ଭାରତ ପାଇଁ ଟଳିଗଲା ପରମାଣୁ ଯୁଦ୍ଧ ? କ’ଣ ପାଇଁ ଭାରତ କଥା ଶୁଣିଲେ ପୁଟିନ୍ ?

Above Post Content

ଋଷ ଓ ୟୁକ୍ରେନ ଯୁଦ୍ଧକୁ ୧୦ ମାସ ହୋଇଗଲାଣି । ଏହି ଯୁଦ୍ଧ ଡିସେମ୍ବର ଶେଷ ସହିତ ଆଉ ଏକ ବର୍ଷରେ ପଦାର୍ପଣ କରିବଋଷ ପାଇଁ ଏହି ଯୁଦ୍ଧ ସମ୍ମାନର ପ୍ରଶ୍ନ ହୋଇସାରିଛି । ଋଷ ସେନାକୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିବା ବେଳେ ୟୁକ୍ରେନ୍ ମଧ୍ୟ ନିଜର ଏକ ପଂଚମାଂସ ଭୂମି ହରାଇ ସାରିଛି । କିନ୍ତୁ ଋଷ ନିର୍ଣ୍ଣାୟକ ବିଜୟ ପାଇ ନାହିଁ । ଏମିତିରେ ଋଷ ୟୁକ୍ରେନ୍ ବିରୋଧରେ ପରମାଣୁ ବୋମା ପ୍ରୟୋଗର ଧମକ ଦେଉଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ହୋଇନାହିଁ । ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ ବର୍ଣ୍ଣସଙ୍କ ଅନୁସାରେ ପୁଟିନ୍ ଯଦି ପରମାଣୁ ଆକ୍ରମଣରୁ ନିବୃତ୍ତ ଅଛନ୍ତି ତେବେ ସେଥିପାଇଁ ଭାରତ ଦାୟୀଭାରତ ପାଇଁ ହିଁ ଦୁନିଆ ଆଉ ଏକ ପରମାଣୁ ଆକ୍ରମଣରୁ ବଂଚିଗଲା । ବର୍ଣ୍ଣସ କହିଛନ୍ତି ଯେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ରାଷ୍ଟ୍ରପତି ଜି ସିନ୍ ପିଙ୍ଗଙ୍କ ହସ୍ତକ୍ଷେପ ଯୋଗୁ ପୁଟିନ୍ ପରମାଣୁ ଆକ୍ରମଣ କରିନାହାନ୍ତି । ତେବେ କ’ଣ ପାଇଁ ପୁଟିନ୍ ଭାରତ କଥା ମାନିଲେ ଆସନ୍ତୁ ଜାଣିବା ।

ବର୍ଣ୍ଣସ କହିଛନ୍ତି ଯେ, ମୁଁ ଭାବେ ପୁଟିନ୍ ଓ ତାଙ୍କ ନିକଟତମ ବ୍ୟକ୍ତି ମାନେ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ।ପରମାଣୁ ଆକ୍ରମଣ ଧମକ ୟୁକ୍ରେନକୁ ଡରାଇବା ପାଇଁ ଉଦ୍ଧିଷ୍ଟ ଥିଲା । ଆଜି ଆମେ ଦେଖୁଛେ ଯେ, ଋଷର ରଣନୈତିକ ଭାବେ ପରମାଣୁ ଆକ୍ରମଣର କୌମସି ସ୍ପଷ୍ଟ ଯୋଜନା ନାହିଁ । ଏହା ସହିତ ସେ କହିଛନ୍ତି ଯେ, ପରମାଣୁ ଆକ୍ରମଣର ଫଳାଫଳ ଭୟାବହ ହେବ ବୋଲି ଆମେରିକା ଋଷକୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲା । ଏସବୁ ଭିତରେ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ପରମାଣୁ ଆକ୍ରମଣକୁ ନେଇ ନିଜ ଚିନ୍ତା ପ୍ରକଟ କରିଥିଲେ । ମୁଁ ଭାବୁଛି ଯେ,ଏହାର ପ୍ରଭାବ ଋଷ ନେତୃତ୍ୱ ଉପରେ ପଡ଼ିଥିଲା

After 2nd paragraph post ads

ଜି-୨୦ ଶିଖ ସମ୍ମିଳନୀରେ ଭାରତର ବଡ଼ ଭୂମିକା

Middle post content

ଆମେରିକା ପ୍ରାୟତଃ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ବୟାନକୁ ଦୋହରାଉଛି ଯେଉଁଥିରେ ସେ ସମରକନ୍ଦରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କୁ ଏହା ଯୁଦ୍ଧର କାଳ ନୁହେଁ ବୋଲି କହିଥିଲେ । ଏହା ପୂର୍ବରୁ ଇଣ୍ଡୋନେସିଆର ବାଲିରେ ଆୟୋଜିତ ଶିଖର ସମ୍ମିଳନୀରେ ଭାରତ,ଋଷ ଓ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସାମଞସ୍ୟ ରକ୍ଷା କରିଥିଲା । କେବଳ ଏତିକି ନୁହେଁ ପିଏମ୍ ମୋଦିଙ୍କ ‘ଏହା ଯୁଦ୍ଧର ସମୟ ନୁହେଁ’ ବକ୍ତବ୍ୟକୁ ଜି-୨୦ର ମିଳିତ ବୟାନରେ ସାମିଲ କରାଯାଇଥିଲା । ପାଶ୍ଚାତ୍ୟ ମିଡିଆର କହିବା ହେଉଛି ଯେ, ବନ୍ଧୁଭାବେ ଭାରତ ହିଁ ଋଷକୁ ଅଟକାଇ ପାରିବ ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ପୁଟିନ୍ ମୋଦିଙ୍କ କଥା ମାନିବା ପଛରେ ଦୁଇ ଜଣଙ୍କ ମଧ୍ୟରେ ଥିବା ବନ୍ଧୁତା ଓ ପରସ୍ପର ଉପରେ ଥିବା ନିର୍ଭରତା ମଧ୍ୟ ବଡ଼ କାରଣୟୁକ୍ରେନ୍ ଯୁଦ୍ଧ ପରେ ପାଶ୍ଚାତ୍ୟ ରାଷ୍ଟ୍ର ଋଷ ବିରୋଧରେ କଠୋର କଟକଣା ଲାଗୁ କରିଥିଲେ । ଆର୍ଥିକ ପ୍ରତିବନ୍ଧକ କାରଣରୁ ଋଷର ବୈଦେଶିକ ମୁଦ୍ରା ପାଣ୍ଠି ହ୍ରାସ ପାଇଥିଲା । ଏଭଳି ପରିସ୍ଥିତିରେ କଟକଣାକୁ ନଜର ଅନ୍ଦାଜ କରି ଭାରତ ଋଷଠାରୁ ପେଟ୍ରୋଲ କିଣିଥିଲା ଓ ଏବେ ମଧ୍ୟ କିଣୁଛି । ଯାହା ଋଷ ପାଇଁ ସହାୟକ ହୋଇଛି । ଅନ୍ୟପକ୍ଷରେ ଭାରତ ମଧ୍ୟ ଶସ୍ତା ଦରରେ ପେଟ୍ରୋଲ ପାଉଛିଉଭୟ ଦେଶ ଏବେ ପରସ୍ପର ଉପରେ ନିର୍ଭରଶୀଳ ଅଛନ୍ତି । ଏମିତିରେ ଋଷ ରାଷ୍ଟ୍ରପତି ଭାରତ ପ୍ରଧାନମନ୍ତ୍ରୀଙ୍କ କଥା ମାନିବାକୁ ବାଧ୍ୟ ହୋଇଥିଲେ

ଏସ-୪୦୦ରୁ ଆସଲ୍ଟ ରାଇଫଳ,ଋଷଠାରୁ ଅନେକ କିଛି କିଣୁଛି ଭାରତ

ଭାରତ ଯୁଦ୍ଧ ଭିତରେ ମଖ୍ୟତଃ ପେଟ୍ରୋଲିୟମ,ଫର୍ଟିଲାଇଜର,କଫି,ଚା’ ଓ ମସଲା ଆମଦାନୀ କରିଛି । ଏହା ମଧ୍ୟରୁ ୯୦ ପ୍ରତିଶତ ବ୍ୟାବସାୟ ପେଟ୍ରୋଲ ଓ ସାରର ହୋଇଛି । ହିସାବ ଅନୁସାରେ ୨୦୨୨ ଏପ୍ରିଲ ସୁଧା ଗତ ବର୍ଷର ଏହି ଅବଧି ତୁଳନାରେ ଭାରତ ଋଷଠାରୁ ୧୬ ପ୍ରତିଶତ ଅଧିକ ତୈଳ ଆମଦାନୀ କରିଛି । ଭାରତୀୟ କମ୍ପାନୀ ଋଷଠାରୁ ଶସ୍ତାରେ ପେଟ୍ରୋଲ କିଣି ଅନ୍ୟଦେଶଙ୍କୁ ରାପ୍ତାନୀ କରୁଛିଅକ୍ଟୋବରରେ ଭାରତ ୩୧ ଶହ କୋଟି ଡଲାରର ମୁଲ୍ୟର ସାମଗ୍ରୀ ଋଷଠାରୁ ଆମଦାନୀ କରିଥିଲା । ଗତବର୍ଷ ଭାରତ ସହିତ ବ୍ୟବସାୟ ମାମଲାରେ ଋଷର ସ୍ଥାନ ୨୫ତମ ଥିଲା । କିନ୍ତୁ ଚଳିତ ବର୍ଷ ଋଷ ଭାରତର ସପ୍ତମ ବଡ଼ ବ୍ୟବସାୟୀକ ଅଂଶିଦାର ହୋଇପାରିଛି । ଏହା ସହିତ ଭାରତ ଋଷଠାରୁ ଏସ-୪୦୦ ଏୟାର ଡିଫେନସ ସିଷ୍ଟମଠାରୁ ଆସଲ୍ଟ ରାଇଫଲ ମଧ୍ୟ କିଣୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami