ନଭେମ୍ବର ୫ରୁ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

Above Post Content

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଇଣ୍ଡିଗୋ ଆରମ୍ଭ କରିବ ବିମାନ ସେବା । ଆସନ୍ତା ନଭେମ୍ବର ୫ ତାରିଖରୁ ଦୈନିକ ଝାରସୁଗୁଡାରୁ କୋଲକାତା ବିମାନ ସେବା ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ଝାରସୁଗୁଡ଼ା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବିମାନ ଚଳାଚଳ କରିବ । ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦେଶକ ।

Middle post content

ଟିକେଟ୍ ବୁକିଂ ଆରମ୍ଭ

After 2nd paragraph post ads

ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ ଉଡାଣର ଏକ କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଦ୍ୱାରା ଝାରସୁଗୁଡାକୁ ସିଧାସଳଖ ବେଙ୍ଗାଲୁରୁ ଓ କୋଲକାତା ସହ ଯୋଡି ହେବ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, କୋଲକାତାରୁ ସନ୍ଧ୍ୟା ୫ଟା ୫୦ରେ ବିମାନ ବାହାରିବ ଏବଂ ସନ୍ଧ୍ୟା ୭ଟା ୨୫ ମିନିଟ୍ ରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ ମିନିଟ୍ ରେ ବାହାରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ ।ସେହିପରି ନଭେମ୍ବର ୧୫ ତାରିଖରେ ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ବିମାନ ବାହାରି ଦିନ ୧୨ଟା ୨୦ରେ ଝାରସୁଗୁଡ଼ାରେ ପହଞ୍ଚିିବ । ଏଠାରୁ ପୁଣି ଦିନ ୧୨ଟା ୫୦ରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ଏନେଇ ଗୁରୁବାରଠାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami