ଇମ୍ରାନଙ୍କ ଚେତାବନୀ : ଭାରତର ବଲୁଚିସ୍ତାନ ପ୍ଲାନ୍ ତୟାର, ପାକିସ୍ତାନକୁ ତିନି ଖଣ୍ଡ କରିବ ଦିଲ୍ଲୀ

Above Post Content

ପାକିସ୍ତାନରେ ଭାରତ ବିରୋଧୀ ପ୍ରଚାର ହିଁ ଭୋଟ୍ ଦେଇଥାଏ । ତେଣୁ ଯିଏ ସରକାରରେ ଥାଏ ସେ ଭାରତ ବିରୋଧରେ ଗାଏ । ଆଉ ଯିଏ କ୍ଷମତାରେ ନଥାଏ ସେ ମଧ୍ୟ ଭାରତକୁ ଆଳ କରି ଶାସକ ଦଳକୁ ଟାର୍ଗେଟ୍ କରେ । କ୍ଷମତାରେ ନଥିବା ଦଳ ଦାବି କରେ ଯେ, ତାଙ୍କ ଦଳ ସରକାର ଗଢିଲେ ହିଁ ପାକିସ୍ତାନର ସୀମ ସୁରକ୍ଷିତ ରହିବଯାହା ଏବେ ଇମ୍ରାନ ଖାନ କରୁଛନ୍ତିଇମ୍ରାନ କହୁଛନ୍ତି ଯେ, ପାକିସ୍ତାନର ବର୍ତ୍ତମାନ ସରକାର ଦେଶର ସୁରକ୍ଷା କରିବାରେ ଅସମର୍ଥ । ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍ ଏ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଦାବି କରିଛନ୍ତି ଯେ, ଭାରତର ବଲୁଚିସ୍ତାନ ପ୍ଲାନ୍ ରେଡି ଅଛି । ଆଉ ନୂଆଦିଲ୍ଲୀ ପାକିସ୍ତାନକୁ ତିନିଖଣ୍ଡରେ ବିଭକ୍ତ କରିବାକୁ ଚାହେଁ । ପାକିସ୍ତାନକୁ ତିନି ଖଣ୍ଡରେ ବିଭକ୍ତ କରିବାକୁ ଭାରତର ପ୍ଲାନ୍ ପ୍ରସ୍ତୁତ ବୋଲି ଇମ୍ରାନ ଦାବି କରିଛନ୍ତି

BOL ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି ଯେ, ଯଦି ଠିକ ସମୟରେ ଠିକ ପଦକ୍ଷେପ ନିଆନଯାଏ ତେବେ ଦେଶର ଅନ୍ତ ଅବସ୍ୟମ୍ଭାବି । ପାକିସ୍ତାନର ବରବାଦୀ ଡିଫଲ୍ଟ ହେବପାକିସ୍ତାନ ବିଖଣ୍ଡିତ ହେବା ପରେ ବିଶ୍ୱ ସମ୍ପ୍ରଦାୟ ଏହା ଉପରେ ପରମାଣୁ ନିରସ୍ତ୍ରୀକରଣ ପାଇଁ ଚାପ ପ୍ରୟୋଗ କରିବ । ୟୁକ୍ରେନ ଉପରେ ପରମାଣଉ ନିରସ୍ତ୍ରୀକରଣ ପାଇଁ ଯେଉଁଭଳି ୧୯୯୦ ମସିହାରେ ଚାପ ପ୍ରୟୋଗ କରାଯାଇଥିଲା ଠିକ୍ ସେହିଭଳି ପାକିସ୍ତାନ ଉପରେ ଚାପ ପ୍ରୟୋଗ ହେବ ବୋଲି ଇମ୍ରାନ ଆଶଙ୍କା କରିଛନ୍ତି । ଆଉ ଏସବୁ ଭାରତର ପ୍ଲାନିଂ ଅନୁସାରେ ହେବ ।

After 2nd paragraph post ads

କ୍ଷମତାକୁ ନଫେରିଲେ ତାଙ୍କ ଭବିଷ୍ୟତ ରଣନୀତି କ’ଣ ହେବ ପ୍ରଶ୍ନର ଉତ୍ତରରେ ଇମ୍ରାନ କହିଥିଲେ ଯେ, ‘‘ଏଠାରେ ଅସଲ ସମସ୍ୟା ପାକିସ୍ତାନର ପ୍ରତିଷ୍ଠାକୁ ନେଇ । ମୁଁ ଆପଣଙ୍କୁ ଲେଖିକରି ଦେଉଛି, ଯଦି ଏହି ସରକାର ସଠିକ ନିଷ୍ପତ୍ତି ନିଏ ନାହିଁ ତେବେ ସବୁକିଛି ଧ୍ୱଂସ ହୋଇଯିବ । ସର୍ବପ୍ରଥମେ ଏହାର ଶିକାର ହେବେ ଶସସ୍ତ୍ର ସେନା । ସେ ମଧ୍ୟ ପାକିସ୍ତାନ ତିନିଭାଗରେ ବିଖଣ୍ଡିତ ହେବାର ଆଶଙ୍କା ଅଛି ବୋଲି ଦାବି କରିଥିଲେ ।

Middle post content

ଇମ୍ରାନଙ୍କ ଦାବି ଯେ, ଦେଶ ଆତ୍ମହତ୍ୟା ଆଡକୁ ଗତି କରୁଛି । ସେ କହିଛନ୍ତି ଯେ, ‘‘ ଭାରତର ଥିଙ୍କ୍ ଟ୍ୟାଙ୍କ ପାକିସ୍ତାନରୁ ବଲୁଚିସ୍ତାନକୁ ଅଲଗା କରିବା ପାଇଁ ଚିନ୍ତା କରୁଛି । ସେମାନଙ୍କ ପାଖରେ ଏହାକୁ ନେଇ ପ୍ଲାନ୍ ପ୍ରସ୍ତୁତ ଅଛି । ଏହି କାରଣରୁ ସେମାନେ ଚାପ ପ୍ରୟୋଗ କରୁଛନ୍ତି ।

ସାକ୍ଷାତକାରରେ ସେ ଏହା ମଧ୍ୟ ମାନିଥିଲେ ଯେ, ତାଙ୍କ ଦଳ କ୍ଷମତାକୁ ଆସିବା ବେଳେ ମଧ୍ୟ ଦୁର୍ବଳ ଥିଲା । ଏହାର କାରଣ ଥିଲା ସଂଖ୍ୟାଗରିଷ୍ଠତାର ଅଭାବ । ତାଙ୍କୁ ତାଙ୍କ ଅଧିକାରରୁ ବଂଚିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ମେଣ୍ଟ ସହଯୋଗୀଙ୍କ ଉପରେ ଭରସା କରିବା ତାଙ୍କ ଭୁଲ ଥିଲା ଓ ଭବିଷ୍ୟତରେ ସେ ମେଣ୍ଟ ସହଯୋଗୀଙ୍କ ଉପରେ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି । ଭବିଷ୍ୟତରେ ସେ କୌଣସି ମେଣ୍ଟ କରିବେ ନାହିଁ । ସେ ବୁଝାମଣା ଅପେକ୍ଷା ନିର୍ବାଚନରେ ବିଶ୍ୱାସ କରନ୍ତି ବୋଲି କହିଥିଲେ ।

ଅନ୍ୟପକ୍ଷରେ ଇମ୍ରାନଙ୍କ ଉପରେ ବର୍ଷିଥିଲେ ଅସିଫ ଅଲ୍ଲି ଜର୍ଦ୍ଦାରୀ । ଇମ୍ରାନଙ୍କ ଭାଷା ମୋଦିଙ୍କ ଭାଷା ବୋଲି ସେ ଅଭିଯୋଗ କରିଥିଲେ । କୌଣସି ପାକିସ୍ତାନୀ ଦେଶକୁ ଭାଙ୍ଗିବା କଥା କେବେ ମଧ୍ୟ କହିବେ ନାହିଁ । ସାହାସୀ ହୁଅ ଓ ନିଜ ପାଦରେ ଛିଡା ହୁଅ ବୋଲି ସେ ଇମ୍ରାନଙ୍କୁ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami