ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ

Above Post Content

ଅହମ୍ମଦାବାଦ: ଆଉ ମାତ୍ର କିଛି ସମୟର ଅପେକ୍ଷା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଦୀର୍ଘ ୨୦ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଆଇସିସିର ସବୁଠାରୁ ବଡ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୧୦୦କୋଟି ଭାରତୀୟଙ୍କ ନଜର ରୋହିତ ବାହିନୀଙ୍କ ଉପରେ ରହିଛି । ମ୍ୟାଚକୁ ନେଇ ଗୁଜରାଟ ପୋଲିସ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ୬ହଜାର ଯବାନ ଷ୍ଟାଡିୟମକୁ ସୁରକ୍ଷା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି । ତେବେ ମ୍ୟାଚ ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ମ୍ୟାଚ ଭିତରେ ୪୫ ମିନିଟ ପାଇଁ ଏୟାରପୋର୍ଟ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Middle post content

ଠିକ୍ ସମୟରେ ଏୟାରପୋର୍ଟରେ ପହଞ୍ଚିବାକୁ ଅନୁରୋଧ

After 2nd paragraph post ads

ଏସବିପିଆଇ ଏୟାରପୋର୍ଟ ଜାରି କରିଥିବା ନିର୍ଦ୍ଦେଶାନାମାନୁସାରେ, ଦ୍ୱିପ୍ରହର ୧.୨୫ରୁ ୨.୧୦ଯାଏଁ ଏୟାରପୋର୍ଟ ବନ୍ଦ ରହିବ । ସବୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି କି ନିଜର ଅତିରିକ୍ତ ସମୟ କାଢି ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଠିକ୍ ସମୟରେ ଏୟାରପୋର୍ଟରେ ପହଞ୍ଚନ୍ତୁ । ଗୁଜରାଟ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ସମୟରେ ଡେରି ହେବାର ସମ୍ଭାବନା ରହିଛି । ତେବେ ଟ୍ରାଫିକ ଜାମ ଯୋଗୁ ୪୫ ମିନିଟ ପାଇଁ ଏୟାରପୋର୍ଟ ବନ୍ଦ ରଖାଯାଇଛି ବୋଲି କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami