TDS ଭାବେ କେତେ ଟଙ୍କା କଟିଛି କେମିତି ଜାଣିବେ ? ଫର୍ମ 26AS ଭୁଲ ସୁଧରା ଯାଇପାରିବ କି ?

Above Post Content

ଟିଡିଏସ୍ ବା ଆୟ ସ୍ରୋତରୁ କର । ଚାକିରି କରିଥିବା ଜଣେ ବ୍ୟକ୍ତି ଫର୍ମ-16ରୁ ଟିଡିଏସ ଭାବେ କେତେ ଟ୍ୟାକ୍ସ କଟିଛି ତାହା ଜାଣି ପାରିବେ । ନିଯୁକ୍ତିଦାତା ଆପଣଙ୍କ ଦରମାରୁ ଟିଡିଏସ କାଟିଥାନ୍ତି । ଏହା ସହ ଅନ୍ୟ ସ୍ରୋତ ଯେମିତି ଫିକ୍ସଡ୍ ଡିପୋଜିଟରୁ ଆସୁଥିବା ସୁଧ ଉପରେ ମଧ୍ୟ ଟିଡିଏସ କଟିଥାଏ । ଇନକମ୍ ଟ୍ୟାକ୍ସ ଭାବେ କେତେ ଟଙ୍କା କଟାଯାଇଛି ତାହା ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ ଆୟକର ବିଭାଗର ୱେବସାଇଟରୁ ଫର୍ମ 26AS ଡାଉନଲୋଡ୍ କରିବାକୁ ପଡିବ । ଏହି ଫର୍ମରେ ଆପଣଙ୍କର କେତେ ଟଙ୍କା ଟ୍ୟାକ୍ସ ଭାବେ କଟିଛି ତାର ସମ୍ପୂର୍ଣ୍ଣ ତଥ୍ୟ ରହିଥାଏ

ତେଣୁ ଏହା ଜରୁରୀ ଯେ,ଆପଣ ଫର୍ମ 26AS କୁ ଅତ୍ୟନ୍ତ ସାବଧାନସତାର ସହ ଯାଂଚ କରିବେ । ଯଦି ଏଥିରେ ଟିକିଏ ବି ଭୁଲ ନଜରକୁ ଆସେ ତେବେ ଏଥିରେ ତୁରନ୍ତ ସୁଧାର ଆଣନ୍ତୁ । ଯଦି ଆପଣଙ୍କ ଫର୍ମ 26ASରେ କୌଣସି ପ୍ରକାର ଭୁଲ ହୋଇଛି ତେବେ ତାକୁ କେମିତି ଠିକ୍ କରିବେ ଆସନ୍ତୁ ଜାଣିବା ।

After 2nd paragraph post ads

1) ଟିଡିଏସ ସାର୍ଟିଫିକେଟ୍ କଣ ?

ସବୁ ସଂସ୍ଥା ଆୟ ସ୍ରୋତରେ ହିଁ କର କାଟିକରି ରଖିଥାନ୍ତି । ଏହି କରକୁ ଆୟକର ବିଭାଗ ପାଖରେ ଜମା କରାଯାଏ । ଆୟ ସ୍ରୋତ,ତେଣିକି ତାହା ଚାକିରିରୁ ମିଳୁଥିବା ଦରମା ହେଉ କିମ୍ବା ଫିକ୍ସଡ୍ ଡିପୋଜିଟରୁ ମିଳୁଥିବା ସୁଧ କିମ୍ବା କମିଶନରୁ ଯେଉଁ କର କଟାଯାଏ ତାହାକୁ ଟିଡିଏସ କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ଆୟ କିମ୍ବା ନିବେଶରୁ କର କଟାଯାଏ ତାଙ୍କୁ ବଦଳରେ ଏକ ସାର୍ଟିଫିକେଟ୍ ମିଳିଥାଏ । ସେହି ସାର୍ଟିଫିକେଟକୁ ଟିଡିଏସ ସାର୍ଚିଫିକେଟ୍ କୁହାଯାଏ । ଟିଡିଏସ ସାର୍ଟିଫିକେଟ୍ ପାଇବା ପରେ ଆପଣ ସେଥିରେ ଥିବା ସୂଚନାକୁ ଫର୍ମ 26ASରେ ଥିବା ସୂଚନା ସହ ମେଳ କରନ୍ତୁ । ଯଦି ଦୁଇଟି ଯାକ ଫର୍ମରେ କୌଣସି ଅନ୍ତର ପରିଲକ୍ଷିତ ହୁଏ ତେବେ ଆୟକର ବିଭାଗଠାରୁ ଏସମ୍ପର୍କରେ ତଥ୍ୟ ମାଗନ୍ତୁ

2) ଫର୍ମ 26ASକୁ ଧ୍ୟାନର ସହ ଯାଂଚ କରନ୍ତୁ

ଆଇଟିଆର ଫାଇଲ କରିବା ଆଗରୁ ଧ୍ୟାନର ସହ ଫର୍ମ 26AS କୁ ପଢନ୍ତୁ । ଯଦି ଏଥିରେ କୌଣସି ଭୁଲ ଥାଏ ତେବେ ତାକୁ ଆପଣ ଠିକ୍ କରିପାରିବେ । ଆପଣଙ୍କ ଫର୍ମ 26AS ରେ ଭୁଲ ହେବାର ଅନେକ କାରଣ ରହିଛି । ଟ୍ୟାକ୍ସ କାଟୁଥିବା ସଂସ୍ଥା ଯଦି ଟିଡିଏସ ରିଟର୍ଣ୍ଣ ଫାଇଲ କରି ନଥିବେ କିମ୍ବା କଟାଯାଇଥିବା ଟିଡିଏସକୁ ଯଦି ଆୟକର ବିଭାଗ ପାଖେ ଡିପୋଜିଟ୍ କରାଯାଇ ନଥିବ ତେବେ ତାହା ଫର୍ମ 26AS ରେ ଦେଖାଯିବ ନାହିଁ । ଏହାସହ ଭୁଲ ନିର୍ଦ୍ଧାରଣ ବର୍ଷ (ଆସେସମେଣ୍ଚ ଇୟର) ପାନ୍ ସଂଖ୍ୟ ଭୁଲ ହୋଇଥିଲେ କିମ୍ବା ଚାଲଣ ଡିଟେଲ ଭୁଲ ଲେଖିବା କାରଣରୁ ମଧ୍ୟ ଫର୍ମ 26ASରର ମିସମ୍ୟାଚ୍ ହୋଇଥାଏ । ଏଭଳି ଭୁଲକୁ ଆୟକର ବିଭାଗ ଆୟ କିମ୍ବା ଟ୍ୟାକ୍ସ ପ୍ରଦାନ କମ,ଅଧିକ ଦେଖାଇବା ପ୍ରୟାସ ଭାବେ ନେଇପାରେ । ଏଭଳି ଭୁଲ କାରଣରୁ ଆୟକର ବିଭାଗ ଆପଣଙ୍କ ବିରୋଧରେ ଯାଂଚ ମଧ୍ୟ କରିପାରେ

ଏଭଳି ଭୁଲର ଅନ୍ୟ କିଛି କାରଣ ମଧ୍ୟ ହୋଇପାରେ । ଆଡଭାନ୍ସ ଟ୍ୟାକ୍ସ ଓ ସେଲ୍ଫ ଆସେସମେଣ୍ଟ ଟ୍ୟାକ୍ସର ଫର୍ମ26ASରେ ନଦେଖାଇବାର ଆଉ ଗୋଟିଏ କାରଣ ହେଉଛି ଆପଣ ହୁଏତ ଏଥିରେ ଭୁଲ ପ୍ୟାନ୍ ନମ୍ବର ଦେଇଥିବେ

Middle post content

3) ପ୍ୟାନ୍ ନମ୍ବର ଭୁଲ ହୋଇଥିଲେ କଣ କରିବେ ?

ଯଦି ପ୍ୟାନ୍ ନମ୍ବର ଭୁଲ ହୋଇଥାଏ ,ତେବେ ତୁରନ୍ତ ପ୍ୟାନ୍ ନମ୍ବର ଠିକ୍ କରନ୍ତୁ । ଯଦି ଟ୍ୟାକ୍ସ ପେମେଣ୍ଟ ଚାଲାଣରେ ଆପଣଙ୍କ ପ୍ୟାନ୍ ନମ୍ବର ଭୁଲ ଲେଖାଯାଇଛି କିମ୍ବା ଯଦି ଆପଣଙ୍କ ବ୍ୟାଙ୍କ ଭୁଲ କରିଛି ତେବେ ଫର୍ମ 26AS ରେ ଭୁଲ ତଥ୍ୟ ନଜର ଆସିବ । ଆଉ ଗୋଟିଏ କାରଣ ଏହା ମଧ୍ୟ ହୋଇପାରେ ଯେ, ଆପଣଙ୍କ ବ୍ୟାଙ୍କ ଟ୍ୟାକ୍ସ ଇନଫର୍ମେସନ୍ ନେଟୱର୍କ(ଟିନ୍)ରେ ଚାଲାଣ ତଥ୍ୟକୁ ଅପଲୋଡ୍ କରିନଥିବ ।ଏହି ଭୁଲ ସୁଧାରିବାକୁ ଆପଣଙ୍କୁ ଟିନ୍ ୱେବସାଇଟରେ ଚାଲାଣ ଷ୍ଟାଟସ ଚେକ୍ କରିବାକୁ ପଡିବ । ସେଠାରେ ଆପଣ ଚାଲାଣ ଆଇଡେଣ୍ଟିଫିକେସନ୍ ନମ୍ବର ଆଧାରରେ ଏହି ତଥ୍ୟ ହାସଲ କରିପାରିବେ । ଟିନ୍ ୱେବସାଇଟରୁ ଯଦି ଆପଣ ଜାଣିବାକୁ ପାଆନ୍ତି ଯେ, ଆପଣଙ୍କ ପାନ୍ ନମ୍ବର ଭୁଲ ଟାଇପ୍ କରାଯାଇଛି ତେବେ ଆପଣ ଏହି ମାମଲାରେ ଏସେସିଂ ଅଫିସରଙ୍କ ସହ ସମ୍ପର୍କ କରିପାରିବେ । ତାଙ୍କୁ ଆପଣ ନିଜ ସମସ୍ୟା ବାବଦରେ କୁହନ୍ତୁ

4) ଟିଡିଏସ୍ ସାର୍ଟିଫିକେଟ୍ ଓ ଫର୍ମ 26AS ରେ ଅନ୍ତର

ଅନେକ ସମୟରେ ଏମିତି ହୁଏ ଯେ, ଆପଣଙ୍କ ଟିଡିଏସ ସାର୍ଟିଫିକେଟ୍ ଓ ଫର୍ମ 26AS ମେଳ ଖାଆନ୍ତିନି । ଦୁଇଟି ଯାକରେ ଥିବା ତଥ୍ୟ ମଧ୍ୟରେ ଫରକ ଥାଏ । ଏମିତିରେ ଆପଣ ଯଦି ବେତନଭୋଗୀ, ତେବେ ଆପଣ ନିଜ ନିଯୁକ୍ତିଦାତାଙ୍କ ସହ ସମ୍ପର୍କ କରନ୍ତୁ । କାରଣ ଆପଣଙ୍କ ଟିଡିଏସ୍ ଦରମା ଦେବା ସମୟରେ ନିଯୁକ୍ତିଦାତା କାଟି ରଖିଥାନ୍ତି । ଫର୍ମ 26AS ଓ ଟିଡିଏସ ସାର୍ଟିଫିକେଟ ଅମେଳ ହେବାର ଅନେକ କାରଣ ଭିତରୁ ଗୋଟିଏ ହେଉଛି ଟିଡିଏସ ରିଟର୍ଣ୍ଣ ଫାଇଲ କରାଯାଇନଥିବ କିମ୍ବା ଭୁଲ ପ୍ୟାନ୍ ନମ୍ବର ଦେବା କାରଣରୁ ତଥ୍ୟ ମେଳ ଖାଇ ନଥାଏ । ଏହାସହ ଚାଲାଣ ଡିଟେଲ ନଦେବା କିମ୍ବା ଟିଡିଏସ ଭାବେ କେତେ ଟଙ୍କା କଟିଛି ତାକୁ ଭୁଲ ଲେଖିବା କାରଣରୁ ଦୁଇ ଫର୍ମ ମଧ୍ୟରେ ତଥ୍ୟ ମେଳ ଖାଇନଥାଏ

5) ଭୁଲକୁ କେମିତି ସୁଧାରିବେ ?

ଯଦି ଭୁଲ ପ୍ୟାନ୍ ନମ୍ବର କିମ୍ବା ଭୁଲ ଟିଡିଏସ ରାଶି କାରଣରୁ ଦୁଇ ଫର୍ମ ମଧ୍ୟରେ ଅନ୍ତର ପରିଲକ୍ଷିତ ହେଉଛି ତେବେ ଆପଣଙ୍କୁ ଆଇଟିଆର ରିଟର୍ଣ୍ଣ ଫାଇଲ କରିବାରେ ବିଳମ୍ବ ହେବ । ଆପଣଙ୍କୁ ଆଗକୁ ଆସିବାକୁ ଥିବା ଅସୁବିଧାରୁ ଦୁରେଇ ରହିବାକୁ ଏହି ଭୁଲକୁ ସୁଧାରିବାକୁ ପଡିବ । ବାସ୍ତବରେ ଏଭଳି ଭୁଲ ସଂଶୋଧନ ପାଇଁ କେବଳ ଟ୍ୟାକ୍ସ କାଟୁଥିବା ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇପାରିବ । ଆପଣ ତାଙ୍କୁ ଟିଡିଏସ ରିଟର୍ଣ୍ଣରେ ସଂଶୋଧନ କରିବାକୁ କୁହନ୍ତୁ । ମନେରଖନ୍ତୁ, ଆୟକର ଆଇନ ଅନୁସାରେ ଯାହାର ଟ୍ୟାକ୍ସ କଟେ ତାଙ୍କର ଟ୍ୟାକ୍ସ କାଟିଥିବା ବ୍ୟକ୍ତିଙ୍କୁ ରିଭାଇଜଡ୍ ରିଟର୍ଣ୍ଣ ଫାଇଲ କରିବାକୁ କହିବାର ଅଧିକାର ନାହିଁ । ଯଦି ଆପଣଙ୍କ ବ୍ୟାଙ୍କ ଦ୍ୱାରା କଟାଯାଇଥିବା ଟିଡିଏସ ସାର୍ଟିଫିକେଟରେ କୌଣସି ଅନ୍ତର ଅଛି ତେବେ ଆପଣ ବ୍ୟାଙ୍କକୁ ସଂଶୋଧନ ପାଇଁ ଅନୁରୋଧ କରିପାରିବେ

ଟିଡିଏସ ସାର୍ଟିଫିକେଟ୍ ତଥ୍ୟ ସଠିକ ହୋଇଥିଲେ ହିଁ ଆପଣ ଟ୍ୟାକ୍ସ ରିଫଣ୍ଡ ଦାବି କରିପାରିବେ । ତଥ୍ୟ ଠିକ୍ ହୋଇଥିଲେ ଆପଣ ନିବେଶ ଓ ଆୟ ଉପରେ ଯେଉଁ ଟ୍ୟାକ୍ସ ଦେଇଛନ୍ତି ତାହା ଫେରି ପାଇପାରିବେ, ଯଦି ଆପଣ ସେଥିପାଇଁ ଯୋଗ୍ୟ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami