କାର ଦୁର୍ଘଟଣାରେ ପିଲା କେତେ ସୁରକ୍ଷିତ ? କାର କିଣିବା ପୂର୍ବରୁ ଏହା ଜାଣି ନିଅନ୍ତୁ

Above Post Content

କାରରେ ସୁରକ୍ଷାର କ’ଣ ଅର୍ଥ ରହିଛି ତାହା ଜାତୀୟ କ୍ରାଇମ୍ ରେକର୍ଡ୍ ବ୍ୟୁରରୋ ତଥ୍ୟରୁ ବୁଝା ଯାଇପାରିବ । ୨୦୧୮ରେ ସଡକ ଦୁର୍ଘଟଣାରେ ୧ ଲକ୍ଷ ୩୫ ହଜାର ଜୀବନ ଯାଇଥିଲା୨୦୧୯ରେ ଏହା ବଢିକରି ୧ଲକ୍ଷ ୩୬ ହଜାର ହୋଇଥିଲା । ୨୦୨୦ରେ ଏହି ସଂଖ୍ୟା ହ୍ରାସ ପାଇ ୧ ଲକ୍ଷ ୨୦ ହଜାର ହୋଇଥିଲା । ୨୦୧୯ ଓ ୨୦୨୦ ମଧ୍ୟରେ ଦୁର୍ଘଟଣାରେ ମୃତକ ସଂଖ୍ୟାରେ ୧୬ ହଜାର ଟଙ୍କା ହ୍ରାସ ପରିଲକ୍ଷିତ ହୋଇଥିଲା ।

ନୂଆ କାର କେତେ ସୁରକ୍ଷିତ ଏହା କାରର ଗ୍ଲୋବାଲ ନ୍ୟୁ’ କାର ଆସେସମେଣ୍ଟ୍ ପୋଗ୍ରାମ (NCAP) ରେଟିଂରୁ ଜଣା ପଡିଥାଏ । ଗ୍ଲୋବାଲ ଏନସିଏପି ଦ୍ୱାରା ଅନେକ କାରର ଟେଷ୍ଟିଂ କରାଯାଇଥିଆ । ଏହି ଟେଷ୍ଟରୁ ସେମାନେ କେତେ ସୁରକ୍ଷିତ ତାହା ଜଣା ପଡିଥାଏ । ଏହି ସୁରକ୍ଷା ମାନକ ଉଭୟ ବଡ଼ ଓ ଛୋଟଙ୍କ ପାଇଁ ଅଲଗା ଅଲଗା ହୋଇଥାଏ । ତେବେ ଚାଲନ୍ତୁ ଆଜି ଦେଶର ସବୁଠାରୁ ସୁରକ୍ଷିତ ୫ କାର ବାବଦରେ ଜାଣିବା ଓ ଏହା ସହିତ ମଧ୍ୟ ଜାଣିବା ଯେ, ଏହି ୫ ସୁରକ୍ଷିତ କାର କ’ଣ ଆପଣଙ୍କ ପିଲାଙ୍କ ପାଇଁ ମଧ୍ୟ ସୁରକ୍ଷିତ

After 2nd paragraph post ads

ପ୍ରଥମେ ଜାଣନ୍ତୁ NCAP ସୁରକ୍ଷା ରେଟିଂ କେମିତି ମିଳିଥାଏ ?

କାରର ସେଫ୍ଟି ରେଟିଂ : ଏନସିଏପି ଦ୍ୱାରା ପ୍ରା.ୟ ସବୁ କାରର କ୍ରାସ୍ ଟେଷ୍ଟ ହୋଇଥାଏ । ସବୁ କାର କମ୍ପାନୀ ନିଜ କାରର ସବୁ ମଡେଲ ଓ ଅଲଗା ଭେରିଆଣ୍ଟକୁ ଟେଷ୍ଟ ପାଇଁ ପଠାଇଥାନ୍ତି । ସବୁ କାରରେ ଏୟାରବ୍ୟାଗ୍, ଏବିଏସ୍, ଇବିଡି, ସେଫ୍ଟି ବେଲ୍ଟ,ବ୍ୟାକ୍ ସେନ୍ସର, କ୍ୟାମେରା, ସ୍ପିଡ୍ ଆଲର୍ଟ୍ ଭଳି ସେଫ୍ଟି ଫିଚର ସାମିଲ ଥାଏ । ଯେତେବେଳେ କାରର କ୍ରାସ୍ ଟେଷ୍ଟ୍ ହୁଏ ସେତେବେଳେ ଏହି ସେଫ୍ଟି ଫିଚର୍ସ ଆଧାରରେ ସେମାନଙ୍କୁ ରେଟିଂ ମିଳିଥାଏ ।

ସେଫ୍ଟି ରେଟିଂ ମିଳିବା ପ୍ରକ୍ରିୟା : ସେଫ୍ଟି ରେଟିଂ ପାଇଁ କାରର କ୍ରାସ୍ ଟେଷ୍ଟ୍ କରାଯାଇଥାଏ । ଏଥିପାଇଁ ମଣିଷର ଡମି ବ୍ୟବହାର ହୋଇଥାଏ । ଟେଷ୍ଟ ସମୟରେ ଗାଡିକୁ ଏକ ନିର୍ଧାରିତ ସ୍ପିଡରେ କୌଣସି ବସ୍ତୁ ସହିତ ଧକା କରାଯାଏ । ଏହି ସମୟରେ କାରରେ ୪ରୁ ୫ ଡମି ବ୍ୟବହାର କରାଯାଏ । ପଛ ସିଟରେ ପିଲାଙ୍କ ଡମି ରଖାଯାଏ । ଏହାକୁ ଚାଇଲ୍ଡ୍ ସେଫ୍ଟି ସିଟରେ ଫିକ୍ସ କରାଯାଏ ।

ସେଫ୍ଟି ରେଟିଂର ଅର୍ଥ ?

Middle post content

କ୍ରାସ ଟେଷ୍ଟ ପରେ ଏହା ଦେଖାଯାଏ ଯେ, ଏୟାରବ୍ୟାଗ୍ ଠିକରେ କାମ କରିଛି କି ନାହିଁ । ଡମି କେତେ କ୍ଷତିଗ୍ରସ୍ତ ହୋଇଛି । କାରର ଅନ୍ୟ ଫିଚର କେତେ କାମ କରିଲା । ଏହି ସବୁ ଆଧାରରେ ରେଟିଂ ଦିଆଯାଇଥାଏ । ଏହି ରେଟିଂକୁ ଦେଖି ଗ୍ରାହକ ସୁରକ୍ଷିତ କାର କିଣିଥାନ୍ତି । ଯଦିଏ ଏନସିଏପି କୌଣସି କାରର ସବୁ ଭ୍ୟାରିଆଣ୍ଟର କ୍ରାସ୍ ଟେଷ୍ଟ କରିନଥାଏ

କାର କ୍ରାସ୍ ଟେଷ୍ଟ କାଳରେ ବୟସ୍କ ଓ ପିଲାଙ୍କ ପାଇଁ ଅଲଗା ରେଟିଂ ଦିଆଯାଏ

1) ଆଡଲଟ୍ ଅକ୍ୟୁପେଣ୍ଟ୍ ପ୍ରୋଟେକ୍ସନ(AOP) ରେଟିଂରେ ଏହା ଦେଖାଯାଏ ଯେ, କାର ଯେତେବେଳେ ମୁହାଁମୁହିଁ ଧକ୍କା ଖାଏ ସେତେବେଳେ ସମ୍ମୁଖ ସିଟରେ ବସିଥିବା ଯାତ୍ରୀ ଓ ଡ୍ରାଇଭର କେତେ ସୁରକ୍ଷିତ ରହିବେ ।

2) ଚାଇଲ୍ଡ୍ ଅକ୍ୟୁପାଣ୍ଟ୍ ପ୍ରୋଟେକ୍ସନ (COP) ରେଟିଂରେ ଏହା ଦେଖାଯାଏ କାର ଯଦି ମୁହାଁମୁହିଁ ଧକ୍କା ଖାଏ କିମ୍ବା କଡ ପଟୁ ଧକ୍କା ଖାଏ ତେବେ ପଛ ସିଟରେ ବସିଥିବା ପିଲା କେତେ ସୁରକ୍ଷିତ ।

ଭାରତରେ କେଉଁ ୫ କାର ୫ ଷ୍ଟାର ରେଟିଂ ପାଇଛନ୍ତି ?

୧. ଟାଟା ପଂଚ୍
୨. ମହିନ୍ଦ୍ରା XUV300
୩.ଟାଟା ଅଲ୍ଟ୍ରୋଜ୍
୪. ଟାଟା ନେକ୍ସନ୍
୫. ମହିନ୍ଦ୍ରା XUV700

ତେବେ ଚିନ୍ତାର ବିଷୟ ହେଉଛି ଯେ, ଏହି କାର ସବୁ ବୟସ୍କ କ୍ୟାଟେଗୋରିରେ ୫ ଷ୍ଟାର ପାଇଥିବା ବେଳେ ପିଲାଙ୍କ ସୁରକ୍ଷା ମାମଲାରେ ଟାଟା ଅଲ୍ଟ୍ରୋଜ୍, ନେକ୍ସନ ୩ ଷ୍ଟାର ପାଇଛନ୍ତି । ଅନ୍ୟପକ୍ଷରେ ବାକି ତିନି କାର ୪ ଷ୍ଟାର ପାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami