ମାତ୍ର ୬ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ

Above Post Content

ବେଙ୍ଗାଲୁରୁ: ଧୋକା ଦେଲା ଇଣ୍ଡିଗୋ । କମ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ । ଯାତ୍ରୀଙ୍କ ସଂଖ୍ୟା କମ ଥିଲା ବୋଲି ଗନ୍ତବ୍ୟସ୍ଥଳକୁ ନ ଯାଇ ଯାତ୍ରୀଙ୍କୁ ଓହ୍ଲାଇଦେଲା ଇଣ୍ଡିଗୋ । କିଛି ଯାତ୍ରୀ ଏବେ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ଏପରି ସଂଗୀନ ଅଭିଯୋଗ କରିଛନ୍ତି । ଯାତ୍ରୀମାନେ କହିଛନ୍ତି ଯେ, ବେଙ୍ଗାଲୁରୁ ବିମାନବନ୍ଦରରେ ସେମାନଙ୍କୁ ବୋକା ବନାଯାଇଥିଲା । ବେଙ୍ଗାଲୁରୁରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ମାତ୍ର ୬ ଜଣ ଯାତ୍ରୀ ଥିଲେ । କିନ୍ତୁ ଫ୍ଲାଇଟ୍ କ୍ରୁ ସଦସ୍ୟମାନେ ଆମକୁ ଏଠାରେ ହିଁ ଓହ୍ଲାଇଦେଇଥିଲେ ଓ ଆମ ପାଇଁ କୌଣସି ବ୍ୟବସ୍ଥା ନଥିଲା ।

ବିମାନବନ୍ଦରରେ ବସି ରହିଲେ ଯାତ୍ରୀ

After 2nd paragraph post ads
Middle post content

ଏହି ଘଟଣା ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ରାତି ପ୍ରାୟ ୯ଟା ସମୟରେ ଘଟିଥିଲା । ଇଣ୍ଡିଗୋ ବିମାନ ୬ଇ୪୭୮ ବାଙ୍ଗାଲୋରରୁ ଚେନ୍ନାଇ ଯିବାର ଥିଲା । ତେବେ ଏହି ବିମାନରେ ଯାତ୍ରା କରିବାକୁ ମାତ୍ର ୬ ଜଣ ଯାତ୍ରୀ ଥିଲେ । ଏହାପରେ ଇଣ୍ଡିଗୋର ଜଣେ କ୍ରୁ ସଦସ୍ୟ ଯାତ୍ରୀମାନଙ୍କୁ କହିଥିଲେ ଯେ ଆପଣମାନଙ୍କୁ ଅନ୍ୟ ଏକ ବିମାନରେ ଚେନ୍ନାଇକୁ ପଠାଯିବ । ଦ୍ୱିତୀୟ ବିମାନ ପାଇଁ ବୋର୍ଡିଂ ପାସ୍ ସହିତ ଆପଣ ବିମାନବନ୍ଦର ଭିତରେ ଅପେକ୍ଷା କରନ୍ତୁ । କ୍ରୁ ସଦସ୍ୟଙ୍କ କଥା ଉପରେ ବିଶ୍ୱାସ କରି ସମସ୍ତ ଯାତ୍ରୀ ବିମାନରୁ ଓହ୍ଲାଇଲେ । ଯାତ୍ରୀମାନେ କହିଛନ୍ତି ଯେ ବିମାନବନ୍ଦର ଭିତରେ ଆମେ ବହୁତ ସମୟ ଅପେକ୍ଷା କରିଥିଲୁ କିନ୍ତୁ ଅନ୍ୟ କୌଣସି ବିମାନ ପାଇଁ ଆମକୁ ବୋର୍ଡିଂ ପାସ୍ ଦିଆଯାଇନଥିଲା ।

ଇଣ୍ଡିଗୋ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ରିପୋର୍ଟ ଅନୁଯାୟୀ ବିମାନବନ୍ଦରର ଜଣେ କର୍ମଚାରୀ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ଯାତ୍ରୀମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ବିମାନ ବନ୍ଦରଠାରୁ ୧୩ କିଲୋମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇଜଣ ଯାତ୍ରୀଙ୍କୁ ରଖାଯାଇଥିଲା । ଚାରି ଜଣ ବିମାନବନ୍ଦର ଲାଉଞ୍ଜରେ ରହିଥିଲେ । ସୋମବାର ସକାଳେ ତାଙ୍କୁ ଚେନ୍ନାଇ ବିମାନରେ ପଠାଯାଇଥିଲା । ଏହି ଅସୁବିଧା ପାଇଁ ଯାତ୍ରୀମାନେ ଇଣ୍ଡିଗୋ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami