ବର୍ଷର ଶେଷ ସୂର୍ଯ୍ୟ ପରାଗର ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ ?

Above Post Content

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୨୦୨୨ ମସିହାର ଶେଷ ସୂର୍ଯ୍ୟ ପରାଗ ମଙ୍ଗଳବାର,ଅକ୍ଟୋବର ୨୫ ତାରିଖ ଦିନ ହେବ । ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୨୪ ତାରିଖ ଦିନ ଦିପାବଳୀ ପାଳିତ ହୋଇଥିବ । ଅନ୍ୟପକ୍ଷରେ ସୂର୍ଯ୍ୟପରାଗର ଗୋଟିଏ ଦିନ ପରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଅନେକ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗ ଭିତରେ ସୂର୍ଯ୍ୟପରାଗ ହେଉଛି ଯେତେବେଳେ ପରାଗର ଗୋଟିଏ ଦିନ ପୂର୍ବରୁ ଦିପାବଳୀ ଓ ଗୋଟିଏ ଦିନ ପରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ତେବେ ଏହି ସୂର୍ଯ୍ୟପରାଗ ଭାରତରେ ଦୃଷ୍ୟମାନ ହେବନାହିଁ । ତେଣୁ ହିନ୍ଦୁ ପର୍ବପର୍ବାଣୀ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଅନେକ ରାଶି ଉପରେ ପରାଗର ଶୁଭ ଓ ଅଶୁଭ ପ୍ରଭାବ ପରିଲକ୍ଷିତ ହେବପରଗା ଜ୍ୟୋତିଶୀୟ ଓ ଖଗୋଳ ଶାସ୍ତ୍ର ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ହୋଇଥାଏ

ଜ୍ୟୋତିଷଙ୍କ ଅନୁସାରେ ବର୍ଷର ଶେଷ ସୂର୍ଯ୍ୟପରାଗ କିଛି ରାଶିଙ୍କ ପାଇଁ ମୁସ୍କିଲ ସୃଷ୍ଟି କରିବେ । ତେଣୁ ସୂର୍ଯ୍ୟପରାଗ କାଳରେ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଆସନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗର କେଉଁ ରାଶି ଉପରେ ଖରାପ ପ୍ରଭାବ ପଡିବ..

After 2nd paragraph post ads

ଏହି ୪ ରାଶିଙ୍କ ପାଇଁ ବେଳା ଖରାପ

ବୃଶ ରାଶି : ବର୍ଷର ଶେଷ ଓ ଦ୍ୱିତୀୟ ସୂର୍ଯ୍ୟପରାଗ ଏହି ରାଶିର ବ୍ୟକ୍ତିଙ୍କ ମୁସ୍କିଲ ବଢାଇବ । ପରାଗ କାଳରେ ଏହି ରାଶିର ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ରହିବାକୁ ପଡ଼ିବ । ତେଣୁ ସେମାନଙ୍କୁ ନିଜ ଖାଦ୍ୟପାନୀୟକୁ ନେଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଏହାସହିତ ଧନ ହାନୀର ବି ଆଶଙ୍କା ରହିଛି । ସୂର୍ଯ୍ୟପରାଗ କାଳରେ କୌଣସି ପ୍ରକାରର ଦେଣନେଣରୁ ବଂଚନ୍ତୁ । ଏହା ସହିତ ଏହି ସମୟରେ ନିବେଶ ମଧ୍ୟ କରନ୍ତୁ ନାହିଁ ।

Middle post content

ମିଥୁନ ରାଶି: ବର୍ଷର ଶେଷ ସୂର୍ଯ୍ୟପରାଗ ମିଥୁନ ରାଶିଙ୍କ ପାଇଁ ଅଶୁଭ । ଅନାବଶ୍ୟକ ଖର୍ଚ୍ଚ କାରଣରୁ ଆପଣଙ୍କୁ ଆର୍ଥିକ ସଂକଟ ଦେଇ ଗତି କରିବାକୁ ପଡିବ । ଜୀବନସାଥୀଙ୍କ ସହିତ ସମୟ ଅନୁକୂଳ ରହିବ ନାହିଁ ଜୀବନାସଥୀଙ୍କ ସହିତ କନ୍ଦଳ ସୃଷ୍ଟି ହୋଇପାରେ

ତୁଳା ରାଶି: ତୁଳା ରାଶୀ ଉପରେ ଆଗରୁ ହିଁ ଶନିଙ୍କ ଦୃଷ୍ଟି ରହିଠି । ଏମିତିରେ ସୂର୍ଯ୍ୟପରାଗ ଶନି ରାଶିର ବ୍ୟକ୍ତିଙ୍କ ମୁସ୍କିଲ ଅଧିକ ବଢାଇବ । ଏହି ସମୟରେ ମନ ଅଶାନ୍ତ ଓ ଭୟଭୀତ ରହିବ

କନ୍ୟା ରାଶୀ : କନ୍ୟାରାଶୀ ବିଶିଷ୍ଟଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଶୁଭଙ୍କର ହେବ ନାହିଁ । ଆପଣଙ୍କ ଆୟ ପ୍ରଭାବିତ ହେବ । ଆୟର ସ୍ରୋତ ବନ୍ଦ ହେବା ସହିତ କମ ହେବ । ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ବ । ତେଣୁ ସୂର୍ଯ୍ୟପରାଗ କାଳରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

ସୂର୍ଯ୍ୟପରାଗ ପରାଗର ସମୟ

ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଅକ୍ଟୋବର୨୫ ତାରିଖ ସନ୍ଧ୍ୟା ୪.୨୩ ମିନଟରୁ ସୂର୍ଯ୍ୟପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬.୨୫ ମିନିଟ ପର୍ଯ୍ୟନ୍ତ ରହିବ । ପରାଗର ମଧ୍ୟକାଳ ୫.୨୮ ମିନଟ ଓ ମୋକ୍ଷ ୬.୨୫ ମିନଟ ରହିବସୂର୍ଯ୍ୟପରାଗର ସୂତକ କାଳ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ । କିନ୍ତୁ ଯେହେତୁ ଏହା ଭାରତରେ ଦେଖାଯିବ ନାହିଁ ତେଣୁ ସୂତକ ମଧ୍ୟ ମାନ୍ୟ ନୁହେଁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami