୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ?

Above Post Content

କାବୁଲ ଏବେ ତାଲିବାନ କବଜାରେ । ତାଲିବାନ କାବୁଲ ଭିତରକୁ ପ୍ରବେଶ ପୂର୍ବରୁ ସରକାରୀ ସେନା ଅଧିକାରୀ ଓ ସୈନିକଙ୍କୁ କ୍ଷମାଦାନ କଥା କହିଥିଲା । ଏହା ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ଆତଙ୍କବାଦୀ ସଂଗଠନ କେମିତି ମାତ୍ର କେଇ ଦିନ ଭିତରେ ଦେଶର ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିପାରେ ? ଯେଉଁ ଆଫଗାନୀ ସେନା ତିଆରି କରିବା ପାଇଁ ଆମେରିକା ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା ସେହି ସେନା କେମିତି ମାତ୍ର ୭୦ ହଜାର ତାଲିବାନୀଙ୍କ ସାମ୍ନାରେ ନତମସ୍ତକ ହେଲା ?

ଆସନ୍ତୁ ଜାଣିବା ତାଲିବାନର ବିଜୟ ଓ ଆଫଗାନୀ ସେନାର ପରାଜୟର କାରଣ ସବୁ କ’ଣ ଥିଲା ।

After 2nd paragraph post ads

1) ତାଲିବାନର ରଣନୀତିକୁ ବୁଝିପାରିଲାନି ସେନା

ଆଫଗାନ ସରକାର ନିଜର ପ୍ରାଦେଶିକ ରାଜଧାନୀର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିଲା । ୩୪ ପ୍ରାଦେଶିକ ରାଜଧାନୀକୁ ସୁରକ୍ଷା ଘେରରେ ରଖାଯାଇଥିଲା । ତାଲିବାନ ସିଧାସଳଖ ଏହି ସବୁ ସହର ଉପରେ ଆକ୍ରମଣ ନକରି ଗ୍ରାମାଞ୍ଚଳକୁ ଟାର୍ଗେଟ୍ କରିଥିଲାଗ୍ରାମାଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଏହା ସହର ମୁହାଁ ହୋଇଥିଲାତାଲିବାନ ସରକାରୀ ସୈନିକଙ୍କୁ ଆତ୍ମସମର୍ପଣ ପରେ ସୁରକ୍ଷାର ଗ୍ୟାରେଣ୍ଟି ଦେଇଥିଲା । ବାୟୁସେନା ସପୋର୍ଟ ଅଭାବରୁ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।

2) ମୈଦାନ ନୁହେଁ କାଗଜରେ ଥିଲେ ସୈନିକ

ତାଲିବାନ ଆକ୍ରମଣ ଆରମ୍ଭରୁ ଆମେରିକା ରାଷ୍ଟ୍ରପତି କହିଥିଲେ ଯେ, ତିନି ଲକ୍ଷ ସୈନିକଙ୍କୁ ୭୦ ହଜାର ଆତଙ୍କବାଦୀ ହରାଇ ପାରିବେ ନାହିଁ । କିନ୍ତୁ ରବିବାର ଦିନ ଆମେରିକା ରାଷ୍ଟ୍ରପତିଙ୍କୁ ଭୁଲ ପ୍ରମାଣିତ କରିଛି ତାଲିବାନ । ଖୋଦ ଆମେରିକା ଅଧିକାରୀଙ୍କ କହିବା ହେଉଛି ଯେ, ଆଫଗାନ ସେନାର ୩ ଲକ୍ଷ ସୈନିକ କେବଳ କାଗଜରେ ଥିଲେ । ଦେଶର ଭ୍ରଷ୍ଟ ପ୍ରଶାସନ ଭୂତ ସୈନିକଙ୍କ ନାଁରେ ଦରମା ଉଠାଉଥିବା ମଧ୍ୟ ଅଭିଯୋଗ ହୁଏ । ଦୁର୍ନିତୀ ପାଇଁ ହିଁ ସେନା ହାରିଲା ବୋଲି କୁହାଯାଉଛି ।

Middle post content

3) ଲଢୁଆ ଭାବନାର ଅଭାବ, ଆଳୁ ଖାଇ ଲଢୁଥିଲେ

ଆଫଗାନୀ ସେନାର ସୈନିକଙ୍କ ମନରେ ଲଢିବା ପାଇଁ କୌଣସି ପ୍ରେରଣା ନଥିଲା । ଦେଶର ଦୁର୍ନିତୀଗସ୍ତ ନେତା ଓ ଅଫିସରଙ୍କ ପାଇଁ ସେମାନେ ନିଜ ଜୀବନ ବାଜିରେ ଲଗାଇବାକୁ ଚାହୁଁନଥିଲେ । ଆଫଗାନୀ ସେନା ଓ ପୋଲିସର ଅନେକ ଅଧିକାରୀ ସବୁ ଦୋଷ ସରକାରଙ୍କୁ ଦେଇଛନ୍ତି । ସରକାର ସୈନିକଙ୍କୁ ଖାଦ୍ୟ ମଧ୍ୟ ଯୋଗାଇବାରେ ବିଫଳ ହୋଇଥିଲେ । ଫ୍ରଣ୍ଟଲାଇନରେ ଲଢୁଥିବା ସୈନିକଙ୍କୁ ଖାଦ୍ୟ ଭାବେ ଆଳୁ ଚିପ୍ସ ଦିଆଯାଉଥିଲା । ଜଣେ ଅଧିକାରୀ ପଚାରିଛନ୍ତି ଯେ, କେଉଁ ଦେଶର ସୈନିକ ଆଳୁ ଚିପ୍ସ ଖାଇ ଯୁଦ୍ଧ ଲଢେ ?

4) ୬୦ ହଜାର ସୈନିକ ନିହତ

୨୦୦୧ ପରଠାରୁ ଆଫଗାନିସ୍ତାନେର ୬୦ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି । ଆଉ ଏଥିପାଇଁ ଦେଶ ସରକାର ଦାୟୀ ବୋଲି ବିରୋଧୀ କୁହନ୍ତି । ସେମାନେ କୁହନ୍ତି ଯେ, ଆଫଗାନ ସରକାର ଏତେ ବେକାର ଯେ, ତାଲିବାନଠାରୁ କେମିତି ହରାଯାଇଥିବା ଅଞ୍ଚଳ ପୁନଃଦଖଲ କରାଯିବ ସେନେଇ କୌଣସି ରଣନୀତି ନଥିଲା ।

5) ପୁରୁଣା ଯୋଦ୍ଧାଙ୍କ ଆତ୍ମସମର୍ପଣ

୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ କବଜାରେ ଦେଶର ୯୫ ପ୍ରତିଶତ ଅଞ୍ଚଳ ଥିଲା । କିନ୍ତୁ ମଜାର-ଏ-ସରିଫ ଭଳି ଅଂଚଳ ତାଲିବାନ ପାଇଁ ଅପହଞ୍ଚ ଥିଲା । ଜେନରାଲ ଅବଦୁଲ ଦୋସ୍ତୁମଙ୍କ ନେତୃତ୍ୱରେ ମଜାର-ଏ-ସରିଫ ତାଲିବାନ ବିରୋଧରେ ୬ ବର୍ଷ ଧରି ଛିଡା ହୋଇଥିଲା । କିନ୍ତୁ ଏଥରକ ଜେନରାଲ ଦୋସ୍ତୁମ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ସେହିଭଳି ଆଉ ଜଣେ ଯୋଦ୍ଧା ମହମ୍ମଦ ଇସମାଇଲ ଖାନ ମଧ୍ୟ ତାଲିବାନ ଆଗରେ ଅସ୍ତ୍ରତ୍ୟାଗ କରିଥିଲେ । ଯାହା ଆଫଗାନୀ ସେନାର ମନୋବଳକୁ ଭାଙ୍ଗି ଦେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami