ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ

Above Post Content

ହରିଆନାରୁ ଗିରଫ ହୋଇଛନ୍ତି ୪ ଆତଙ୍କବାଦୀ । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତକୁ ପଠାଇଥିଲା । ଉଦ୍ଧେଷ୍ୟ ଥିଲା ଭାରତରେ ଆତଙ୍କ ସୃଷ୍ଟି କରିବାଆଇଏସଆଇ ପାଇଁ ଏହା କିଛି ନୂଆ ନୁହେଁ । କାଶ୍ମୀର, ପଂଜାବରେ ଆତଙ୍କବାଦଠାରୁ ମୁମ୍ବାଇରେ ଅଣ୍ଡରୱାର୍ଲଡ୍ ମାଧ୍ୟମରେ ଆତଙ୍କବାଦୀ ବିସ୍ଫୋରଣ କରାଇବାର ପୁରୁଣା ରେକର୍ଡ୍ ଆଇଏସଆଇ ନାମରେ ରହିଛି । ବିଶ୍ୱର ହାତଗଣତି ଦକ୍ଷ କିନ୍ତୁ କୁଖ୍ୟାତ ଗୁଇନ୍ଦା ଏଜେନ୍ସିଙ୍କ ମଧ୍ୟରୁ ଗୋଟିଏ ହେଉଛି ଆଇଏସଆଇ । ତେବେ ଏହି ଆଇଏସଆଇ କେମିତି କାମ କରିଥାଏ ? କେମିତି ଏହା ଆତଙ୍କବାଦୀଙ୍କୁ ବାଛିଥାଏ ? କେମିତି ଏହା ଆକ୍ରମଣର ନକ୍ସା ତିଆରି କରିଥାଏ ? ଆସନ୍ତୁ ଜାଣିବା ଆତଙ୍କ ଫ୍ୟାକ୍ଟ୍ରିର ଭୟଙ୍କର ସତ…

ଆଇଏସଆଇ ଓ ପାକିସ୍ତାନର ଜନ୍ମ ଭିତରେ ଗୋଟିଏ ବର୍ଷର ଫରକ

After 2nd paragraph post ads

ପାକିସ୍ତାନ ତିଆରି ହେବାର ବର୍ଷକ ପରେ ଆଇଏସାଆଇ ଜନ୍ମ ନେଇଥିଲା । ଏହାର ମୁଳ ଲକ୍ଷ୍ଯ ଥିଲା ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବା ଓ ଶିତଳ ବିଶ୍ୱଯୁଦ୍ଧ ଅମଳରେ ଦକ୍ଷୀଣ ଏସିଆରେ ପାକିସ୍ତାନକୁ ପ୍ରମ୍ମୁଖ ରାଜନୈତିକ ଶକ୍ତି ଭାବେ ଛିଡ଼ା କରାଇବା । ୧୯୮୦ ଦଶକରେ ଆଫଗାନିସ୍ତାନ ଗୃହଯୁଦ୍ଧ ଚାଲିଥାଏ । ସୋଭିଏତ ଋଷ ସମର୍ଥିତ କମ୍ୟୁନିଷ୍ଟ୍ ସରକାର ବିରୋଧରେ ଲଢୁଥିବା ମୁଜାହିଦ୍ଦିନଙ୍କୁ ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ସାହାଯ୍ୟ କରୁଥିଲା । ସିଆଇଏ ଓ ମୁଜାହିଦ୍ଦିନଙ୍କ ମଧ୍ୟରେ ସେତୁ ଥିଲା ଆଇଏସଆଇଆଇଏସଆଇ ଦୁଇ ପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥି କରି କେବଳ ନିଜ ଘର ପଛପଟେ ନିଜ ପ୍ରଭାବ ବିସ୍ଥାର କରିନଥିଲା । ଏହା ମଧ୍ୟ ପ୍ରଚୁର ଡଲାର ଆୟ କରିଥିଲା । ଆଉ ସେହି ଡଲାର ଓ ବଳକା ଅସ୍ତ୍ରକୁ ପଂଜାବ ତଥା କାଶ୍ମୀରକୁ ପଠାଇ ଆତଙ୍କର ପରିବେଶ ସୃଷ୍ଟି କରିଥିଲା ।

ଦୁନିଆର ସବୁଠାରୁ ଧୂର୍ତ୍ତ ଏଜେନ୍ସି

ସିଆଇଏର ଟ୍ରେନିଂ ଆଇଏସଆଇକୁ ଦୁନିଆର ସବୁଠାରୁ ଧୂର୍ତ୍ତ ଗୁଇନ୍ଦା ଏଜେନ୍ସିରେ ପରିଣତ କରିଛି । ଭାରତ ସହ ହଜାର ବର୍ଷର ଯୁଦ୍ଧ ନୀତିରେ ବିଶ୍ୱାସ କରୁଥିବା ଆଇଏସଆଇ ଉପସାଗରୀୟ ମୁସଲମାନ ରାଷ୍ଟ୍ରରୁ ମିଳୁଥିବା ଫଣ୍ଡକୁ ଭାରତରେ ଆତଙ୍କ ସୃଷ୍ଟି କରିବା ପାଇଁ ବ୍ୟବହାର କରିଥାଏ ।

କେମିତି କରେ ଷଡ଼ଯନ୍ତ୍ର ?

ଆଇଏସଆଇ ପାକ୍ ସେନାର ଅଙ୍ଗ । ଏହାର ସବୁ ଅଫିସର ପାକ୍ ସେନାରୁ ଆସିଥାନ୍ତି ଏହା ପାଖରେ ପାଣ୍ଠିର କୌଣସି ଅଭାବ ନଥାଏ । ଆଇଏସଆଇର ପୁରା ନାମ ହେଉଛି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ । ପ୍ରଥମେ ତିନି ସେନାର ଅଧିକାରୀକୁ ଏଜେନସ୍ସିରେ ସାମିଲ କରିବା ପାଇଁ ଏଭଳି ନାମକରଣ ହୋଇଥିଲା । ଏବେ କିନ୍ତୁ ଏଥିରେ ପାକ୍ ସରକାରର ଅନେକ ବିଭାଗର ଅଧିକାରୀ ନିଯୁକ୍ତି ହେଉଛନ୍ତି । ପାକ୍ ସେନାର ଜେନରାଲ ରାଙ୍କର ଅଧିକାରୀ ଏହାର ମୁଖ୍ୟ ରୁହନ୍ତି । ତାଙ୍କ ତଳେ ତିନିଜଣ ଉପ ମୁଖ୍ୟ ରହିଥାନ୍ତି । ଏହି ତିନି ଜଣ ଆଭ୍ୟନ୍ତରୀଣ, ବାହ୍ୟ ଓ ବୈଦେଶିକ ସମ୍ପର୍କ ବିଭାଗର ଦେଖାଶୁଣା କରନ୍ତି ।

Middle post content

କିଏ ତିଆରି କରିଥାଏ ଆତଙ୍କବାଦୀ ?

ଆଇଏସଆଇର ଏକ୍ସଟେରନାଲ ୱିଙ୍ଗ ଓ ଫରେନ୍ ରିଲେସନ୍ ୱିଙ୍ଗ୍ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା ସହିତ ମିଶନର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥାଏ । ଭାରତରେ ଯେଉଁ ସବୁ ଆତଙ୍କବାଦୀ ଆକ୍ରମଣ ହୋଇଥାଏ ତା’ ପଛରେ ଆଇଏସଆଇର ଏହି ଦୁଇ ଅଙ୍ଗର ମସ୍ତିଷ୍କ ଓ ହାତ ଥାଏ । ଜଏଣ୍ଟ୍ ଇଣ୍ଟେଲିଜେନ୍ସ ନର୍ଥ୍ ସିଧାସଳଖ ଭାବେ ଜମ୍ମୁ କାଶ୍ମୀର ଓ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥାଏ ।

ଆଇଏସଆଇ ତିଆରି କରିଥିବା ବଡ଼ ଆତଙ୍କବାଦୀ ସଂଗଠନ

-ଲସ୍କର ଏ ତୋଇବା
-ଜୈସ୍ ଏ ମହମ୍ମଦ
-ହିଜବୁଲ ମୁଜାହିଦ୍ଦିନ
-ଅଲବଦ୍ଦର
-ଅଲ କାଏଦା
-ହରକତ୍ ଉଲ୍ ମୁଜାହିଦ୍ଦିନ
-ହକ୍କାନି ନେଟୱର୍କ୍
-ଆଫଗାନି ତାଲିବାନ

ଏସିଆରେ କେମିତି ଅପରେଟ୍ କରେ ଆଇଏସଆଇ

୧୯୮୪ ମସିହାରେ ଜେନରାଲ ଜିଆ ଉଲ ହକଙ୍କ ଅମଳରେ ଆଇଏସଆଇ ଅଧିକ ଶକ୍ତିଶାଳୀ ହୋଇଥିଲା । ସେତେବେଳେ ଜିଆଙ୍କ ଆଦେଶରେ ଆଇଏସଆଇ ଭାରତ ବିରୋଧରେ ଅପରେସନ୍ ଟୋପାଜ୍ ଚଳାଇଥିଲାଏହି ଅପରସେନ ଅନ୍ତର୍ଗତରେ ପଂଜାବ ଓ କାଶ୍ମୀରରେ ବିଛିନ୍ନତାବାଦୀଙ୍କୁ ଆଇଏସଆଇ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେଇଥିଲା ।

ଆଇଏସଆଇର ଏଜେଣ୍ଟ୍ ସବୁଠାରେ ଅଛନ୍ତି । ଯେମିତି..

-ଦୂତାବାସ
-ବହୁରାଷ୍ଟ୍ରୀୟ ସଂଗଠନ
-ବେସରକାରୀ ସଂଗଠନ ଓ ସାଂସ୍କୃତିକ ପୋଗ୍ରାମ ପ୍ରତିନିଧି ମଣ୍ଡଳ
-ଗଣମାଧ୍ୟମ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami