ଆକାଶରୁ ଖସୁଛି ମୃତ୍ୟୁ, କେମିତି ବିଜୁଳି ମାଡରୁ ବଂଚିବେ

Above Post Content

ଗତ ଏକ ସପ୍ତାହ ମଧ୍ୟରେ ବଜ୍ରପାତରେ ଦେଶରେ ୭୦ରୁ ଅଧିକ ପ୍ରାଣ ହରାଇଲେଣି । ରାଜସ୍ଥାନରୁ ଓଡ଼ିଶା ପୁଣି ବିହାର । ସବୁ ରାଜ୍ୟରେ ବଜ୍ରପାତ କାରଣରୁ ଲୋକ ପ୍ରାଣ ହରାଉଛନ୍ତି । ନିକଟରେ ରାଜସ୍ଥାନର ଜୟପୁରରେ ବିଜୁଳି ମାଡରେ ଗୋଟିଏ ସ୍ଥାନରେ ୧୧ ଜଣ ପ୍ରାଣ ହରାଇଥିଲେଆକାଶରେ ଯେତେବେଳେ ବାଦଲ ଥାଏ କିମ୍ବା ମୌସୁମୀ କାଳରେ ସାଧାରଣତଃ ବଜ୍ରପାତ ହୋଇଥାଏ । ଏମିତିରେ ଆପଣଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସୁଥିବା ବିଜୁଳି କେମିତି ସୃଷ୍ଟି ହୁଏ ଓ ଏହାଠାରୁ କେମିତି ଜୀବନ ରକ୍ଷାର ଉପାୟ କ’ଣ ?

ଆସନ୍ତୁ ପ୍ରଥମେ ଜାଣିବା ଆକାଶରେ ବିଜୁଳି କେମିତି ସୃଷ୍ଟି ହୋଇଥାଏକେଉଁ କେଉଁ ସ୍ଥାନରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଅଧିକ ବିପଜ୍ଜନକ । ପୁରାତନ କାଳରେ ବିଜୁଳୀକୁ ମଣିଷ ଇଶ୍ୱରଙ୍କ କ୍ରୋଧ ବୋଲି ଭାବୁଥିଲା । ତେବେ ୧୮୭୨ ମସିହାରେ ପ୍ରଥମ ଥର ପାଇଁ ଆମେରିକୀୟ ବୈଜ୍ଞାନିକ ତଥା ସ୍ୱାଧିନତା ସଂଗ୍ରାମୀ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ବିଜୁଳି ଚମକିବାର ପ୍ରକୃତ କାରଣ କ’ଣ ତାହା ଖୋଜି ବାହାର କରିଥିଲେ । ସେ କହିଥିଲେ ଯେ, ଯେତେବେଳେ ଆକାଶରେ ଥିବା ବାଦଲ ଖଣ୍ଡଙ୍କ ମଧ୍ୟରୁ କିଛିରେ ପଜିଟିଭ୍ ଚାର୍ଜ୍ ଆସିଥାଏ ଓ ଅନ୍ୟକିଛିରେ ନେଗେଟିଭ୍ ଚାର୍ଜ୍ । ଯେତେବେଳେ ଏହି ଦୁଇ ଭିନ୍ନ ଚାର୍ଜର ବାଦଲ ପରସ୍ପର ସହ ଧକ୍କା ଖାଆନ୍ତି ସେତେବେଳେ ବିଜୁଳି ଚମକି ଥାଏ ।

After 2nd paragraph post ads

ତେବେ ଘଡ଼ଘଡ଼ି ଶବ୍ଦ କାହିଁକି ହୁଏ ?

ଆକାଶରେ ଏଭଳି ବିଦ୍ୟୁତ୍ ଉତ୍ପନ ହେବା ପରେ ସେହି ବାଦଲଙ୍କ ମଧ୍ୟରେ ଥିବା ସ୍ଥାନରେ ଏହି ବିଦ୍ୟୁତ୍ ଧାରା ପ୍ରବାହିତ ହୋଇଥାଏ । ଫଳରେ ଅଧିକ ପରିମାଣରେ ଚମକ ସୃଷ୍ଟି ହୋଇଥାଏ । ବିଦ୍ୟୁତ ଧାରା ପ୍ରବାହିତ ହେଉଥିବା କାରଣରୁ ଅଧିକ ଉତ୍ତାପ ମଧ୍ୟ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ବାୟୁ ପ୍ରବାହିତ ହୁଏ ଓ ଏହାର କୋଟି କୋଟି କଣିକା ପରସ୍ପର ସହିତ ଧକ୍କା ଖାଆନ୍ତିଏହି ଧକ୍କାରୁ ଘଡ଼ଘଡ଼ି ସୃଷ୍ଟି ହୁଏ ।

ପ୍ରଥମେ ବିଜୁଳି ଚମକେ, ତା’ପରେ ଘଡ଼ଘଡ଼ି ଶବ୍ଦ କ’ଣ ପାଇଁ ?

ବିଜୁଳୀ ଓ ଘଡ଼ଘଡ଼ିର ଶବ୍ଦ ଗୋଟିଏ ସମୟରେ ସୃଷ୍ଟି ହୁଏ । କିନ୍ତୁ ପ୍ରଥମ ବିଜୁଳିର ଚମକ ଦେଖାଯାଏ କାରଣ ଆଲୋକର ଗତି ଧ୍ୱନୀର ଗତିଠାରୁ ଅଧିକ । ଆଲୋକର ଗତି ୩୦ହଜାର କିଲୋମିଟର ପ୍ରତି ସେକେଣ୍ଡ୍ ହୋଇଥିବା ବେଳେ ଧ୍ୱନୀର ଗତି ୩୩୨ ମିଟର ପ୍ରତି ସେକେଣ୍ଡ୍ ହୋଇଥାଏ । ତେଣୁ ଆଗ ବିଜୁଳି ଚମକ ଦେଖାଯାଏ ।

Middle post content

କେମିତି କୌଣସି ଘର କିମ୍ବା ଗଛ ଉପରେ ବିଜୁଳୀ ପଡେ ?

ଯେତେବେଳେ ଚାର୍ଜ୍ ହୋଇଥିବା ବାଦଲ କୌଣସି ଘର କିମ୍ବା ଗଛ ପାଖ ଦେଇ ଯାଏ ସତେବେଳେ ତାହାର ଚାର୍ଜ୍ ବିରୋଧରେ ଘର କିମ୍ବା ଗଛରେ ବିପରିତ ଚାର୍ଜ୍ ସୃଷ୍ଟି ହୁଏ । ଯେତେବେଳେ ଏହି ମାତ୍ରା ଅଧିକ ହୁଏ ସେତେବେଳେ ବିଜୁଳୀ ଘର କିମ୍ବା ଗଛ ଉପରେ ପଡିଥାଏ

କେଉଁଠି ଅଧିକ ବିପଦ ?

ବିଲରେ କାମ କରୁଥିବା ଲୋକ, ଗଛ ତଳେ ଆଶ୍ରୟ ନେଇଥିବା ବ୍ୟକ୍ତି, ପୋଖରୀ କିମ୍ବା ନଦୀରେ ସେହି ସମୟରେ ଗାଧୋଉଥିବା ବ୍ୟକ୍ତିଙ୍କୁ ବିଜୁଳୀ ଆଘାତ ଲାଗିବାର ଆଶଙ୍କା ଅଧିକ ଥାଏ । ତେଣୁ ଯେତେବେଳେ ବି ବିଜୁଳୀ ଚମକିବା ଦେଖୁଛନ୍ତି ସେତେବେଳେ ତୁରନ୍ତ ଏଭଳି ସ୍ଥାନରୁ ହଟି ଯାଆନ୍ତୁ ।

ସୁରକ୍ଷିତ ରହିବାର ଉପାୟ କ’ଣ ?

  • ବିଜୁଳୀ ମାରିବା ବେଳେ ଯଦି ଘରେ ଅଛନ୍ତି ତେବେ ଇଲେକ୍ଟ୍ରି ଦ୍ୱାରା ଚାଳିତ ଉପକରଣକୁ ତୁରନ୍ତ ବନ୍ଦ କରନ୍ତୁତାର ବାଲା ଫୋନକୁ ବିଲକୁଲ ବ୍ୟବହାର କରନ୍ତୁ ନାହିଁ ।
  • ଝରକା ଓ କବାଟ ତୁରନ୍ତ ବନ୍ଦ କରନ୍ତୁପିଣ୍ଢା ଓ ଛାତ ତଳୁ ଦୁରେଇ ରୁହନ୍ତୁବିଦ୍ୟୁତ ପରିବାହୀ ଉପକରଣଠାରୁ ନିଜକୁ ଦୂରରେ ରଖନ୍ତୁ । ଧାତୁରେ ତିଆରି ପାଇପ, ନଳ, ୱାସ୍ ବେସିନ ଆଦିଠାରୁ ଦୁରେଇ ରୁହନ୍ତୁ ।
Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami