ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳିବ ସରକାରୀ ଚାକିରୀ

Above Post Content

ଆଇସଲ୍ୟାଣ୍ଡ: ଭଲ ଚାକିରି ଖଣ୍ଡେ ସମସ୍ତେ ଚାହାଁନ୍ତି । ଆଉ ସରକାରୀ ଚାକିରୀ ହେଲେ ଆହୁରି ଭଲ । ସରକାରୀ ଚାକିରି ପାଇଁ ଚେଷ୍ଟା କରି ଅନେକ ସଫଳ ହେଉଥିବା ବେଳେ ଆଉ କିଛି ନିରାଶ ବି ହୋଇଥାନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି ସେହି ଦେଶର ମହିଳାଙ୍କୁ ବିବାହ କଲେ ସରକାରୀ ଚାକିରୀ ମିଳୁଛି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ମାସକୁ ୩ ଲକ୍ଷ ଟଙ୍କାର ଚାକିରି

After 2nd paragraph post ads

ଏହି ଘଟଣା ହେଉଛି ଆଇସଲ୍ୟାଣ୍ଡର ବୋଲି ଜଣାପଡିଛି । ଏଠାରେ ପୁଅମାନଙ୍କର ଅଭାବ ଦେଖାଯାଇଛି । ତେଣୁ ଯଦି କେହି ଏଠାରେ କୌଣସି ମହିଳାଙ୍କୁ ବିବାହ କରନ୍ତି, ତେବେ ସେ ସରକାରଙ୍କଠାରୁ ମାସକୁ ୩ଲକ୍ଷ ଟଙ୍କାର ସରକାରୀ ଚାକିରି ଯୋଗାଇ ଦିଆଯିବ । ଯଦି ଆପଣ ଉତ୍ତର ଆଫ୍ରିକାରୁ ଆସନ୍ତି, ତେବେ ଆପଣଙ୍କୁ ଅଧିକ ପ୍ରାଥମିକତା ମିଳିବ ବୋଲି ଜଣାପଡିଛି । ଏହି ଖବର ଭାଇରାଲ ହେବା ପରେ ଅନେକ ଦେଶର ଯୁବକମାନେ ତତ୍ପର ହୋଇ ଉଠିଛନ୍ତି । ୨୦୨୨ ସୁଦ୍ଧା, ଆଇସଲ୍ୟାଣ୍ଡର ଜନସଂଖ୍ୟା ମାତ୍ର ୩୭୬,୦୦୦ ରୁ ଅଧିକ ଥିଲା । ବିଶ୍ୱର ପ୍ରାୟ ୮୬ହଜାର ବାସିନ୍ଦା ଏଠାରେ ରହି ଆସୁଛନ୍ତି ।ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ଆରମ୍ଭ କରିଛି । ଏହି ଖବର ଭାଇରାଲ ହେବା ମାତ୍ରେ ଆଇସଲ୍ୟାଣ୍ଡର ମହିଳାଙ୍କୁ ଅଜଣା ପୁରୁଷଙ୍କଠାରୁ ସୋସିଆଲ ମିଡିଆରୁ ଶହ ଶହ ଫ୍ରେଣ୍ଡ ରିକ୍ୟେଷ୍ଟ ଆସିବା ଆରମ୍ଭ ହୋଇଛି । ସବୁ ଦେଶର ଲୋକମାନେ ଆଇସଲ୍ୟାଣ୍ଡର ଦୂତାବାସକୁ ଯାଇ ଏସମ୍ପର୍କରେ ସତ୍ୟତା ଜାଣିବାକୁ ଚେଷ୍ଟା କଲେ । ପରେ ଦୂତାବାସ କର୍ମଚାରୀମାନେ ଏହା ଏକ ଗୁଜବ ବୋଲି ଘୋଷଣା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami