ଦେଶ ବାହାରେ ଥିବା ଭାରତର ସେଇ ବିମାନ ଘାଟି ଯାହା ତାଲିବାନକୁ ଡରାଉଛି..

Above Post Content

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ନିଜ ଦେଶ ସୀମା ବାଦ ମଧ୍ୟ ଅନ୍ୟଦେଶରେ ସାମରିକ ଘାଟି ତିଆରି କରିଥାନ୍ତି । ଯାହାର ଏକମାତ୍ର ରଣନୈତିକ ଉଦ୍ଦେଷ୍ୟ ହେଉଛି ଯୁଦ୍ଧ ଭଳି ପରିସ୍ଥିତିରେ ସେହି ସାମରିକ ଘାଟିକୁ ନିଜ ସୁରକ୍ଷା ପାଇଁ ବ୍ୟବହାର କରିବା । ଆମେରିକାର ସାନ ଡିଆଗୋଠାରୁ କତାର ପର୍ଯ୍ୟନ୍ତ ସାମରିକ ଘାଟି ରହିଛି । ସେହିଭଳି ଜାପାନରେ ମଧ୍ୟ ଆମେରିକାର ସାମରିକ ଘାଟି ରହିଛି । ଏହି ସବୁ ଘାଟି ଦ୍ୱାରା ଆମେରିକା ଚୀନ ଭଳି ଦେଶ ଉପରେ ନଜର ରଖିଥାଏ । ଆଗରୁ ଆମେରିକା ଏହି ସବୁ ଘାଟିରୁ ଭାରତ ଉପରେ ନଜର ରଖୁଥିଲା । ଏବେ ଆଫଗାନିସ୍ତାନ ସଂକଟ ଭିତରେ ଭାରତର ସେହିଭଳି ଗୋଟିଏ ସାମରିକ ଘାଟିକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ଘାଟି ତାଜିକସ୍ତାନରେ ଅଛି । ତାଜିକସ୍ତାନ ପାକିସ୍ତାନ ସହ ତାଲିବାନର ଘୋର ବିରୋଧୀ । ତାଜିକସ୍ତାନରେ ଥିବା ଭାରତର ବିମାନଘାଟି କାରଣରୁ କାବୁଲରୁ ସହଜରେ ଭାରତୀୟଙ୍କୁ ଉଦ୍ଧାର କରାଯାଇ ପାରୁଛି । ଏହା ସହିତ ଏହି ଘାଟିକୁ ନେଇ ତାଲିବାନ ମଧ୍ୟ ଚିନ୍ତାରେ ଅଛି । ଆସନ୍ତୁ କେମିତି ଏହି ବାୟୁସେନା ଘାଟି କାବୁଲ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହିତ ତାଲିବାନ ପାଇଁ ଚିନ୍ତାର କାରଣ ତାହା ଜାଣିବା ।

ଗିସାର ମିଲିଟାରି ଏରୋଡ୍ରମ୍

After 2nd paragraph post ads

ତାଜିକିସ୍ତାନରେ ଥିବା ଏହି ବିମାନଘାଟି ଆଫଗାନିସ୍ତାନ-ତାଜିକସ୍ତାନ ସୀମା ନିକଟରେ ରହିଛି । ଏହା ହେଉଛି ଭାରତର ନିଜ ସୀମା ବାହାରେ ଥିବା ପ୍ରଥମ ସାମରିକ ଘାଟି । ଜିଓ ପଲିଟିକାଲ ଦୃଷ୍ଟିକୋଣରୁ ଏହି ଘାଟି ବେସ ଗୁରୁତ୍ୱ ରଖେ । ତାଜିକ୍ ରାଜଧାନୀ ଦୁଶାମ୍ବେର ପଶ୍ଚିମର ଅବସ୍ଥିତ ଏହି ବିମାନଘାଟିକୁ ତାଜିକ ସରକାର ଓ ଭାରତ ସରକାର ମିଳିତ ଭାବେ ଚଲାଉଛନ୍ତି । ଆଫଗାନିସ୍ତାନରୁ ଶହ ଶହ ସଂଖ୍ୟାରେ ଭାରତୀୟଙ୍କୁ ବାହାର କରିବାରେ ଏହି ବିମାନଘାଟିର ବଡ ଭୂମିକା ରହିଛି । ରାଜଧାନୀ ଦୁଶମ୍ବେଠାରୁ ୧୦ କିଲୋମିଟର ଦୂରରେ ଅୟାନୀ ନାମକ ଗାଁରେ ଏହି ଘାଟି ରହିଛି । ଏହି ଘାଟିକୁ ତିଆରି କରିବାର ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିଛନ୍ତି ।

ଏହି ବିମାନଘାଟିରୁ ସି-୧୩୦ ପ୍ଲେନ୍ ଉଡାଣ ଭରିଥାଏ । କାବୁଲ ସଂକଟ ଆରମ୍ଭରୁ ଏହି ବିମାନ ଘାଟିରେ ୧୭ ପ୍ଲେନ୍ ପ୍ରସ୍ତୁତ ଅଛନ୍ତି । ୨୦୦୧ରେ ପ୍ରଥମେ ତାଜିକସ୍ତାନରେ ଏଭଳି ଏକ ଘାଟି ତିଆରି କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ । ତତ୍କାଳୀନ ପ୍ରତିରକ୍ଷମନ୍ତ୍ରୀ ଜର୍ଜ୍ ଫର୍ଣ୍ଣାଣ୍ଡିସ୍ ଘାଟି ପ୍ରତିଷ୍ଠା ଉଦ୍ୟମକୁ ସମର୍ଥନ କରିଥିଲେ । ଆଫଗାନିସ୍ତାନରେ ପାକିସ୍ତାନ ହସ୍ତକ୍ଷେପ ଦୃଷ୍ଟିରୁ ଏହି ଭବିଷ୍ୟତରେ କାମରେ ଆସିବ ବୋଲି ସେତେବେଳେ ବିଚାର ଥିଲା ।

Middle post content

ରଣନୈତିକ ମହତ୍ୱ

ଏହି ବିମାନଘାଟିର ରଣନୈତିକ ମହତ୍ୱ ଢେର ଅଧିକ । ଆଫଗାନିସ୍ତାନର ସୀମା ଗୋଟିଏ ସମୟରେ ଭାରତ ସହିତ ଲାଗୁଥିଲା । କିନ୍ତୁ ୧୯୪୮ ଯୁଦ୍ଧ ପରଠାରୁ ପାକିସ୍ତାନ କାଶ୍ମୀରର କିଛି ଅଂଶ ଓ ଗିଲଗିଟ୍-ବାଲଟିସ୍ତାନ ଉପରେ ବେଆଇନ କବଜା କରି ରଖିଛି । ଫଳରେ ଆଫଗାନିସ୍ତାନର ସୀମା ଭାରତକୁ ଲାଗୁ ନାହିଁ । ଆଫଗାନିସ୍ତାନରେ ତାଲିବାନ ଓ ପାକିସ୍ତାନ ବିରୋଧୀ ଗୋଷ୍ଟୀ ହେଉଛନ୍ତି ନର୍ଦ୍ଦର୍ଣ୍ଣ ଆଲଏାନ୍ସ । ପଞ୍ଜଶୀର ଘାଟିରେ ଏବେ ଯେଉଁ ତାଲିବାନ ବିରୋଧୀ ଏକାଠି ହୋଇଛନ୍ତି ସେମାନେ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ସହିତ ସମ୍ପର୍କ ରଖନ୍ତି । ୨୦୦୧ ଆଫଗାନ ଯୁଦ୍ଧ ବେଳେ ଭାରତ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ସାହାଯ୍ୟ କରିଥିଲା । ଏବେ ତାଲିବାନ ପଞ୍ଜଶୀରକୁ ଚାରିପଟୁ ଘେରି ରଖିଛି । କିନ୍ତୁ ଭାରତ ଚାହିଁଲେ ଏହି ଘାଟିରୁ ପଞ୍ଜଶୀରକୁ ସାମରିକ ସାହାଯ୍ୟ ଯୋଗାଇ ପାରିବ ।

ତାଲିବାନର ଡ଼ର କ’ଣ ?

ଏହି ଘାଟି ଆଫଗାନିସ୍ତାନ ସୀମାର ରହିଛି । ତାଜିକସ୍ତାନ ତାଲିବାନକୁ ନେଇ ସନ୍ତୁଷ୍ଟ ନାହିଁ ବୁଧବାର ଦିନ ତାଜିକ୍ ରାଷ୍ଟ୍ରପତି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କୁ ସିଧାସଳଖ ଆଫଗାନିସ୍ତାନ ଘଟଣାକ୍ରମ ପାଇଁ ଦାୟୀ କରିଛନ୍ତି । ପଞ୍ଜଶୀରରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ବିଦ୍ରୋହୀ ତାଜିକ ଅଟନ୍ତି । ଏମିତିରେ ତାଜିକସ୍ତାନ ସେମାନଙ୍କୁ ସାହାଯ୍ୟ କରିପାରେ । ତାଜିକସ୍ତାନରେ ଥିବା ଏହି ବିମାନଘାଟିରୁ ଭାରତ ୨୦୦୧ରେ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ସାହାଯ୍ୟ କରିବା ଭଳି ପୁଣିଥରେ ସାହାଯ୍ୟ କରିବ ବୋଲି ତାଲିବାନର ଆଶଙ୍କା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami