ଋଷ-ୟୁକ୍ରେନ୍ ଯୁଦ୍ଧ ହେଲେ ଭାରତ କ’ଣ କରିବ ? କାହିଁକି କାହାକୁ ସମର୍ଥନ କରିବା ଭାରତ ପାଇଁ ହେବ କାଠିକର ପାଠ ?

Above Post Content

ୟୁକ୍ରେନ୍ ଓ ଋଷ ମଧ୍ୟରେ ବିବାଦ କୁହୁଳିବାରେ ଲାଗିଛି । କେତେବେଳେ ଲାଗୁଛି ଯୁଦ୍ଧ ହେବା ଏକରକମ ନିଶ୍ଚିତ । ପୁଣି କେତେବେଳେ ଲାଗୁଛି ଯୁଦ୍ଧ ଟଳିବାର ସମ୍ଭାବନା ରହିଛି । ୫୦/୫୦ ଆଶା ଓ ଆଶଙ୍କାରେ ପୁରା ଦୁନିଆ ଏବେ ପୁଟିନ୍ ଓ ବାଇଡେନଙ୍କ ଆଡକୁ ଚାହିଁଛି । କାରଣ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଅର୍ଥ ହେଉଛି ମୈଦାନରେ ବିଶ୍ୱର ବାକି ମହାଶକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଯୁଦ୍ଧ କରୋନା କାଳରେ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ । କାହିଁକିନା ବିଶ୍ୱ ଅଶୋଧିତ ତୈଳବଜାରରେ ଋଷର ଭାଗ ୧୩ ପ୍ରତିଶତ ଯଦି ଯୁଦ୍ଧ ହୁଏ ତେବେ ଋଷ ତୈଳ ଯୋଗାଣ ବାଧାପ୍ରାପ୍ତ ହେବ । ଫଳରେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଙ୍କ ଗ୍ରୋଥ୍ ଇଂଜିନ୍ ରାସ୍ତା ଅବରୋଧରେ ଶିକାର ହେବେ । ୟୁକ୍ରେନ୍ ସଂକଟରେ ଋଷର ଯେତିକି ଭୂମିକା ରହୁଛି ସେତିକି ମଧ୍ୟ ଆମେରିକାର ରହିଛି । ଋଷର ସୀମାକୁ ଲାଗିଥିବା ୟୁକ୍ରେନରେ ଆମେରିକା ନେତୃତ୍ୱାଧିନ ନାଟୋ ନିଜକୁ ମଜଭୁତ କରିବାକୁ ଚାହେଁ । ୟୁକ୍ରେନ୍ ମଧ୍ୟ ନାଟୋ ମେଣ୍ଟରେ ସାମିଲ ହେବାକୁ ଚାହୁଁଛି । ୟୁକ୍ରେନରେ ଯଦି ଆମେରିକା ସାମରିକ ଘାଟି ପ୍ରତିଷ୍ଠା କରେ ତେବେ ଏହା ଋଷର ସୁରକ୍ଷା ପାଇଁ ବିପଦର କାରଣ ହେବ । ଏହା ସହ ୟୁକ୍ରେନକୁ ଋଷ ନିଜ ସଭ୍ୟତାର ଜନ୍ମଭୂମି ବୋଲି ମାନେ । ୟୁକ୍ରେନର ସହର କିଏଭ୍ ହିଁ ଥିଲା ଋଷ ସଭ୍ୟତା ଓ ସାମ୍ରାଜ୍ୟର ଅନ୍ତୁଡିଶାଳ । ଏମିତିରେ ୟୁକ୍ରେନ ନାଟୋ ପଟକୁ ଢଳିବା ପୁଟିନ କେବେ ମଧ୍ୟ ଚାହିଁବେ ନାହିଁ । ଆଉ ଯଦି ଦୁଇ ପକ୍ଷଙ୍କ ଜିଦ୍ ଯୁଦ୍ଧର ରୂପ ନିଏ ତେବେ ବିଶ୍ୱର ବାକି ଶକ୍ତି ସବୁ କ’ଣ କରିବେ ? ଆମେରିକା ଯଦି ୟୁକ୍ରେନକୁ ସମର୍ଥନ କରି ଯୁଦ୍ଧଭୂମି ଓହ୍ଲାଏ ତେବେ ଭାରତ କ’ଣ କରିବ ? କାରଣ ଋଷ ଓ ଚୀନର ନୂଆନୂଆ ଦୋସ୍ତି ଭାରତକୁ ବିବ୍ରତ କଲାଣି । ଏମିତିରେ ଭାରତ କ’ଣ ଚୀନକୁ ଚେକମେଟ୍ କରିବାକୁ ଆମେରିକାକୁ ସମର୍ଥନ କରିବ ? ଏହି ସବୁ ପ୍ରଶ୍ନର ଉତ୍ତର ଆସନ୍ତୁ ଖୋଜିବା…

ଋଷ-ୟୁକ୍ରେନ୍ ବିବାଦରେ ଭାରତ କାହା ସହିତ ?

After 2nd paragraph post ads

ୟୁକ୍ରେନ୍-ଋଷ ବିବାଦ ପରଠାରୁ ଏହି ପ୍ରଶ୍ନ ଉଠିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ନିଜ କାର୍ଡ୍ ଖୋଲିନାହିଁ । ଭାରତ ଏବେ ତଟସ୍ଥ ଅଛି । ଦୁଇ ପକ୍ଷକୁ ସଂକଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ନିବେଦନ କରିଛି । ଭାରତ ମଧ୍ୟ ୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ଋଷ କବଜା କାଳେ ନିରବ ରହିଥିଲା । ୟୁକ୍ରେନରେ ଏବେ ୧୮ ହଜାର ଭାରତୀୟ ଡାକ୍ତରୀ ଛାତ୍ରଙ୍କ ସହିତ ୨୦ ହଜାର ଭାରତୀୟ ଅଟକି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଭାରତର ପ୍ରାଥମିକତା ।

ୟୁକ୍ରେନ୍ ମାମଲାରେ ଭାରତ କାହିଁକି ଖୋଲାଖୋଲି ଋଷର ବିରୋଧ କରୁନାହିଁ ?

Middle post content

• ଋଷ ଭାରତର ସବୁଠାରୁ ବଡ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ । ୨୦୨୦ରେ ଭାରତ ବିଦେଶରୁ ଯେତିକି ଅସ୍ତ୍ର କିଣିଛି ତା’ ମଧ୍ୟରୁ ୫୦ ପ୍ରତିଶତ ଋଷରୁ ଆସିଛି ।
• ୨୦୧୮ରୁ ୨୦୨୧ ମଧ୍ୟରେ ମାତ୍ର ତିନି ବର୍ଷରେ ଭାରତ ଓ ଋଷ ମଧ୍ୟରେ ୧ ଲକ୍ଷ ୧୨ ହଜାର କୋଟି ଟଙ୍କାର ପ୍ରତିରକ୍ଷା କାରବାର ହୋଇଛି । ଏମିତିରେ ଭାରତ ନିଜର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ସପ୍ଲାୟରକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ।
• ସୋଭିଏତ ସଂଘର ବିଘଟନ ପୂର୍ବୁର ଭାରତର ରପ୍ତାନୀରେ ଋଷର ଭାଗିଦାରୀ ୧୦ ପ୍ରତିଶତ ଥିଲା । କିନ୍ତୁ ୨୦୨୧-୨୧ ବେଳକୁ ଏହା ହ୍ରାସ ପାଇ ମାତ୍ର୧ ପ୍ରତିଶତ ହୋଇଥିଲା । ପରେ ୨୦୨୧ରେ ଏଥିରେ ସାମାନ୍ୟ ବୃଦ୍ଧି ଘଟିଛି ।
• ୨୦୨୦ରେ ଭାରତର ଋଷ ସହିତ ମୋଟ ବ୍ୟବସାୟ ଥିଲା ପାଖାପାଖି ୭୦ ହଜାର କୋଟି ଟଙ୍କା । ଯାହାକୁ ୨୦୨୫ ସୁଧା ୨ ଲକ୍ଷ ୨୦ କୋଟି ଟଙ୍କା କରିବା ଲକ୍ଷ୍ୟ ରଖିଛନ୍ତି ଦୁଇ ଦେଶ ।
• ଋଷ ସହିତ ବାଣିଜ୍ୟକ ସମ୍ବନ୍ଧକୁ ବଢାଇବା ଲକ୍ଷ୍ୟ ରଖିଥିବା ଭାରତ ୟୁକ୍ରେନ୍ ଓ ଆମେରିକାକୁ ସମର୍ଥନ କରି ବ୍ୟବସାୟିକ କ୍ଷତି ସହିବାକୁ ଚାହୁଁନାହିଁ ।

ତେବେ ଭାରତ କ’ଣ ପାଇଁ ଆମେରିକାକୁ ବିରୋଧ କରୁନାହିଁ ?

ୟୁକ୍ରେନ୍ ସଂକଟ ଭାରତକୁ ଏଣୁ ମାଇଲେ ବ୍ରହ୍ମହତ୍ୟା ତେଣୁ ମାଇଲେ ଗୋହତ୍ୟା ଭଳି ସ୍ଥିତିର ପକାଇଛି । ଭାରତ ଆମେରିକାକୁ ସମର୍ଥନ କରି ଋଷକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । କିନ୍ତୁ ଗୋଟିଏ କଥା ଦେଖିବାକୁ ମିଳୁଛି ଯେ, ନୂଆଦିଲ୍ଲୀ ମଧ୍ୟ ଆମେରିକାକୁ ବିରୋଧ କରୁନାହିଁ । ଏଥିରୁ ଜଣା ପଡୁଛି ଯେ,ହରଡ଼ଘଣାରେ ପଡିଥିବା ଭାରତ ଦୁଇ ପକ୍ଷକୁ ସନ୍ତୁଷ୍ଟ କରିବାକୁ ଚାହୁଁଛି । ତେଣୁ ଭାରତ ନିରବ ଅଛି । ନା ଆମେରିକାକୁ ବିରୋଧ କରୁଛି ନା ଋଷକୁ ସମର୍ଥନ କରୁଛି । ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଭାରତ କ’ଣ ପାଇଁ ଆମେରିକାକୁ ବିରୋଧ କରୁନାହିଁ ?

• ୨୦୦୧ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରଠାରୁ ଭାରତ ଓ ଆମେରିକା ନିକଟତର ହୋଇଛନ୍ତି । ଇସଲାମିକ୍ ଆତଙ୍କବାଦକୁ ନେଇ ଦୁଇ ଦେଶଙ୍କ ମନୋଭାବ ପ୍ରାୟ ଏକା ।
• ଗତ ଏକ ଦଶନ୍ଧୀ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଓ ସାମରିକ ସମ୍ବନ୍ଧ ଦୃଢ ହୋଇଛି ।
• ୨୦୧୯ ପର୍ଯ୍ୟନ୍ତ ଭାରତ ଓ ଆମେରିକା ମଧ୍ୟରେ ମୋଟ ବ୍ୟବସାୟ ଥିଲା ୧୦ ଲକ୍ଷ କୋଟି ଟଙ୍କା । ଏହା ଋଷ ସହିତ ଭାରତର ବ୍ୟବସାୟର ପ୍ରାୟ ୧୫ ଗୁଣ ଅଧିକ । ଏମିତିରେ ଖୋଲାଖୋଲି ଆମେରିକାକୁ ବିରୋଧ କରିବାକୁ ଚାହୁଁନି ଭାରତ ।
• ଋଷ ପରେ ଆମେରିକା ହେଉଛି ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ପ୍ରତିରକ୍ଷା ସହଯୋଗୀ । ଭାରତର ମୋଟ ଅସ୍ତ୍ର ଆମଦାନୀର ୧୪ ପ୍ରତିଶତ ଆମେରିକାରୁ ଆସିଥାଏ ।
• ଆମରିକା ସହିତ ଭାରତର ପ୍ରତିରକ୍ଷା ବ୍ୟବସାୟ ଏବେ ୧ ଲକ୍ଷ ୫୬ ହଜାର କୋଟି ଟଙ୍କାରୁ ଅଧି । ଏମିତିରେ ଖୋଲାଖୋଲି ବିରୋଧ କରି ଭାରତ ଅଙ୍କଲ ସାମ୍ ଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ।

ମୋଟାମୋଟି କହିବାକୁ ୟୁକ୍ରେନ୍ ସଂକଟ ମାମଲାରେ ଭାରତର ସ୍ଥିତି ସେହି ବ୍ୟକ୍ତି ଭଳି ଯିଏ ଦୁଇ ଦୁଇ ଶକ୍ତିଶାଳୀ ପକ୍ଷଙ୍କ ବିବାଦ ଭିତରେ କାହାକୁ ଦୁଃଖି ନକରି ଖସିବାର ମଧ୍ୟମମାର୍ଗ ଖୋଜେ । ଆଗକୁ ଭାରତୀୟ କୂଟନିତିଜ୍ଞଙ୍କ ଉପରେ ଚାପ ଅଧିକ ରହିବ । କାରଣ ଏହି ବିବାଦ ହିଁ ଭାରତର ଆଗାମୀ ବୈଦେଶିକ ନୀତି ନିର୍ଧାରଣ କରିବାକୁ ଯାଉଛି । ୟୁକ୍ରେନ ସଂକଟରୁ ଯଦି ଭାରତ କାହାରିକି ମଧ୍ୟ ଅସନ୍ତୁଷ୍ଟ ନକରି ଉଭୟ ପକ୍ଷ ଶୁଭେଛା ହାସଲ କରେ ତେବେ ଏହା ମୋଦି ସରକାରର ବଡ଼ ଉପଲବ୍ଧି ହେବ । କିନ୍ତୁ ଯଦି ଭାରତ ଗୋଟିଏ ପକ୍ଷକୁ ସମର୍ଥନ କରିବାକୁ ବାଧ୍ୟ ହୁଏ ତେବେ ଭାରତକୁ ଦୁଇଟି ବ୍ଲକରୁ ଗୋଟିଏରେ ଦେଖିବାକୁ ମିଳିବାକୁ ପଡିବ । ଯାହାର ସିଧା ଅର୍ଥ ହେଉଛି ଚୀନ୍ ଓ ପାକିସ୍ତାନ ସହ ଭାରତର ସମୀକରଣ ମଧ୍ୟ ବଦଳିବ । ଆଉ ଏହି ନିଷ୍ପତି ନେବାବେଳେ ଭାରତକୁ ଏହା ମଧ୍ୟ ମନରେ ରଖିବାକୁ ପଡିବ ଯେ, ଡ୍ରାଗନ ବିରୋଧରେ ତାକୁ କେଉଁ ପକ୍ଷ ନିସର୍ତ୍ତ ସମର୍ଥନ ଦେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami