ପାକିସ୍ତାନର ନାହିଁ JF-17 ଉପରେ ଭରସା, ଯୁଦ୍ଧ ହେଲେ ଭାରି ପଡିବ ରାଫେଲ

Above Post Content

ବେଜିଂରୁ ଇସଲାମାବାଦ ଫେରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ 50 JF-17 ବ୍ଲକ୍ ଥ୍ରି ଯୁଦ୍ଧ ବିମାନ କିଣିବା ଶେଷ ପର୍ଯ୍ୟାୟରେ । ପାକିସ୍ତାନ ସରକାର JF-17କୁ ବଢ଼େଇ ଚଢ଼େଇ ଉପସ୍ଥାପନ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହାକୁ S-400 ସହିତ ତୁଳନା କରାଯାଉଛି । ଅବଶ୍ୟ ବିଶେଷଜ୍ଞଙ୍କ କହିବା ହେଉଛି JF-17 ଓ S-400 ମଧ୍ୟରେ ଆକାଶ ପାତାଳ ତଫାତ୍ ରହିଛି

S-400 ଏୟର ଡିଫେନ୍ସ ସିଷ୍ଟମକୁ ମୁକାବିଲା କରିପାରିବ କି JF-17 ?

After 2nd paragraph post ads

ରିପୋର୍ଟ କହୁଛି ବ୍ଲକ୍ ଥ୍ରି ସିଙ୍ଗଲ ଇଞ୍ଜିନ୍ JF 17 ଫାଇଟରର ଏୟାରଫୋର୍ସକୁ ମିଶ୍ରିତ ସାମଗ୍ରୀରେ ତିଆରି କରାଯାଇଛି । ଏହାଦ୍ୱାରା ବିରୋଧୀଙ୍କ ଏୟାର ଡିଫେନ୍ସ ସିଷ୍ଟମରୁ ମୁକ୍ତି ମିଳିପାରିବ । ଏମିତିକି ଭାରତୀୟ ସ୍ବଦେଶୀ ତେଜସ୍ ଯୁଦ୍ଧ ବିମାନ ୪୫ ପ୍ରତିଶତ ମିଶ୍ରିତ ସାମଗ୍ରୀରେ ତିଆରି ହୋଇଛି, କିନ୍ତୁ କ’ଣ ଉଭୟ S-400 ଏୟାର ଡିଫେନ୍ସ ସିଷ୍ଟମକୁ ମୁକାବିଲା କରିପାରିବ ? JF-17 ସେହି ରୁଷ ନିର୍ମିତ RD 33 ଇଂଜିନ୍ ଦ୍ୱାରା ସଂଚାଳିତ ଯାହାର ବ୍ୟବହାର ମିଗ୍ -୨୯ ଯୁଦ୍ଦ ବିମାନରେ ହୋଇଥାଏ । ସୂଚନାଯୋଗ୍ୟ ଯେ, ମିଗ୍ ୨୯କୁ ଭାରତୀୟ ବାୟୁସେନା ବ୍ୟବହାର କରିଥାଏ । ତେବେ ଏହାର ସ୍ପେୟାର ପାର୍ଟସ ମିଳିବା ଗୋଟିଏ ବଡ଼ ସମସ୍ୟା

Middle post content

S-400 କେବଳ ଆକାଶରେ ଶତ୍ରୁକୁ ଜବାବ ଦେଇ ନଥାଏ ବରଂ ନିଜ AWACS ଷ୍ଟ୍ରାଟେଜିକ୍ ରେକି ସିଷ୍ଟମ୍କୁ ପଛରେ ପକାଇ PAF ଟ୍ରାନ୍ସ ଫ୍ରଣ୍ଟିୟର ଭିଜିବିଲିଟିକୁ ମାତ୍ ଦେଇଥାଏ । ସିଧାସଳଖ ବୁଝିନେବାକୁ ହେବ ଯେ, ପାକିସ୍ତାନୀ ବାୟୁସେନା ନିଜର ଏୟାରବର୍ଣ୍ଣ ଅର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ଗଭୀର ଅନୁପ୍ରବେଶକାରୀ ରଡାରକୁ ଆକାଶରେ ଉଡ଼ାଇ ପାରବ ନାହିଁ । କାରଣ ଯୁଦ୍ଧ ସମୟରେ ଭାରତର ଶକ୍ତିଶାଳୀ S-400 ମିସାଇଲ ସିଷ୍ଟମ୍ ତାକୁ ତଳେ ପକାଇ ଧୂଳିସାତ୍ କରିଦେବ । ଏଭଳି ସ୍ଥିତିରେ ପାକିସ୍ତାନୀ JF-17 ଯୋଦ୍ଧା AWACS ଏବଂ ପୁରୁଣା ଚୀନ୍ ରାଡାରର ବିନା ସହାୟତାରେ ଲଢ଼ିବ ।

ଭାରତୀୟ ବାୟୁ ସେନା ନିକଟରେ ଏସ୍ -୪୦୦ ଛଡା ଆହୁରି ଅନେକ ପ୍ରତିରକ୍ଷା ନେଟଓ୍ୱର୍କ ରହିଛି । ଏହା କେବଳ S-400 ଏୟାର ଡିଫେନ୍ସ ସିଷ୍ଟମ ଉପରେ ନିର୍ଭରଶୀଳ ନୁହେଁ । ଏଥିରେ ରାଫେଲ ଭଳି ଫ୍ରଣ୍ଟ୍ ଟାଇମ୍ ଯୁଦ୍ଧ ବିମାନ ରହିଛି, ଯାହା ନିକଟରେ AESA ଭଳି ରାଡାର ରହିଛି । ଏଥିରେ ଥିବା ଆକାଶରୁ ଆକାଶକୁ ପ୍ରକ୍ଷେପିତ କ୍ଷପଣାସ୍ତ୍ର ଏତେ ଶକ୍ତିଶାଳୀ ଓ ତୀବ୍ର ଯେ, JF-17 ଜାଣି ପାରିବନି କେତେବେଳେ ଏହା ଉପରେ ଆକ୍ରମଣ ହେଲା ଓ ପାକ୍ ଯୁଦ୍ଧ ବିମାନ ଆକାଶରୁ ଗାଏବ ହୋଇଯିବ

IAF ନିକଟରେ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରୁଥିବା ୭୦ କିଲୋମିଟରର ଦୂରତାର କ୍ଷେପଣାସ୍ତ୍ର ଏବଂ ଡିଜିଟାଲ ପେକୋରା ଭଳି କ୍ଷେପଣାସ୍ତ୍ର ରହିଛି । ଏହା ବ୍ୟତୀତ ବାୟୁ ପ୍ରତିରକ୍ଷା ନେଟଓ୍ୱର୍କରେ ଛଡ଼ା ଯାଇଥିବା ଷ୍ଟାଣ୍ଡ୍ ଅଲୋନ୍ ମିସାଇଲ ପାଇଁ S- 400 ପ୍ରଣାଳୀକୁ ସର୍ବଦା ଋଷି ପଣ୍ଟିର ବା ଆମେରିକାନ୍ ଫାଲାନକ୍ସ ଭଳି କ୍ଲୋଜ୍-ଇନ୍ ଓ୍ୱିପେନ୍ ସିଷ୍ଟମ ଦ୍ୱାରା ସପ୍ଲିମେଣ୍ଟ କରାଯାଏ । S-400 ଏମିତି ସେମିତି ସ୍ଥିର ସିଷ୍ଟମ ନୁହେଁ ବରଂ ଏକ ଡାଇନାମିକ୍, ଯାହାକୁ ସ୍ଥାନାନ୍ତରିତ କରାଯାଇ ପାରିବ ।

ସବୁଠାରୁ ବଡ଼ କଥା ହେଉଛି ଖୋଦ ପାକିସ୍ତାନୀ ବାୟୁସେନା ଜେଏଫ୍ ୧୭କୁ ଭରସା କରି ପାରୁନାହିଁ । ପାକିସ୍ତାନର ଯେତିକି ଭରସା ଆମେରିକୀ F-16 ଉପରେ ଅଛି ସେତିକି JF- 17 ଉପରେ ନାହିଁ । ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ପାକିସ୍ତାନୀ ବାୟୁସେନାର ଗୋଟିଏ ମଧ୍ୟ ଜେଏଫ୍ ୧୭ ବିମାନ ନିୟନ୍ତ୍ରଣ ରେଖ ଟପିବା ସାହସ କରିନଥିଲେ କି ମିସାଇଲ୍ ମାଡ କରିନଥିଲେଏଥିରୁ ଜଣା ପଡୁଛି କାହାର ଦମ୍ କେତେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami