳାଙ୍କ ନିକଟରୁ ୧୯ ହଜାର ଟଙ୍କା ଏବଂ ଝିଅ ନିକଟରୁ ୬୦୦ ଟଙ୍କା ଜବତ କରିଥିଲା । ଇନ୍ଦ୍ରା କହିଛନ୍ତି ଯେ ଗିରଫ ହେବାର ୪୫ ଦିନ ପୂର୍ବରୁ ସେ ୨.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami