୯ ମାର୍ଚ୍ଚ ଦିନ ପାକିସ୍ତାନ ଜବାବି ହମଲା ପାଇଁ ପ୍ରସ୍ତୁତ ଥିଲା କିନ୍ତୁ…

Above Post Content

ମାର୍ଚ୍ଚ ୯ ତାରିଖ ଦିନ ଯୁଦ୍ଧାସ୍ତ୍ର ବିହିନ ଏକ ଭାରତୀୟ କ୍ଷେପଣାସ୍ତ୍ର ପାକ୍ ସୀମା ଭିତରେ ପଡିଥିଲା । ଏହି କ୍ଷେପଣାସ୍ତ୍ର ପାକିସ୍ତାନ ଭିତରେ ୧୨୪ କିଲୋମିଟର ମଧ୍ୟକୁ ପ୍ରବେଶ କରି ମିଆଁ ଚନ୍ନୁ ନାମକ ସ୍ଥାନରେ ପଡିଥିଲା । କ୍ଷେପଣାସ୍ତ୍ରକୁ ପାକିସ୍ତାନୀ ସେନା ଠାବ କରିଥିଲେ ମଧ୍ୟ ଏହାର ଗତି ଏତେ ତୀବ୍ର ଥିଲା ଯେ, ଏହାକୁ ସେମାନେ ଖସାଇ ପାରିନଥିଲେ । ଏହି କ୍ଷେପଣାସ୍ତ୍ରକୁ ନେଇ ଏବେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠାଇବାରେ ଲାଗିଛି । ଭାରତ ପକ୍ଷରୁ ଏହା ଦୁର୍ଘଟଣାବଶତଃ ଘଟିଥିବା ଘଟଣା ବୋଲି କୁହାଯାଉଛିଅନ୍ୟପକ୍ଷରେ ଏହାକୁ ଆଳ କରି ପାକିସ୍ତାନ ଭାରତୀୟ ପରମାଣୁ ଅସ୍ତ୍ର କ୍ଷେପଣାସ୍ତ୍ର କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିବାରେ ଲାଗିଛି । ଏହାଭିତରେ ଆଉ ଗୋଟିଏ ସୂଚନା ମିଳିଛି । ଏହି ସୂଚନା ଅନୁସାରେ ଯେତେବେଳେ କ୍ଷେପଣାସ୍ତ୍ର ପାକିସ୍ତାନ ସୀମା ମଧ୍ୟକୁ ପ୍ରବେଶ କଲା ସେତେବେଳେ ପାକ୍ ସେନା ଏହାକୁ ଭାରତର ଆକ୍ରମଣ ଭାବେ ଗ୍ରହଣ କରିଥିଲାକୁହାଯାଉଛି ଯେ, ପାକିସ୍ତାନୀ ସେନା ଭାରତକୁ ଯବାବ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା କିନ୍ତୁ ଶେଷ ମୂହୁର୍ତ୍ତରେ ପାକ୍ ସେନା ଆକ୍ରମଣକୁ ରୋକିଥିଲା

ପାକିସ୍ତାନ ଯବାବି ହମଲା ପାଇଁ ହୋଇଥିଲା ପ୍ରସ୍ତୁତ

After 2nd paragraph post ads

ମାର୍ଚ୍ଚ ୯ ତାରିଖ ରାତି ନ’ଟାରେ ପାକିସ୍ତାନରେ ଭାରତୀୟ ମିଶାଇଲ ପଡିଥିଲା । ଏହାକୁ ଆକ୍ରମଣ ଭାବେ ଗ୍ରହଣ କରି ପାକ୍ ସେନା ଉତ୍ତର ଦେବାକୁ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଅନ୍ତିମ କ୍ଷଣରେ ଆକ୍ରମଣକୁ ରୋକା ଯାଇଥିଲା । ଏକ ରିପୋର୍ଟ ଅନୁସାରେ ପାକ୍ ସେନା ଶେଷ ମୁହୁର୍ତ୍ତରେ ଆକ୍ରମଣ ଯୋଜନାକୁ ରଦ୍ଦ କରିଥିଲା । ଏହାର ଦୁଇଟି କାରଣ ରହିଛି । ପ୍ରଥମ କାରଣ ହେଉଛି ଯେ, କ୍ଷପଣାସ୍ତ୍ରରେ କୌଣସି ୱାରହେଡ୍ ବା ଯୁଦ୍ଧାସ୍ତ୍ର ନଥିଲା । କ୍ଷେପଣାସ୍ତ୍ରକୁ ଦେଖି ଲାଗୁଥିଲା ଯେ, ଏହାକୁ ଜାଣିଶୁଣି ପ୍ରକ୍ଷେପିତ କରାଯାଇ ନାହି । ଦ୍ୱିତୀୟ କାରଣ ଯେ, ଏଭଳି କୌଣସି ଦୁର୍ଘଟଣାକୁ ଏଡାଇବାକୁ ଦୁଇ ଦେଶ ମଧ୍ୟରେ ହଟ୍ ଲାଇନ୍ ବ୍ୟବସ୍ଥା ରହିଛି । ତେବେ ସମସ୍ୟା ଥିଲା ଯେ, ଭାରତ ଏବାବଦରେ ହଟ୍ ଲାଇନରେ ମଧ୍ୟ ପାକିସ୍ତାନକୁ କୌଣସି ଖବର ଦେଇନଥିଲା । ତେବେ ପାକ୍ ସେନାର ବରିଷ୍ଠ ଅଧିକାରୀ ଘଟଣାରେ ଗଡବଡି ଥିବା ଅନୁଭବ କରି ଆକ୍ରମଣ ନକରିବାକୁ ନିଷ୍ପତ୍ତି ନେଇଥିଲେ ।

Middle post content

ହଟ୍ ଲାଇନ୍ ବ୍ୟବହାର କାହିଁକି କରିନଥିଲା ଭାରତ ?

ଭାରତ ଓ ପାକିସ୍ତାନ ମଧ୍ୟରେ ଏଭଳି ଦୁର୍ଘଟଣା ରୋକିବା ପାଇଁ ହଟଲାଇନ୍ ବ୍ୟବସ୍ଥା ରହିଛି । କିନ୍ତୁ ଘଟଣା ଘାଟିବା ପରେ ମଧ୍ୟ ଭାରତ ପକ୍ଷରୁ ଏହି ହଟ୍ ଲାଇନର କୌଣସି ବ୍ୟବହାର ହୋଇନଥିଲା । ପାକିସ୍ତାନ ଏହାକୁ ନେଇ ଚକିତ ହୋଇଥିଲା । ରିପୋର୍ଟରେ ଦାବି କରାଯାଉଛିଯେ, ଭାରତ ହଟଲାଇନ୍ ମାଧ୍ୟମରେ ପାକ୍ ସେନାକୁ ଏବାବଦରେ ସୂଚିତ କରିବା ଅପେକ୍ଷା କିଛି ସମୟ ପାଇଁ ନିଜ କ୍ଷେପଣାସ୍ତ୍ର ସିଷ୍ଟମକୁ ବନ୍ଦ କରିଦେଇଥିଲା । କାଳେ ଆହୁରି କିଛି କ୍ଷେପଣାସ୍ତ୍ର ପାକିସ୍ତାନ ଆଡକୁ ଚାଲିଯିବ ସେହି ଭୟରେ ସିଷ୍ଟମକୁ ବନ୍ଦ କରାଯାଇଥିଲା । କିନ୍ତୁ ଏହାର ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ଭାରତ ତରଫରୁ ଏନେଇ କୌଣସି ବୟାନ ଆସିନଥିଲାପାକିସ୍ତାନୀ ମିଡିଆରେ ଏହି କଥା ଉଠିବା ପରେ ୧୧ ତାରିଖରେ ଭାରତ ପକ୍ଷରୁ ସ୍ପଷ୍ଟୀକରଣ ରଖା ଯାଇଥିଲା ।

ପାକିସ୍ତାନୀ ବାୟୁସୀମାରେ ୩.୪୭ ସେକେଣ୍ଡ୍ ପର୍ଯ୍ୟନ୍ତ ଥିଲା ମିଶାଇଲ

ପାକିସ୍ତାନୀ ପ୍ରତିରକ୍ଷା ବିଶେଷଜ୍ଞ କମର ଚିମା ନିଜ ୟୁଟ୍ୟୁବ୍ ଚାନେଲରେ ଦାବି କରିଛନ୍ତି ଯେ, ଭାରତୀୟ କ୍ଷେପଣାସ୍ତ୍ର ପାକ୍ ବାୟୁସୀମାରେ ୩.୪୭ ସେକେଣ୍ଡ ପର୍ଯ୍ୟନ୍ତ ଥିବା ସେନା ଦାବି କରୁଛି । ଏହି କ୍ଷେପଣସ୍ତ୍ର ଖାଲି ଥିଲା କି ନଥିଲା ତା ପ୍ରଶ୍ନ ନୁହେଁ । ପ୍ରଶ୍ନ ହେଉଛି ପାକ୍ ବାୟୁସେନା ଏହାକୁ ଇଣ୍ଟରସେପ୍ଟ କାହିଁକି କରିପାରିନଥିଲା । ଅନ୍ୟପକ୍ଷରେ ଆଉ ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ମିଶାଇଲ ତାକୁ କୁହାଯାଏ ଯେଉଁଥିରେ ୱାରହେଡ଼୍ ଲାଗିଥାଏ ଏହି ମିଶାଇଲରେ ୱାରହେଡ୍ ନଥିଲା । ଗୋଟିଏ ଦେଶ ଖାଲି ମିଶାଇଲ କାହିଁକି ଫାୟାର କରିବ ? ଏହା ସହିତ ଖୋଦ ପାକ୍ ସେନା ମଧ୍ୟ ମିଶାଇଲ ଶବ୍ଦ ପରିବର୍ତ୍ତେ ପ୍ରଜେକ୍ଟାଇଲ ଶବ୍ଦ ବ୍ୟବହାର କରିଛି । ଯାହାର ଅର୍ଥ ହେଉଛି ଏହା ମିଶାଇଲ ନଥିଲା । ତେଣୁ ରାଜନୈତିକ ନେତା ଯାହା କୁହାନ୍ତୁ ନା କାହିଁକି ସେନା ଜାଣିଛି କେଉଁଟା ଅସ୍ତ୍ର କେଉଁଟା ଅସ୍ତ୍ର ନୁହେଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami