ଟିକିଏ ବିଳମ୍ବ ହୋଇଥିଲେ ଲାକ୍ଷାଦ୍ୱିପ ଉପରେ ପାକିସ୍ତାନ କରିଥାନ୍ତା କବଜା,ଏମିତି ସୁତାଖିଅରେ ବଂଚିଗଲା ଲାକ୍ଷାଦ୍ୱିପ

Above Post Content

ଭାରତ ସ୍ୱାଧିନତା ପାଇବା ସହିତ ହୋଇଥିଲା ଉପ ମହାଦେଶର ବିଭାଜନମୁସଲିମ ବହୁଳ କାଶ୍ମୀର ଉପରେ ପାକିସ୍ତାନର ନଜର ଥିଲା । ସେହିଭଳି ହିନ୍ଦୁ ବହୁଳ ହାଇଦ୍ରାବାଦର ମୁସଲିମ୍ ଶାସକ ସ୍ୱାଧିନ ରହିବାକୁ କିମ୍ବା ପାକିସ୍ତାନ ସହିତ ମିଶିବାକୁ ଚାହୁଁଥିଲେ । ତେବେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ହାଇଦ୍ରାବାଦ ଶେଷକୁ ଭାରତରେ ସାମିଲ ହୋଇଥିଲା । ଦେଶ ମିଶ୍ରଣ ଘଟଣାର ଆଉ ଗୋଟିଏ ଅଳ୍ପ ଆଲୋଚିତ ଅଧ୍ୟାୟ ହେଉଛି ଲାକ୍ଷାଦ୍ୱିପର ଭାରତରେ ମିଶ୍ରଣ । ଲାକ୍ଷାଦ୍ୱିପ ଉପରେ ପାକିସ୍ତାନର ନଜର ଥିଲା । କିନ୍ତୁ ପାକିସ୍ତାନଠାରୁ ଗୋଟିଏ ପାଦ ଆଗୁଆ ଚାଲୁଥିଲେ ପଟେଲପାକିସ୍ତାନର ଚାଲ କଥା ଆଗରୁ ଅନୁମାନ କରି ପଟେଲ ଲାକ୍ଷାଦ୍ୱିପକୁ ଭାରତରେ ମିଶାଇବା ପାଇଁ ଉଦ୍ୟମ କରିଥିଲେ । ଯାହାର ଫଳ ଥିଲା ଆଜି ଲାକ୍ଷାଦ୍ୱିପ ଆଜି ଭାରତର ଅଂଗ

ପାକିସ୍ତାନ ଓ ଭାରତ ଗୋଟିଏ ସମୟରେ ଲାକ୍ଷାଦ୍ୱିପରେ ପହଂଚିଥିଲେ..

After 2nd paragraph post ads

୧୯୪୭ ମସିହାରେ ସ୍ୱାଧିନତା ପରେ ପାକିସ୍ତାନ ଲାକ୍ଷାଦ୍ୱିପ ଉପରେ ନଜର ପକାଇଥିଲା । ଏହା ମୁସଲିମ୍ ବହୁଳ ଅଂଚଳ ଥିଲା, ତେଣୁ ପାକିସ୍ତାନ ଭାବୁଥିଲା ଏହି ଦ୍ୱିପକୁ ତା’ ମ୍ୟାପରେ ସାମିଲ କଲେ ତା’ର ସାମୁଦ୍ରିକ ସୀମା ବୃଦ୍ଧି ପାଇବା ସହିତ ଭାରତକୁ ଘେରା ଯାଇ ପାରିବ । ତେବେ ପଟେଲ ପାକିସ୍ତାନର ମତିଗତିକୁ ବୁଝି ପାରି ଆଗୁଆ ସତର୍କ ହୋଇଥିଲେ ।

ପୋଲିସ ପାଖରେ ବନ୍ଧୁକ ନାହିଁ ତ’ ଲାଠି ନେଇ ଯାଅ

Middle post content

ସର୍ଦ୍ଦାର ପଟେଲଙ୍କ ପାଖରେ ପାକିସ୍ତାନୀ ଗତିବିଧିର ଖବର ପହଂଚିବା ସହିତ ସେ ଟ୍ରାଭାଙ୍କୋର ପୋଲିସ ଓ କଂଗ୍ରେସ ନେତାଙ୍କୁ ଆକ୍ସନ ନେବାକୁ ଆଦେଶ ଦେଇଥିଲେ । ସେ ମୁଦାଇଲର ଭାଇ-ଆର୍କଟ ରାମାସାମି ମୁଦାଇଲ ଓ ଆର୍କଟ ଲକ୍ଷ୍ମଣସ୍ୱାମୀ ମୁଦାଇଲରଙ୍କୁ ତୁରନ୍ତ ଟ୍ରାଭାଙ୍କୋରରୁ ନିଜ ସାଥି ଓ ପୋଲିସ ସହିତ ଲାକ୍ଷାଦ୍ୱିପରେ ପହଂଚିବାକୁ କହିଥିଲେ । ମୁଦାଇଲର ଭାଇଙ୍କୁ ପଟେଲଙ୍କ ଆଦେଶ ଥିଲା ସେଠାରେ ପହଂଚି ଭାରତୀୟ ଜାତିୟ ପତାକା ଉଡ଼ାଅ । ସେତେବଳେ ପଟେଲ ଏହା ମଧ୍ୟ କହିଥିଲେ ଯେ, ଯଦି ପୋଲିସ ପାଖରେ ଅସ୍ତ୍ର ନାହିଁ ତେବେ ଲାଠି ସହିତ ଯିବେ । କିନ୍ତୁ କୌଣସି ମତେ ଲାକ୍ଷାଦ୍ୱିପ ଉପରେ କବଜା କରିବେ

ସର୍ଦ୍ଦାର ପଟେଲଙ୍କ ଆଦେଶ ଅନୁସାରେ ମୁଦାଇଲର ଭାଇ ଲାକ୍ଷାଦ୍ୱିପରେ ପଂହଚିଥିଲେ ଓ ସେଠାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । କିଛି ରିପୋର୍ଟ ଅନୁସାରେ ଯେଉଁ ସମୟରେ ଟ୍ରାଭାଙ୍କର ପୋଲିସ ଲାକ୍ଷାଦ୍ୱିପ ଉପରେ କବଜା କରିବାକୁ ଯାଉଥିଲା, ସେହି ସମୟରେ ପାକିସ୍ତାନୀ ବୋଟ୍ ମଧ୍ୟ ଆସୁଥିଲା । କିନ୍ତୁ ଟ୍ରାଭାଙ୍କର ପୋଲିସ ଆଗୁଆ ପହଂଚି ପତକା ଉତ୍ତୋଳନ କରିଥିଲାଫଳରେ ପାକିସ୍ତାନୀ ପୋଲିସକୁ ଫେରିବାକୁ ପଡିଥିଲା

ଲାକ୍ଷାଦ୍ୱିପର ଇତିହାସ

ଖ୍ରୀଷ୍ଟପୂର୍ବ ୧୫ଶହ ବର୍ଷ ବେଳକୁ ଲାକ୍ଷାଦ୍ୱିପରେ ମାନବ ବସବାସ କରୁଥିଲା । ସପ୍ତମ ଶତାବ୍ଦିରେ ସେଠାରେ ଇସଲାମ ପହଂଚିଥିଲା । ମଧ୍ୟଯୁଗରେ ଏହି ଦ୍ୱିପ ଉପରେ ଚୋଳ ଓ କେନାନୌର ରାଜବଂଶର ଶାସନ ଥିଲା । ବ୍ରିଟିଶ ଶାସନର ସମାପ୍ତି ପରେ ୧୯୫୬ରେ ଏହା କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ପାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami